ଝାରସୁଗୁଡ଼ା ରେଲଷ୍ଟେଶନ ଟ୍ରେନ ବଗିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ପରିଚୟ ଅସ୍ପଷ୍ଟ
ଝାରସୁଗୁଡ଼ା ଅଫିସ/ଲଖନପୁର,୧୦।୧୦(ଡି.ଏନ୍.ଏ): ଝାରସୁଗୁଡ଼ା ରେଳଷ୍ଟେଶନରେ ସଫେଇ ପାଇଁ ଛିଡ଼ା ହୋଇଥିବା ହଟିଆ ପାସେଞ୍ଜର ଟ୍ରେନ ବଗିରୁ ଗୁରୁବାର ଏକ ମୃତଦେହ ଜିଆର୍ପି ପୋଲିସ ଉଦ୍ଧାର କରିଛି। ମୃତଦେହର ପରିଚୟ ମିଳିପାରି ନାହିଁ। ସୂଚନାଯୋଗ୍ୟ, ହଟିଆ ପାସେଞ୍ଜର ଟ୍ରେନ ବୁଧବାର ରାତିରେ ହଟିଆରୁ…
ବାର୍ହା ଆକ୍ରମଣରେ ୨ ଗୁରୁତର
ଲଖନପୁର,୧୦।୧୦(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୀମାନ୍ତବର୍ତ୍ତୀ ୧୯ଖଣ୍ଡ ମୌଜା କନକତୋର ପଞ୍ଚାୟତର ଲୁହାବଗା ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ସକାଳୁ ଗାଁ ଲୋକେ ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ଏକ ବାର୍ହା ସହିତ ଲୋକଙ୍କ…
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କରମା ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
ଝାରସୁଗୁଡା ଅଫିସ/ଲଖନପୁର, ୯।୧୦(ଡି.ଏନ୍.ଏ.)- ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଧୀନ ଖୋକେଲମାଲ ଗ୍ରାମ ପୋଖରୀରୁ ପୋଲିସ ବୁଧବାର ଏକ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ତିଲେଇମାଲ ଗ୍ରାମର ମଦନ ମୁଣ୍ଡାଙ୍କ ପୁଅ ମିଥୁନ (୩୦)। ରାମପୁର ଫାଣ୍ଡି…
ଡାକ୍ତରଖାନାରେ ଆଖି ବୁଜିଲେ ବୃଦ୍ଧ, ମୃତଦେହ ଗ୍ରହଣ କରିବାକୁ ମନାକଲେ ସମ୍ପର୍କୀୟ
ଲଖନପୁର, ୮।୧୦(ଡି.ଏନ.ଏ.)- ଝାରସୁଗୁଡା ଜିଲା ଲଖନପୁର ବ୍ଲକ ବନ୍ଧବାହାଲ ଫାଣ୍ଡି ଅଧୀନ ଏମ୍ସିଏଲ୍ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବେଲପାହାଡ଼ ଗୌନ୍ତିଆପଡ଼ାର ସହଦେବ ବୁଦ୍ଧିଆ(୬୫)। ସେ ବନ୍ଧବାହାଲ ଅଞ୍ଚଳରେ ଭିକ୍ଷାବୃତ୍ତି କରି ପେଟ ପୋଶୁଥିଲେ। ତାଙ୍କ…
ଝାରସୁଗୁଡ଼ାରେ ଲଜ୍ଜା: ପିଜୁଳି ଖାଇବାକୁ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ
ଝାରସୁଗୁଡା ଅଫିସ/ଲଖନପୁର,(ଡି.ଏନ.ଏ)- ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଧୀନ ଏକ ଗ୍ରାମର ଜନୈକା ୭ ବର୍ଷର ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଗତ ସୋମବାର ବଳାତ୍କାର କରିଥିବା ନେଇ ପୀଡିତାଙ୍କ ପରିବାରଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବ୍ରଜରାଜନଗର…
ବଜ୍ରପାତରେ ଗାଈ ଜଗୁଆଳି ମୃତ
ଲଖନପୁର, ୭।୧୦(ଡି.ଏନ୍.ଏ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣେ ଗାଈ ଜଗୁଆଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖଲିଆବାହାଳ ଗ୍ରାମର ଡୋଲାମଣି ବାଗ(୫୫)। ସୂଚନାଥାଉକି, ଡୋଲାମଣି ପ୍ରତିଦିନ ଭଳି ଗତ ରବିବାର ଗାଈ ଚରାଇବାକୁ ଯାଇଥିଲେ। ଗାଈଚରାଇ ଅପରାହ୍ନରେ…
ପୃଥକ୍ ୨ ଡକାୟତି ଉଦ୍ୟମ: ୯ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ
ଝାରସୁଗୁଡ଼ା ଅଫିସ/ଲଖନପୁର, ୭।୧୦(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲାରେ ଗତ ରବିବାର ରାତିରେ ପୃଥକ୍ ଭାବେ ୨ଟି ସ୍ଥାନରେ ଡକାୟତି ଉଦ୍ୟମ ହୋଇଥିଲା। ବିଶେଷ ସୂତ୍ରରୁ ଖବରପାଇ ପୋଲିସ ବଡ଼ଧରଣର ସଶସ୍ତ୍ର ଡକାୟତି ଉଦ୍ୟମକୁ ପଣ୍ଡ କରିଛି । ପୋଲିସ ଉଭୟ ଗୋଷ୍ଠୀର ୯ଜଣଙ୍କୁ…
ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
ଝାରସୁଗୁଡ଼ା ଅଫିସ/ଲଖନପୁର,୭।୧୦(ଡି.ଏନ୍.ଏ): ଝାରସୁଗୁଡ଼ା ଜିଲା ଟାଉନ ଥାନା ଅଧୀନ ପୁଡାମାଲ ଗ୍ରାମ ନିକଟ ଏକ ବୁଦାମୂଳରୁ ସୋମବାର ସକାଳେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ପୁଡାମାଲ ଗ୍ରାମର ଗୁଣସାଗର ଦାସ(୪୭ )। କେହି ଦୁର୍ବୃତ୍ତ…
ସାଥୀ ଖେଳାଳିଙ୍କ ବ୍ୟାଟ୍ ଆକ୍ରମଣରେ ନାବାଳକଙ୍କ ମୃତ୍ୟୁ
ଝାରସୁଗୁଡ଼ା ଅଫିସ/ଲଖନପୁର,୭।୧୦(ଡି.ଏନ୍.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଓସିଏମ୍ କଲୋନୀ ଏଚ୍ଲାଇନ ନିକଟରେ ଗତ ଶନିବାର କେତେକ ବାଳକ କ୍ରିକେଟ ଖେଳିବା ପାଇଁ ରୁଣ୍ଡ ହୋଇଥିଲେ। ଏହି ସମୟରେ କୌଣସି କାରଣରୁ ୨ ନାବାଳକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ…
ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା: ଭିଡିଓ ଭାଇରାଲ ହେବା ପରେ ଗିରଫ ହେଲେ ବିଜେଡି ନେତା
ଝାରସୁଗୁଡା ଅଫିସ/ଲଖନପୁର, ୨।୧୦(ଡି.ଏନ୍.ଏ.)-ଝାରସୁଗୁଡା ଜିଲା ବେଲପାହାଡ ସହରରେ ପୋଲିସର ଟ୍ରାଫିକ ସଚେତନତା ବେଳେ ଜଣେ ବିଜେଡି ନେତା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ସମ୍ବେଦନଶୀଳ ଘଟଣାକୁ ପୋଲିସ ଚାପି ଦେବାକୁ ଉଦ୍ୟମ କରିଥିଲା। ମାତ୍ର ପରମୁହୂର୍ତ୍ତରେ ଏହାକୁ ନେଇ ଏକ…
ଡକାୟତି ଯୋଜନା ପଣ୍ଡ କଲା ବ୍ରଜରାଜନଗର ପୋଲିସ: ୩ ଅଭିଯୁକ୍ତ ଗିରଫ, ୪ ଫେରାର
ଝାରସୁଗୁଡା ଅଫିସ/ଲଖନପୁର, ୨୭।୯(ଡି.ଏନ.ଏ.)-ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଦିନକୁୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଅସାମାଜିକ ବ୍ୟକ୍ତିମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଅଞ୍ଚଳରେ ନିଜର କାୟା ବିସ୍ତାର କରିଚାଲିଛନ୍ତି। ପୋଲିସ ମଧ୍ୟ ଏମାନଙ୍କ ଉପରେ କଡା ନଜର…
କୋଲ୍ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ଟ୍ରେଡ୍ ୟୁନିୟନ୍ର ବିରୋଧ: କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ କୋଇଲା ପରିବହନ ବାଧାପ୍ରାପ୍ତ
ଲଖନପୁର, ୨୪।୯(ଡି.ଏନ.ଏ.)- କେନ୍ଦ୍ର ସରକାର କୋଲ୍ ଇଣ୍ଡିଆରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିବାପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଏଆଇଟିୟୁସି, ଆଇଏନ୍ଟିୟୁସି, ସିଆଇଟିୟୁ, ଏଚ୍ଏମ୍ଏସ୍ ଆଦି ଟ୍ରେଡ ୟୁନିୟନ୍ମାନେ ବିରୋଧ କରିଛନ୍ତି। ଏହି ସବୁ ଯୁନିଅନଗୁଡ଼ିକର ନେତୃବୃନ୍ଦ ଓ କର୍ମଚାରୀମାନେ…
Archives


