ଯାଜପୁରରେ ବିକାଶ ନାଁରେ ୩ ପରିବାରର ଲୁଟ୍ ପ୍ରସଙ୍ଗ:ଜୋର୍ ଧରିଛି ଆରୋପ ପ୍ରତ୍ୟାରୋପ
ଯାଜପୁର,୫ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ବିକାଶ ନାମରେ ୩ ପରିବାର ଲୁଟ୍ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତବ୍ୟ ପରେ ଉଭୟ ବିଜେଡି ଓ ଭାଜପା ମଧ୍ୟରେ ଆରୋପ ଏବଂ ପ୍ରତ୍ୟାରୋପ ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମାଝୀ ୩ ପରିବାରଙ୍କ ନାମ…
ସ୍ମୃତିରେଖାଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା
ଧର୍ମଶାଳା/ଜେନାପୁର,୪ା୧୦(ବଟକୃଷ୍ଣ ପରିଡ଼ା/ ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧୀନ ଜାରକା ବଜାର ପାଖରେ ଥିବା ଭାଜପା ନେତ୍ରୀ ସ୍ମୃତିରେଖା ପହିଙ୍କ କାର୍ଯ୍ୟାଳୟରେ ବୁଧବାର ରାତିରେ ଭଙ୍ଗାରୁଜା ହୋଇଛି। କାର୍ଯ୍ୟାଳୟରେ ଲାଗିଥିବା ହୋର୍ଡିଂ ଓ ଝାରକା କାଚକୁ ଦୁର୍ବୃତ୍ତ ଟେକାପଥର…
ଅସୁରକ୍ଷିତ କଳାପଥର ଖାଦାନ: ଡିଜିଏମ୍ଏସ୍ଙ୍କ ନିର୍ଦ୍ଦେଶକୁ ଅବମାନନା
ଯାଜପୁର,୪ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଉତ୍ତୋଳନରେ କୌଣସି ଆଇନକାନୁନ୍କୁ ଲିଜ୍ଧାରୀମାନେ ମାନୁ ନାହାନ୍ତି। କେନ୍ଦ୍ର ଖଣି ସୁରକ୍ଷା ନିର୍ଦ୍ଦେଶକ ତଥା ଡାଇରେକ୍ଟୋରେଟ ଜେନେରାଲ ଅଫ୍ ମାଇନ୍ସ ସେଫ୍ଟି(ଡିଜିଏମ୍ଏସ୍), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଯାଜପୁର ଲଘୁ…
ବବିଙ୍କ ବଡ଼ ନିଷ୍ପତ୍ତି, ରାଜନୀତିରେ ହଲଚଲ…
ଭୁବନେଶ୍ୱର,୩।୧୦: ମୁଁ ପୁଣି ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ଏପରି କହି ଯାଜପୁର ରାଜନୀତିକୁ ସରଗରମ କରିଛନ୍ତି ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ। ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ବବି ପୁଣିଥରେ…
ଭାଜପାରେ ଗୋଷ୍ଠୀ କନ୍ଦଳ: ଗାନ୍ଧୀ ଜୟନ୍ତୀ ପାଳନବେଳେ ଉତ୍ତେଜନା, ଝାଡୁମାଡ଼
ଯାଜପୁର/ଜେନାପୁର,୩ା୧୦ (ହର୍ଷବର୍ଦ୍ଧନ ବେହେରା/ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଭାଜପାର ଗୋଷ୍ଠୀ କନ୍ଦଳ ବୁଧବାର ଉଗ୍ରରୂପ ଧାରଣ କରିଛି। ଗାନ୍ଧୀ ଜୟନ୍ତୀ ପାଳନ ବେଳେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, କର୍ମୀଙ୍କ ମଧ୍ୟରେ ଠେଲାପେଲା, ଗାଳିଗୁଲଜ…
ବଡ଼ଚଣା ବିଜେଡି ୩ ଫାଳ:ପୃଥକ୍ଭାବେ ପାଳିଲେ ଗାନ୍ଧୀ ଜୟନ୍ତୀ
ଚଣ୍ଡିଖୋଲ/ଛତିଆ,୩ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି/ସୌମ୍ୟ ରଞ୍ଜନ ସାହୁ):ବିଜେଡି ପକ୍ଷରୁ ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ପଦଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଏଠାରେ ବିଜେଡି ପକ୍ଷରୁ ୩ ଗୋଷ୍ଠୀ ପୃଥକ୍ ଭାବେ ଗାନ୍ଧୀ ଜୟନ୍ତୀ ପାଳନ କରିଛନ୍ତି। ପ୍ରଥମେ ବଡ଼ଚଣାର ପୂର୍ବତନ ବିଧାୟକ…
ମହିଳାଙ୍କୁ ବଳାତ୍କାର, ଯୁବକ ଗିରଫ
କଳିଙ୍ଗନଗର,୩ା୧୦(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅଧୀନ…
ଆଜିଠାରୁ ମା’ ବିରଜାଙ୍କ ରଥଯାତ୍ରା, ପାଦ ଦର୍ଶନ
ଯାଜପୁର ଟାଉନ,୩ା୧୦(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମା’ବିରଜାଙ୍କ କ୍ଷେତ୍ର ନାଭିଗୟାରେ ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ବୁଧବାର ପିତୃପକ୍ଷ ପିଣ୍ଡଦାନ ଶେଷ ହୋଇଛି। ଭାରତର କୋଣ ଅନୁକୋଣରୁ ହିନ୍ଦୁ ଧର୍ମାବଲମ୍ବୀ ଭକ୍ତ ଆସି ପିଣ୍ଡଦାନ କରିଛନ୍ତି। ନାଭିଗୟାରେ ପିଣ୍ଡଦାନ କଲେ ପିତୃଲୋକର ସବୁ…
ଯାଜପୁରର ବିକାଶ ପାଇଁ ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ: ପ୍ରଣବ ପ୍ରକାଶ
ଝୁମ୍ପୁରୀ, ୩।୧୦(ସରୋଜ ନାୟକ): ଯାଜପୁରର ବିକାଶ ପାଇଁ ‘ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ’ ବୋଲି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଘୋଷଣା କରିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବୁଧବାରଠାରୁ ଆରମ୍ଭ ହୋଇଥିବା ଜନସମ୍ପର୍କ…
ସୁକିନ୍ଦାରେ ଅନରକିଲିଂ
ଯାଜପୁର/କଳିଙ୍ଗନଗର (ହର୍ଷବର୍ଦ୍ଧନ ବେହେରା/ ଶୁଭାଶିଷ ରାଉତ),୧ା୧୦: ସୁକିନ୍ଦା ଗାଁର ଦେବରଞ୍ଜନ ସିଂ ସାମନ୍ତଙ୍କ ପୁଅ ସୁଶୀଲମୟ ସିଂ ସାମନ୍ତ କଳିଙ୍ଗନଗର ଥାନା ଡ଼ୁବୁରୀ ଅଞ୍ଚଳର ନୀଳମଣି ସାହୁଙ୍କ ଝିଅ ବିଜୟଲକ୍ଷ୍ମୀ ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ବିଜୟଲକ୍ଷ୍ମୀ ଓବିସି ଏବଂ ସୁଶୀଲ…
ଟ୍ରକ ପଛ ପଟକୁ ଧକ୍କା ଦେଲା ବସ,ହେଲ୍ପର୍ ମୃତ
ଯାଜପୁର, ୩୦।୯(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ଛକ ନିକଟ ଟ୍ରକ ପଛ ପଟେ ଧକ୍କା ଦେଇଛି। ଏହି ଯାତ୍ରୀବାହି ବସ ଘଟଣା ସ୍ଥଳରେ ହେଲ୍ପରଙ୍କ ମୃତ୍ୟୁ ହୋଇଛି। ସୂଚନା…
ବବିଙ୍କ ଆହ୍ବାନ କହିଲେ…
ରସୁଲପୁର,୩୦।୯(ରଞ୍ଜିତ ରାଉତ): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀର ରସୁଲପୁର ବ୍ଲକ ଶାଖା ବିଜେଡି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ରବିବାର ସନ୍ଧ୍ୟାରେ କୁଆଖିଆସ୍ଥିତ ଏସ୍କେ ଲଜିଂ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ…
Archives


