ଡମ୍ପର ଚକାତଳେ ମହିଳାଙ୍କ ଜୀବନ ଗଲା: ପ୍ରତିବାଦରେ ରାସ୍ତା ଅବରୋଧ
ଛତିଆ,୧୬।୭(ଡି.ଏନ୍.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଚମ୍ପାପୁର ରାସ୍ତାରେ ମଙ୍ଗଳବାର ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ କଟକ ଜିଲା କଇଥା ପଞ୍ଚାୟତର ଲାଲବେଗୀ ଗ୍ରାମର ଶାନ୍ତି ପାଲ (୪୮) ବୋଲି ଜଣାପଡିଛି। ସୂଚନାନୁଯାୟୀ, ମଧ୍ୟାହ୍ନରେ…
ସ୍କୁଲ ଯାତାୟାତରେ ଅସୁବିଧା : ଗେଟ୍ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀଛାତ୍ର
କାଳିଆପାଣି,୧୫।୭(ଡି.ଏନ୍.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ସ୍କୁଲକୁ ଯାତାୟାତ କରିବାରେ ଅସୁବିଧା ଯୋଗୁ ଛାତ୍ରୀଛାତ୍ର ଇମ୍ଫା କମ୍ପାନୀ ଗେଟ୍ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ କାଳିଆପାଣି ଖଣି ଅଞ୍ଚଳରେ ବହୁ ନାମିଦାମୀ କମ୍ପାନୀ କାର୍ଯ୍ୟରତ ଥିବାବେଳେ ସ୍ଥାନୀୟ…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଜଣେ କୋର୍ଟ ଚାଲାଣ
ବିଞ୍ଝାରପୁର,୧୪ା୭(ଡି.ଏନ.ଏ.)- ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରିନେଇ ବଳାତ୍କାର କରିଥିବା ଅଭିଯୋଗରେ ରବିବାର ପୋଲିସ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ବିଞ୍ଝାରପୁର ଥାନା ଅନ୍ତର୍ଗତ ଢିହକୁଳ ଗ୍ରାମର ମାଇଁଆ ମଲ୍ଲିକ। ପ୍ରକାଶ…
ସୋସିଆଲ ମିଡିଆରେ ନାବାଳିକାଙ୍କୁ ପ୍ରେମ ନିବେଦନ:ଯୁବକଙ୍କୁ ପୋଲିସ ଜିମାଦେଲେ ଗ୍ରାମବାସୀ
ବିଞ୍ଝାରପୁର,୧୪ା୭(ଡି.ଏନ.ଏ.)- ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଯାଜପୁର ଅଞ୍ଚଳର ଜଣେ ଯୁବକ ସୋସିଆଲ ମିଡିଆରେ ପ୍ରେମ ନିବେଦନ କରି ହଟହଟା ହୋଇଛନ୍ତି। ଖବର ମୁତାବକ ଯୁବକ ଜଣକ ନାବାଳିକାଙ୍କୁ ଦେଖା କରିବାକୁ ଶନିବାର ତାଙ୍କ ଘରେ ମଧ୍ୟ ପହଞ୍ଚିଯାଇଥିଲେ। ଘରେ…
ବିପଦସଙ୍କୁଳ ଅବସ୍ଥାରେ ଜେନାପୁର ହାଇ ସ୍କୁଲ: ସାମାନ୍ୟ ବର୍ଷାରେ ପାଣି ଗଳୁଛି
ଜେନାପୁର,୭।୭(ଡି.ଏନ୍.ଏ.)- ଯାଜପୁର ଜଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବହୁ ପୁରାତନ ଜେନାପୁର ହାଇ ସ୍କୁଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୯୫୯ରେ ସ୍ଥାପିତ ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୨୧ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେମାନଙ୍କୁ ଶିକ୍ଷା ଦାନ…
ଚାରାରୋପଣ ପାଇଁ ଜିଲାପାଳଙ୍କୁ ଭେଟିଲା ବରିଷ୍ଠ ନାଗରିକ ମଞ୍ଚ
କୋରେଇ,୬ା୭(ସ୍ବ.ପ୍ର.): ସାମୁଦ୍ରିକ ବାତ୍ୟା ‘ଫନୀ’ରେ ସରକାରୀ ଅନୁଷ୍ଠାନଠାରୁ ବେସରକାରୀ ଅନୁଷ୍ଠାନ ଏବଂ ସାଧାରଣ ଲୋକଙ୍କ ବହୁ ଗଛ ଭାଙ୍ଗିଯାଇଛି। ଏହାକୁ ଦୃଷ୍ଟିେରେ ରଖି ୫୦୦ ଗଛ ଲଗାଇବା ପାଇଁ ବରିଷ୍ଠ ନାଗରିକ ମଞ୍ଚ ସ୍ଥିର କରିଛି। ଏ ନେଇ ୫୦୦ ଚାରା…
ଡାକ ବିଭାଗର ଅବହେଳା : ୩ ମାସ ପରେ ବି ମଳିନି ମନିଅର୍ଡର
ରତ୍ନଗିରି,୬ା୭(ଡି.ଏନ.ଏ.): ଯାଜପୁର ଜିଲା ବରୀ ଉପଖଣ୍ଡ ଡାକ କାର୍ଯ୍ୟାଳୟରେ ଗତ ଏପ୍ରିଲ ୮ରେ ବରୀ ବ୍ଲକ ଅଧୀନ ଅରଙ୍ଗାବାଦ ପଞ୍ଚାୟତର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୋଳଗୋବିନ୍ଦ ଦାଶ ବଂରାଶ ଗ୍ରାମରେ ରହୁଥିବା ସମ୍ପର୍କୀୟ ସୁବାସିନି ରଥଙ୍କ ନିକଟକୁ ମନିଅର୍ଡର ଯୋଗେ ବରୀ ଉପଖଣ୍ଡ…
ଯାଜପୁର ଜିଲା ବିକାଶର ଓଲଟା ଚିତ୍ର:୧୩୩ ଗ୍ରାମକୁ ସଡ଼କ ନାହିଁ
ଯାଜପୁର ଅଫିସ,୨।୭: ନିର୍ବାଚିତ ପ୍ରତିନିଧିମାନେ ଯାଜପୁରକୁ ବିକଶିତ ଜିଲା ବୋଲି ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଜିଲାର ମୋଟ ୧୭୮୧ ଗ୍ରାମ ମଧ୍ୟରୁ ୧୩୩ଟିକୁ ଅଦ୍ୟାବଧି ସଡ଼କ ସଂଯୋଗ ହୋଇ ନାହିଁ। କେନ୍ଦୁଝର ବିଧାୟକ ମୋହନଚରଣ ମାଝୀଙ୍କ ଦ୍ୱାରା ଉତ୍ଥାପିତ ବିଧାନସଭା ପ୍ରଶ୍ନସଂଖ୍ୟା…
ଟ୍ରଲରକୁ ଧକ୍କା ଦେଲା କଣ୍ଟେନର, ୨ ଜଣଙ୍କ ଜୀବନ ଗଲା
ଛତିଆ/ଚଣ୍ଡିଖୋଲ,୧ା୭(ଡି.ଏନ୍.ଏ.): ଯାଜପୁର ଜିଲା ବନ୍ଦାଳ ହାଟ କରନ୍ଦା ଛକ ନିକଟରେ ସୋମବାର ଭୋରରୁ ରଡ୍ ବୋଝେଇ ଟ୍ରଲର ପଛପଟେ ଏକ କଣ୍ଟେନର ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। କଟକ ଆଡ଼କୁ ରଡ୍ ବୋଝେଇ ଟ୍ରଲର ଠିଆ ହୋଇଥିବାବେଳେ…
ପ୍ରଥମ ଶ୍ରେଣୀରୁ ପାସ୍ ଫେଲ ପୁନଃପ୍ରଚଳନ ଦାବି ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଯାଜପୁର ଟାଉନ,୨୪ା୬(ଡି.ଏନ.ଏ.)- ଚଳିତ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରୁ ପାସ୍ ଫେଲ ବ୍ୟବସ୍ଥା ପୁନଃପ୍ରଚଳନ କରିବା ଓ ଶିକ୍ଷାକ୍ଷେତ୍ରରେ ଥିବା ବହୁବିଧ ସମସ୍ୟା ଦୂର କରିବା ଦାବିରେ ସୋମବାର ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଜିଲା କମିଟି ପକ୍ଷରୁ ଯାଜପୁର ଟାଉନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରକାଶଥାଉକି,…
ଭଙ୍ଗା ହେଲା ଜଳସମ୍ପଦ ଡାକବଙ୍ଗଳା ପାଚେରି
ରତ୍ନଗିରି,୨୪ା୬(ଡି.ଏନ.ଏ.)- ବରୀର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବରୀ ମାଉଣ୍ଡଠାରୁ ବ୍ଲକ କାର୍ଯ୍ୟାଳୟ, ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ, ବରୀ ରାମଚନ୍ଦ୍ରପୁର ଥାନାକୁ ସଂଯୋଗୀକରଣ ରାସ୍ତାରେ ଡାକବଙ୍ଗଳା ନିକଟ ପାଚେରି ରହିଛି। ଏହି ପାଚେରି ଯୋଗୁ ଟ୍ରାଫିକ…
କାନ୍ଥ ପଡ଼ି ୨ ଜଣଙ୍କ ଜୀବନ ଗଲା
ରସୁଲପୁର,୨୪ା୬(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅତଲାପୁର ପଞ୍ଚାୟତ ବାଲିପାଟଣା ଗ୍ରାମରେ ସକାଳୁ ଘର କାମ କରୁଥିବାବେଳେ କାନ୍ଥ ପଡ଼ି ଘରମାଲିକଙ୍କ ସମେତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଘରମାଲିକ ବନମାଳୀ ସାହୁ (୫୫) ଓ ଶ୍ରମିକ…
Archives


