ଯାଜପୁର

ମରାମତି ହେଉନି ଦୁର୍ବଳ ନଦୀବନ୍ଧ

ରସୁଲପୁର, ୨୪।୬ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ବାମପାର୍ଶ୍ୱ ବନ୍ଧ ରାସ୍ତା ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପୁର ଗ୍ରାମ ନିକଟରୁ ବ୍ରହ୍ମବରଦା ପୋଲ ପର୍ଯ୍ୟନ୍ତ ଖାଲଖମାରେ ଭର୍ତ୍ତି ହୋଇଛି। ବନ୍ଧର ବିଭିନ୍ନ ସ୍ଥାନରେ ରେନକଟ୍‌ ଯୋଗୁ ଲୋକେ ବିପଦପୂର୍ଣ୍ଣ…

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହି ଶ୍ୱଶୂର ଘରକୁ ପଳାଇଲେ ଜ୍ୱାଇଁ: ପରେ ଚିହ୍ନଟ ହେଲେ ପଜିଟିଭ୍‌

ଡେରାବିଶ,୨୨ା୬(ସ୍ବ.ପ୍ର.) ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ଡେରାବିଶ ବ୍ଲକ ଅଧୀନ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ କେଉଟକଣ୍ଡିଆ ଗ୍ରାମରୁ ଶନିବାର ଚିହ୍ନଟ ହୋଇଛନ୍ତି। ଏ ନେଇ ସୋମବାର ସକାଳ ୫ଟାରୁ ସମ୍ପୃକ୍ତ ଗ୍ରାମକୁ ୪୮ ଘଣ୍ଟା କଣ୍ଟେନମେଣ୍ଟ ଜୋନ୍‌…

୧୦ମାସର ଶିଶୁକୁ ଛାଡି ମା’ର ଆତ୍ମହତ୍ୟା

ରତ୍ନଗିରି,୧୮।୬(ଡ଼ି.ଏନ୍‌.ଏ.): ପରିସ୍ଥିତି ଓ ପରିବେଶ ବେଳେ ବେଳେ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରିଥାଏ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରୀ ବ୍ଲକ ଅଧିନସ୍ଥ ରମ୍ପା ପଞ୍ଚାୟତରେ। ଉକ୍ତ ଗ୍ରାମର ୨୭ବର୍ଷୀୟ ଲିଲି ସାମଲ ନାମ୍ନୀ ଜଣେ ମହିଳା…

ଏନ୍‌ଜିଟି କାଠଗଡ଼ାରେ ସୁକିନ୍ଦା ରେଲୱେ ସାଇଡିଂ

ଯାଜପୁର ଅଫିସ, ୧୮ା୬: ପୂର୍ବତଟ ରେଳପଥ ଅଧୀନ ସୁକିନ୍ଦା ରେଲୱେ ସାଇଡିଂରେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା (ଆବେଦନ ନମ୍ବର-୩୪/୨୦୨୦)ରେ ରୁଜୁ ହୋଇଛି। ଏହି ମାମଲା ଉପରେ ଏନ୍‌ଜିଟିର…

ଶିଳ୍ପକୁ ଜମି ଦେବାକୁ ତତ୍ପର, ଗରିବଙ୍କୁ ଅବହେଳା

ଯାଜପୁର ଅଫିସ,୧୬।୬: ଯାଜପୁର ଜିଲାରେ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ପାଇଁ ଚାନ୍ଦମାଠାରେ ୫୦ ଶଯ୍ୟା ବିଶିଷ୍ଟ ଭଡ଼ାଘର କମ୍ପ୍ଲେକ୍ସ(ଆର୍‌ଏଚ୍‌ସି) ନିର୍ମାଣ ପ୍ରସ୍ତାବ ୩ ବର୍ଷ ହେଲା ଜମି ଅଭାବରୁ ଅଟକିଛି। ଫଳରେ ପ୍ରବାସୀ ନିର୍ମାଣ ଶ୍ରମିକ ଘର ନ ପାଇ ହନ୍ତସନ୍ତ…

ଟ୍ରଲର ଧକ୍କାରେ ୨ ମୃତ, ୩ ଆହତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କଳିଙ୍ଗନଗର,୧୫ା୬(ଡି.ଏନ.ଏ.)-କଳିଙ୍ଗନଗର ବିଜୁ ପଟ୍ଟନାୟକ ମାର୍ଗ ମାନତିରା ସାଇଜର ଲଜିଷ୍ଟିକ ପାର୍କ ନିକଟରେ ସୋମବାର ଅପରାହ୍ନରେ ଏକ ଟ୍ରଲର ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଟାଟା ମେଡିକାଲ ଓ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି…

ଜାଲ୍‌ ପ୍ରମାଣପତ୍ରରେ ଚାକିରି, ଭିଜିଲାନ୍ସରେ ମାମଲା: ବ୍ୟାସନଗର ସ୍ବୟଂଶାସିତ କଲେଜର ୩ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ

ଯାଜପୁରରୋଡ,୧୫ା୬(ଡି.ଏନ.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରେ ନିଯୁକ୍ତି କେଳେଙ୍କାରୀ ଅଭିଯୋଗକୁ ନେଇ ମହାବିଦ୍ୟାଳୟର ୩ ଅଧ୍ୟାପକଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର କାରଣ ଦର୍ଶାଅ ନୋଟିସ (ପତ୍ରସଂଖ୍ୟା ୧୮୯୯୧/୧୧ା୬ା୨୦୨୦) ଦେଇଛନ୍ତି। ସେମାନେ ହେଲେ ଇଂଲିଶ…

କଳିଙ୍ଗନଗର ଶିଳ୍ପାଞ୍ଚଳ: ୨୫ ହଜାର ଲୋକ ନିଯୁକ୍ତି ହରାଇଛନ୍ତି

ଯାଜପୁର ଅଫିସ,୧୫।୬: ଗତ ୫ ବର୍ଷ ମଧ୍ୟରେ କଳିଙ୍ଗନଗର ଶିଳ୍ପ କାରଖାନାରେ କାର୍ଯ୍ୟରତ ପ୍ରାୟ ୨୦ ହଜାର ଠିକା ଶ୍ରମିକ ଏବଂ ୫ ହଜାରରୁ ଊର୍ଦ୍ଧ୍ୱ ନିୟମିତ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଇତିମଧ୍ୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌, ମେସ୍କୋ ଷ୍ଟିଲ୍‌,…

ବିଆର୍‌ପିଏଲ୍‌ରୁ ଗଣ୍ଡାନାଳକୁ ଯାଉଛି ବର୍ଜ୍ୟଜଳ

ଯାଜପୁର ଅଫିସ,୧୩ା୬:  କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କାରଖାନା ପାଇଁ ବାର୍ଷିକ ୪ ନିୟୁଟ ଟନ୍‌ ବିଶୋଧିତ ଲୌହଧାତୁ ହେଉଛି ମୁଖ୍ୟ କଞ୍ଚାମାଲ। ଏହା ବଡବିଲସ୍ଥିତ ଲୌହ ବିଶୋଧନ ପ୍ରକଳ୍ପରୁ ଏକମାତ୍ର ସ୍ଲରି ପାଇପ୍‌ଲାଇନ୍‌ ଦ୍ୱାରା ଅଣାଯାଉଛି। ଏଥିପାଇଁ…

ପୁନରୁଦ୍ଧାର ହେଉନି କଣ୍ଡସରା ନାଳ: ଦୁର୍ଦ୍ଦଶାରେ ଚାଷୀ

ରସୁଲପୁର, ୧୧।୬(ଡି.ଏନ୍‌.ଏ.): କୃଷି ଓ କୃଷକର ଉନ୍ନତି ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଏଥିଲାଗି ବିପୁଳ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ କରାଯାଉଥିଲେ ବି କେତେକ ସ୍ଥାନରେ ଏହାର ଠିକ୍‌ ଭାବେ ବିନିଯୋଗ କରାଯାଉନି। ଏଥିଯୋଗୁ…

ଶୋକାକୂଳ ପରିବେଶରେ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ରତ୍ନଗିରି,୯।୬(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ନାଥପୁର ଗ୍ରାମର ଯବାନ ବିକାଶ ଚନ୍ଦ୍ର ପଣ୍ଡା(୩୬)ଙ୍କ ଶେଷକୃତ୍ୟ ଶୋକାକୂଳ ପରିବେଶ ମଧ୍ୟରେ ମଙ୍ଗଳବାର ସମ୍ପର୍ଣ୍ଣ ହୋଇଛି। ବରୀ ବିଧାୟିକା ସୁନନ୍ଦା ଦାସ, ଭାଜପା ନେତା ବିଶ୍ୱ ରଞ୍ଜନ ମଲ୍ଲିକ ସେଠାରେ ପହଞ୍ଚି…

ହିତେଶଙ୍କୁ ଶ୍ରେଷ୍ଠ ମ୍ୟୁଜିକାଲ ଚଳଚ୍ଚିତ୍ର ପୁରସ୍କାର

ଯାଜପୁରରୋଡ/ଯାଜପୁର ଅଫିସ,୯।୬: ଓରିଫାର୍ମିଂ ପକ୍ଷରୁ ଏପ୍ରିଲ ୨୮ରୁ ଜୁନ ୩ ପର୍ଯ୍ୟନ୍ତ ଅନ୍‌ଲାଇନରେ କୋଭିଡ-୧୯ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାଜପୁର ରୋଡ୍‌ର ହିତେଶ କୁମାରଙ୍କୁ ଶ୍ରେଷ୍ଠ ମ୍ୟୁଜିକାଲ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ହିତେଶଙ୍କ ଦ୍ୱାରା କୋଭିଡ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri