କଳିଙ୍ଗନଗର ଶିଳ୍ପାଞ୍ଚଳ: ୨୫ ହଜାର ଲୋକ ନିଯୁକ୍ତି ହରାଇଛନ୍ତି

ଯାଜପୁର ଅଫିସ,୧୫।୬: ଗତ ୫ ବର୍ଷ ମଧ୍ୟରେ କଳିଙ୍ଗନଗର ଶିଳ୍ପ କାରଖାନାରେ କାର୍ଯ୍ୟରତ ପ୍ରାୟ ୨୦ ହଜାର ଠିକା ଶ୍ରମିକ ଏବଂ ୫ ହଜାରରୁ ଊର୍ଦ୍ଧ୍ୱ ନିୟମିତ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଇତିମଧ୍ୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌, ମେସ୍କୋ ଷ୍ଟିଲ୍‌, ମୈଥାନ ଇସ୍ପାତ, ରୋହିତ ଫେରୋଟେକ୍‌, ୟାଜଦାନି ଭଳି ବୃହତ୍‌ କମ୍ପାନୀ ବନ୍ଦ ପଡ଼ିିଥିବାରୁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଛି। ଏଭଳିସ୍ଥିତିରେ କରୋନା ଜନିତ ଆର୍ଥିକ ଦୁଃସ୍ଥିତି ଘୋଟିଛି। ଫଳରେ ଯେଉଁ ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ହରାଇଛନ୍ତି ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଚଳିତ ରଜପର୍ବ ଫିକା ପଡ଼ିଛି। ଆର୍ଥିକ ଅଭାବ ଅନଟନରେ ଗତି କରୁଥିବା ଶ୍ରମିକ ପରିବାର ସେମାନଙ୍କ ପିଲାଙ୍କ ପାଇଁ ନୂଆ ପୋଷାକ ଦେଇ ପାରୁନାହାନ୍ତି।
ନବେ ଦଶକରେ ଅନେକ ମନଲୋଭା ପ୍ରତିଶ୍ରୁତି ପାଇ ଜିଲାବାସୀ ଶିଳ୍ପ କାରଖାନାକୁ ସ୍ବାଗତ କଲେ। ଘରୋଇ ପୁଞ୍ଜି ନିବେଶରେ ବହୁ ଶିଳ୍ପ କାରଖାନା ଗଢ଼ିଉଠିଲା। ପ୍ରଥମ ଘରୋଇ ଶିଳ୍ପସଂସ୍ଥା ଭାବେ ମେସ୍କୋ ଷ୍ଟିଲ କଳିଙ୍ଗନଗରରେ ପାଦ ଥାପିଥିଲା। ମେସ୍କୋ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ସହ ଯୋଡ଼ା ଖଣି ମଣ୍ଡଳରେ ୨ଟି ଖଣି ହାତେଇଥିଲା। ପରବର୍ତ୍ତୀ ସମୟରେ ଖଣି ଦୁର୍ନୀତି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମେସ୍କୋ ଷ୍ଟିଲର ଯୋଡ଼ାରେ ଥିବା ଏକ ଲୁହାପଥର ଖଣିରୁ ପ୍ରାୟ ୯୨୪.୭୫ କୋଟି ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମେସ୍କୋ ଷ୍ଟିଲ ଜରିମାନା ଦାଖଲ କରି ନ ପାରିବାରୁ ଖଣି ବନ୍ଦ ହେବା ସହ କଳିଙ୍ଗନଗର କାରଖାନା ମଧ୍ୟ ବନ୍ଦ ପଡିଛି। ଏହାସହ ମେସ୍କୋ ଗ୍ରୁପ ମାଲିକାନାରେ ଥିବା ମୈଥାନ ଇସ୍ପାତ ମଧ୍ୟ ବନ୍ଦ ପଡିଥିବାରୁ ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ଜୀବିକା ଯାଇଛି। ଟାଟା ଷ୍ଟିଲ କାରଖାନାରେ ୨୦୧୫ ମାର୍ଚ୍ଚ ସୁଦ୍ଧା ୨୬୦୨ ଜଣ ନିୟମିତ କର୍ମଚାରୀ ଓ ୩୬,୧୦୮ ଜଣ ଶ୍ରମିକ ବିଭିନ୍ନ ଠିକାସଂସ୍ଥା ଜରିଆରେ କାମ କରୁଥିଲେ। ୨୦୧୬ ମାର୍ଚ୍ଚ ସୁଦ୍ଧା ସେଠାରେ ୨୬୮୨ ନିୟମିତ କର୍ମଚାରୀ ଏବଂ ୧୭,୬୯୯ ଠିକା ଶ୍ରମିକ କାର୍ଯ୍ୟ କରୁଥିବା ୭ମ ପୁନର୍ବାସ ଏବଂ ପରିପାର୍ଶ୍ୱ ଉନ୍ନୟନ ପରାମର୍ଶଦାତା କମିଟି (ଆର୍‌ପିଡିଏ) ବୈଠକରୁ ଜଣାପଡ଼ିଛି। ଅର୍ଥାତ୍‌ ଗୋଟିଏ ବର୍ଷ ମଧ୍ୟରେ ଅଧାରୁ ଅଧିକ ଠିକା ଶ୍ରମିକ ନିଯୁକ୍ତି ହରାଇଥିଲେ। ସେହିପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍‌ଏମ୍‌ଟିସି, ଓଡିଶା ସରକାରଙ୍କ ଉଦ୍ୟୋଗ ଇପିକଲ ଏବଂ ଓଏମ୍‌ସିର ଯୌଥ ପରିଚାଳନାରେ ଥିବା ନୀଳାଚଳ ଇସ୍ପାତ କାରଖାନାକୁ ଗତ ଏପ୍ରିଲରୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଫଳସ୍ବରୂପ ଏହି କାରଖାନାରେ କାମ କରୁଥିବା ପ୍ରାୟ ୪ ହଜାର କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇଛନ୍ତି। ଏହାବାଦ୍‌ ବିଆରପିଏଲ, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ୟାଜଦାନି ଷ୍ଟିଲ କାରଖାନାରେ ହାରାହାରି ପ୍ରାୟ ୬୦ ପ୍ରତିଶତ କର୍ମଚାରୀ ଓ ଶ୍ରମିକ ନିଯୁକ୍ତି ହରାଇଥିବା ୭ମ ଆର୍‌ପିଡିଏ ବୈଠକରୁ ଜଣାପଡ଼ିଛି। କଳିଙ୍ଗନଗର ବାସଚ୍ୟୁତ କମିଟିର ସମ୍ପାଦକ ବାବୁଲି ପୂର୍ତ୍ତି କୁହନ୍ତି, ଜମିବାଡି ହରାଇଥିବା ବିସ୍ଥାପିତମାନେ ଚାକିରିରୁ ମଧ୍ୟ ବିଦା ହୋଇଛନ୍ତି। ଏଭଳିସ୍ଥିତିରେ ଚାକିରି ହରାଇଥିବା ଭୂମିପୁତ୍ର ପରଘରେ କାମ କରୁଛନ୍ତି। ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏପରିକି ମାନସିକ ଭାରସାମ୍ୟ ହରାଇ ଆମତ୍ହତ୍ୟା କରୁଛନ୍ତି। ବକେୟା ଦରମା ନ ମିଳିବା ଯୋଗୁ ଗତ ୪ ଦିନ ମଧ୍ୟରେ ନୀଳାଚଳର ଜଣେ ଶ୍ରମିକ ରୋଗଶଯ୍ୟାରେ ଆଖିବୁଜିଥିବାବେଳେ ଜଣେ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ତେଣୁ ରଜ ପାଳନ କରିବାକୁ ନିଯୁକ୍ତି ହରାଇଥିବା ଲୋକଙ୍କ ପରିବାରବର୍ଗ ଚିନ୍ତା ବି କରୁନାହାନ୍ତି ବୋଲି ବାବୁଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri