ଗଞ୍ଜାମ

ଅନାସ୍ଥାରେ ପଦ ହରାଇଲେ ରାମଚନ୍ଦ୍ରପୁର ସରପଞ୍ଚ

ପାଟପୁର,୧୨ା୩- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଇକ ରାମଚନ୍ଦ୍ରପୁର ଗ୍ରାମର ମହିଳା ସରପଞ୍ଚ ଗୁରୁବାର ଅନାସ୍ଥା ଭୋଟରେ ପଦ ହରାଇଛନ୍ତି। ଅନୁଷ୍ଠିତ ଅନାସ୍ଥା ଭୋଟରେ ପଞ୍ଚାୟତର ମୋଟ ୧୮ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୧୩ଜଣ ଉପସ୍ଥିତ ରହି ସରପଞ୍ଚଙ୍କ ବିପକ୍ଷରେ…

ବାର୍‌ହା ମାଂସ ଜବତ, ୨ ଗିରଫ

ବୁଗୁଡ଼ା,୧୨ା୩(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳ ଡ଼ାକରାବାଡ଼ି ଛକରେ ଗୁରୁବାର ଅପରାହ୍ନରେ ବାଇକ୍‌ ଉପରେ ବାର୍‌ହା ମାଂସ ରଖି ବିକ୍ରି କରୁଥିବାବେଳେ ୨ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବୁଗୁଡ଼ା ବନାଞ୍ଚଳ ଡ଼ାକରାବାଡ଼ି ଗ୍ରାମର ନିରଞ୍ଜନ ବିଶ୍ୱାଳ ଓ ବିରଞ୍ଚତ୍ପୁର ଗ୍ରାମର ବିଜୟ…

ବିଲ୍‌ ନ ମିଳିବାରୁ ଠିକାଦାରଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ଗଞ୍ଜାମ,୧୨ା୩(ଡି.ଏନ୍‌.ଏ.): ଗଞ୍ଜାମ ସହରର ବିଭିନ୍ନ ୱାର୍ଡରେ ଏନ୍‌ଏସି ପକ୍ଷରୁ ୧୦ ପ୍ରକଳ୍ପ ମଧ୍ୟରୁ ୬ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ମାତ୍ର ଠିକାଦାରଙ୍କୁ ଏହାର ବିଲ୍‌ ପ୍ରଦାନ କରାଯାଉ ନାହିଁ। ଏହାକୁ ନେଇ ଠିକାଦାର ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ…

ଉଚ୍ଛେଦ ପୂର୍ବରୁ ଦୋକାନ ହଟାଇଲେ ବ୍ୟବସାୟୀ, ଥଇଥାନ କରା ନ ଗଲେ ଆନ୍ଦୋଳନ ଚେତାବନୀ

ଗଞ୍ଜାମ,୧୨।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ସାନବଜାରଠାରୁ ତ୍ରିବେଣୀ ମଠ ଛକ ଯାଏ ରାସ୍ତା ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯିବା ନେଇ ତହସିଲ ପ୍ରଶାସନ ପକ୍ଷରୁ ଗତ ଫେବୃୟାରୀ ୧୦ତାରିଖ ଉଭୟ ପାର୍ଶ୍ୱରେ ଥିବା କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀମାନଙ୍କୁ ନୋଟିସ…

କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଯୋଗାଇ ଦିଆଯିବ ଅନ୍‌ସ୍ଲୋ ହାଇସ୍କୁଲର ୧୩ ଶ୍ରେଣୀଗୃହ: ଜିଲାପାଳ

ଛତ୍ରପୁର,୧୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏଥିପାଇଁ ଭିତ୍ତିଭୂମି ସମ୍ପର୍କିତ ଏକ ବୈଠକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅନସ୍ଲୋ ହାଇସ୍କୁଲର ଏକ କୋଠାରେ ଅସ୍ଥାୟୀ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲିବ।…

ଆକ୍ସନ ମୁଡ୍‌ରେ ଗଞ୍ଜାମ ଜିଲାପାଳ: ସାଇକେଲରେ ବୁଲି ତଦାରଖ କରୁଛନ୍ତି ସଫେଇ କାର୍ଯ୍ୟ, ବାହାରେ ପ୍ଲାଷ୍ଟିକ୍‌ ପକାଇଥିବାରୁ ମଦଦୋକାନକୁ ୧ ଲକ୍ଷ ଜରିମାନା

ବ୍ରହ୍ମପୁର ଅଫିସ,୧୨ା୩-ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଜିରୋ ସ୍ବିପିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାର୍ଚ୍ଚ ୧ରୁ ସହରରେ ରାତ୍ରିକାଳୀନ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁବାର ଜିଲାପାଳ ବିଜୟ ଅମୃତା…

ଏମ୍‌କେସିଜି ମେଡିକାଲ ବିକାଶ ପାଇଁ ହେଉ ସ୍ବତନ୍ତ୍ର ଯୋଜନା

ବ୍ରହ୍ମପୁର ଅଫିସ,୧୨ା୩: ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବୁଧବାର ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା। ଜିଲାର ପ୍ରମୁଖ ସହର ରେଶମ ନଗରୀ ପ୍ରତି ସରକାରୀ ଅବହେଳାର ପ୍ରତିବାଦ ଏବଂ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ…

୨ ଅଣଓଡ଼ିଆ ମହିଳା ଗିରଫ, ଗହଣା ଜବତ

ଦିଗପହଣ୍ଡି,୧୨ା୩(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମସ୍ଥିତ ମା’ ବାଙ୍କେଶ୍ୱରୀଙ୍କ ଯାତ୍ରାରେ ସୋମବାର ସିଦ୍ଧେଶ୍ୱର ଗଣିଆ ନାଳ ଛକରେ ରହୁଥିବା ସୂର୍ଯ୍ୟମଣି ସାହୁ ନାମ୍ନୀ ମହିଳାଙ୍କ ବେକରୁ ପ୍ରାୟ ୨ ଭରି ଓଜନର ସୁନା ଖାସୁମାଳି କେହି ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।…

ଇଟାଭାଟି ସୁପରଭାଇଜରଙ୍କୁ ଗୁଳିମାଡ଼ ଘଟଣା: ଅଭିଯୁକ୍ତ ଗଲେ ଜେଲ, ୨ ସୁପାରି କିଲର ଫେରାର

ଦିଗପହଣ୍ଡି,୧୧ା୩(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମ ଶ୍ମଶାନ ନିକଟ ଇଟାଭାଟିରେ କାମ କରୁଥିବା ସୁପରଭାଇଜର ସାଗର ପାତ୍ରଙ୍କୁ ଗୁଳି ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗରେ ପୋଲିସ ବୁଧବାର ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ବ୍ରହ୍ମପୁର ଟାଉନ ଥାନା ବିଜିପୁର…

ଗଞ୍ଜାମର ନୂଆ ଏଡିଏମ୍‌ ଭାବେ ଦାୟିତ୍ୱ ଗ୍ରହଣ କଲେ ଅମିୟ କୁମାର ସାହୁ

ଛତ୍ରପୁର,୧୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପାଳ (ରାଜସ୍ବ) ଭାବେ ଅମିୟ କୁମାର ସାହୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ କଟକ ଜିଲା ଆଠଗଡ଼ ଉପଜିଲାପାଳ ଥିଲେ। ପଦୋନ୍ନତି ହେବା ପରେ ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ…

ମା’ ବାଙ୍କେଶ୍ୱରୀଙ୍କ ପ୍ରସିଦ୍ଧ ଡିମ୍ବୁଳା ଯାତ୍ରାରେ ମୁଣ୍ଡନ ହେଲେ ୧୦ ହଜାରରୁ ଊର୍ଦ୍ଧ୍ବ ଶିଶୁ: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଦିଗପହଣ୍ଡି,୧୧।୩(ଡି.ଏନ୍‌.ଏ.): ପ୍ରତିବର୍ଷ ଭଳି ଚଳିତବର୍ଷ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମସ୍ଥିତ ମା’ ବାଙ୍କେଶ୍ୱରୀଙ୍କ ପୀଠରେ ରବିବାର ରାତିରୁ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ଡିମ୍ବୁଳା ଯାତ୍ରା। ଏହି ଯାତ୍ରା ବୁଧବାର ଉଦ୍‌ଯାପିତ ହୋଇଛି। ସୋମବାର ଭୋରରେ ପ୍ରଚଳିତ ପରମ୍ପରା…

ଠେଙ୍ଗାରେ ବନ କର୍ମଚାରୀଙ୍କୁ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବନମାଳୀ ଗ୍ରାମରେ ଜଣେ ବନ କର୍ମଚାରୀଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଉକ୍ତ ଗ୍ରାମର କାଳିଆ ସାହୁଙ୍କୁ କେ. ନୂଆଗାଁ ଥାନା ପୋଲିସ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?