ଗଞ୍ଜାମ

ଟ୍ରେନ୍‌ରେ ଯାତ୍ରୀ ଛାଡ଼ିଥିବା ବ୍ୟାଗ୍‌ ଦେଲା ଆର୍‌ପିଏଫ୍‌

ଛତ୍ରପୁର,୨୬ା୧୨(ଡି.ଏନ.ଏ)- ଟ୍ରେନ୍‌ରେ ଜଣେ ଯାତ୍ରୀ ଛାଡି ଯାଇଥିବା ବ୍ୟାଗକୁ ଛତ୍ରପୁର ଆର୍‌ପିଏଫ୍‌ ଆଉଟପୋଷ୍ଟ ପକ୍ଷରୁ ତାଙ୍କୁ ହସ୍ତାନ୍ତର କରାଯାଇଛି। ୨୩ ତାରିଖରେ ଭୁବନେଶ୍ୱରରୁ ବାଲୁଗଁ। ପାଇଁ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ବାଲୁଗଁ। ଥାନା ଅଳଇଢିହ ଛକର ସୌମ୍ୟଜିତ୍‌ ବରାଳ ଯାତ୍ରା କରିଥିଲେ। ତେବେ…

ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୫ା୧୨- ଗଞ୍ଜାମ ଜିଲା ସ୍ବତନ୍ତ୍ର ପୋକ୍‌ସୋ ଜଜ ତଥା ଅତିରିକ୍ତ ଦୌରା ଜଜ (ଏଡିଜେ)-୨ ଜଗଦୀଶ ପ୍ରସାଦ ମହାନ୍ତି ମଙ୍ଗଳବାର ଏକ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣ ମିଳିବାରୁ ଅଭିଯୁକ୍ତ ବିଭୀଷଣ ଦାସଙ୍କୁ ୫ ବର୍ଷ ଜେଲ…

ଭୂତସରସିଙ୍ଗି ସମିତିସଭ୍ୟ ପଦବୀ ଅସିଦ୍ଧ

ଛତ୍ରପୁର,୨୫ା୧୨(ଡି.ଏନ୍‌.ଏ.): ପୁରୁଷୋତ୍ତମପୁର ବ୍ଲକ ଭୂତସରସିଙ୍ଗି ପଞ୍ଚାୟତର ସମିତିସଭ୍ୟ ପଦବୀକୁ ଛତ୍ରପୁର ସିଭିଲ ଜଜ୍‌ (ସିନିୟର ଡିଭିଜନ) ସ୍ବଂୟପ୍ରଭା ଆଚାର୍ଯ୍ୟ ମଙ୍ଗଳବାର ଅସିଦ୍ଧ ଘୋଷଣା କରିଛନ୍ତି। ଭୂତସରସିଙ୍ଗି ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ରମେଶ ନାୟକଙ୍କ ୩ ସନ୍ତାନ ଥିବା ଦର୍ଶାଇ ତାଙ୍କ…

ମଧୁ ଆପ୍‌କୁ ପ୍ରଶଂସା କଲେ ସଚିବ

ଛତ୍ରପୁର,୨୫ା୧୨(ଡି.ଏନ୍‌.ଏ.)- ଭୁବନେଶ୍ୱରଠାରେ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଭିଡିଓ କନଫରେନ୍ସିଂ ଜରିଆରେ ଶିକ୍ଷା ସମ୍ବନ୍ଧୀୟ ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଛତ୍ରପୁରସ୍ଥିତ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ଛତ୍ରପୁର…

ଗଞ୍ଜାମ ଲୋକକଳା ଓ ସଂସ୍କୃତିର ଭୂମି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ, ୨୫ା୧୨:ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଆୟୋଜିତ ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ୫ ଦିନଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ, ଗଞ୍ଜାମ…

କର୍ନାଟକରୁ ପ୍ରାପ୍ୟ ନ ପାଇ ଫେରିଲେ ଶ୍ରମିକ: ଠିକାଦାର, ୩ ସହଯୋଗୀଙ୍କ ବିରୋଧରେ ଅଭିଯୋଗ

ହିଞ୍ଜିଳିକାଟୁ,୨୪ା୧୨(ଡ଼ି.ଏନ୍‌.ଏ.)- ଜଣେ ଠିକାଦାର ଓ ତାଙ୍କ ୩ ସହଯୋଗୀଙ୍କ କଥାରେ ଅଧିକ ଅର୍ଥ ଲୋଭରେ ପଡ଼ି ଜିଲାର ବିଭିନ୍ନ ଅଞ୍ଚଳରୁ ୬୦ରୁ ଉର୍ଦ୍ଧ୍ୱ ଶ୍ରମିକ କର୍ନାଟକ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଏକ ରେଲ୍‌ ସ୍ଲିପର (ରେଳ ଧାରଣା ତଳେ ପଡୁଥିବା…

ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍‌ଘାଟିତ: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ, ୨୪।୧୨- ଗୋପାଳପୁର ବେଳାଭୂମି ପରିସରରେ ଆୟୋଜିତ ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ୫ ଦିନଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଜାଗା…

କିଲୋ ୬ ଟଙ୍କାରେ ସ୍କୁଲ ବହି ବିକ୍ରି ଘଟଣା: ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ପାଟପୁର,୨୪ା୧୨-ଗଞ୍ଜାମ ଜିଲା ପାଟପୁର ଗ୍ରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବହିକୁ ଜଣେ ଶିକ୍ଷୟିତ୍ରୀ ୬ଟଙ୍କା କିଲୋରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରମାଣ ମିଳିବା ପରେ ଶିକ୍ଷୟିତ୍ରୀ ସାବିତ୍ରୀ ଦେବୀଙ୍କୁ ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀ…

ପେସାରେ ମେକାନିକ୍‌, ନିଶା କଳାକୃତି : ପେନ୍‌ସିଲମୁନରେ ହରିଗୋବିନ୍ଦଙ୍କ କ୍ଷୁଦ୍ର ସାନ୍ତାକ୍ଲଜ୍‌

ବ୍ରହ୍ମପୁର ଅଫିସ,୨୪ା୧୨-ପେସାରେ ଜଣେ ମେକାନିକ୍‌ । କିନ୍ତୁ ନିଶା ତାଙ୍କର ନୂତନ କଳାକୃତି ଗଢ଼ିିବାରେ । ଖାଦ୍ୟଶସ୍ୟ, ପେନସିଲରେ ବିଭିନ୍ନ କଳାକୃତି କରି ସେ ପାଲଟି ଯାଇଛନ୍ତି ଜଣେ ଚର୍ଚ୍ଚିତ ଚେହେରା । ସେ ହେଲେ ଶ୍ରୀରାମନଗର ଜଗନ୍ନାଥ ବିହାର ଷଷ୍ଠଗଳିରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ପୋଲିସ ଏସ୍‌ଆଇଙ୍କୁ ଜେଲ, ଜରିମାନା

ବ୍ରହ୍ମପୁର ଅଫିସ,୨୪ା୧୨-ଗଞ୍ଜାମ ଜିଲା ସ୍ବତନ୍ତ୍ର ଭିଜିଲାନ୍ସ ଜଜ ସୁବ୍ରତ ମହାନ୍ତି ସୋମବାର ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ତତ୍କାଳୀନ ଗଜପତି ଜିଲା ଅଡ଼ବା ଥାନା ଭାରପ୍ରାପ୍ତ ଅଧିକାରୀ ତଥା ବର୍ତ୍ତମାନ ଭୁବନେଶ୍ୱର ଉତ୍ତରା ଫାଣ୍ଡି ଅଧିକାରୀ…

ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍‌ ୩୫ରୁ ଊଦ୍ଧର୍‌ବ ଆହତ, ୧୯ ଗୁରୁତର

ଦିଗପହଣ୍ଡି,(ଡି.ଏନ୍‌.ଏ.)/ପାଟପୁର,୨୪ା୧୨- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟିରେ ସୋମବାର ରାତି ପ୍ରାୟ ୮ଟାରେ ଏକ ପିକ୍‌ନିକ୍‌ ବସ୍‌ ଓଲଟି ପଡିବାରୁ ୩୫ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣ ଗୁରୁତର ଅଛନ୍ତି। ପ୍ରକାଶ ଯେ,…

ଗୋପାଳପୁର ବେଳାଭୂମି ମହୋତ୍ସବ ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଗୋପାଳପୁର,୨୪ା୧୨-ଚଳିତ ବର୍ଷ ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଅପରାହ୍ନରେ ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri