ଅଧ୍ୟାପକଙ୍କୁ କରୋନା: ୩ ଦିନ କଲେଜ ବନ୍ଦ
ବୁଗୁଡ଼ା,୩ା୪: ବୁଗୁଡ଼ା ବ୍ଲକ ବାଲିପଦର ଆଞ୍ଚଳିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମହାବିଦ୍ୟାଳୟକୁ ଶନିବାରଠାରୁ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ରବିବାରଠାରୁ କଲେଜର ସମସ୍ତ କକ୍ଷ ସାନିଟାଇଜ୍ କରିବା ପାଇଁ କ୍ୟାମ୍ପସ୍ ୩…
ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା: ବିଧାୟକ, ବିରୋଧୀ ଦଳ ଉପନେତାଙ୍କ ଗିରଫ ଦାବି
ଦିଗପହଣ୍ଡି,୩।୪(ଡି.ଏନ୍.ଏ.): ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଘଟଣା। ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିଧାନସଭା ପୋଡିୟମ ଉପରକୁ…
ପୋଲିସକୁ ନ ଜଣାଇ ଜାଳିଦେଲେ ଛାତ୍ରୀଙ୍କ ମୃତଦେହ
ଚିକିଟି,୨ା୪: ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଧାନଘର ଫାଣ୍ଡି ଡାଳପଲଙ୍କ ଅଞ୍ଚଳର ଜଣେ ଦଶମ ଛାତ୍ରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ହେଲେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।…
ଡିପୋରେ ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର କାଠ
ଭଞ୍ଜନଗର,୧।୪: ଭଞ୍ଜନଗର କଲେଜ ରୋଡ଼ରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର କାଠ ଡିପୋରେ ଗୁରୁବାର ନିଆଁ ଲାଗିଯାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର କାଠ ଜଳିଯାଇଛି। ମାସେ ମଧ୍ୟରେ ଦ୍ୱିତୀୟ ଥର ଡିପୋରେ ନିଆଁ ଲାଗିଛି। ଗତ ମାର୍ଚ୍ଚ ୨ରେ ଡିପୋରେ…
ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ
ଗୋପାଳପୁର,୩୧ା୩: ନାବାଳିକାଙ୍କୁ ବଳାତ୍କାର କରିବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଗୋପାଳପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ସମ୍ପୃକ୍ତ ଅଞ୍ଚଳର ଜଣେ…
କାଇଞ୍ଚପୁର ପଞ୍ଚାୟତରେ କରୋନା ଟିକାର ଶୁଭାରମ୍ଭ
ଗଞ୍ଜାମ, ୩୦।୩(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ କାଇଞ୍ଚପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର କରୋନା ଟୀକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଖଣ୍ଡଦେଉଳି ମେଡିକାଲ ଡାକ୍ତର ସୌମ୍ୟକାନ୍ତ ମହାପାତ୍ର, ଆୟୁଷ ଡାକ୍ତର ବନୋଜ କାନ୍ତ କର, ଜିଲା ସମ୍ପାଦକ ଭୀମ ସେନ…
ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ
ପୁରୁଷୋତ୍ତମପୁର, ୩୦।୩(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣିଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ସୋମବାର ରାତ୍ର ସାଢ଼େ ୨ଟାରୁ ମନ୍ଦିର ଦ୍ୱାର ଫିଟାଯାଇ ପରମ୍ପରା ଅନୁସାରେ ଅବକାଶ ନୀତି, ମାଜଣା, ଅଭିଶେକ, ସୃଙ୍ଗାର…
ବରିଷ୍ଠ ନାଗରିକ, ଗର୍ଭବତୀଙ୍କୁ ମନା
ଛତ୍ରପୁର,୨୯।୩: ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଯାତ୍ରା ମଙ୍ଗଳବାର ଆରମ୍ଭ ହେବ। ଯାତ୍ରା ମାସେ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ଅନୁସାରେ ଚାଳିବ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ବରିଷ୍ଟ ନାଗରିକ, ଗର୍ଭବତୀ ଓ…
ନାଚଗୀତରେ ପାଳିଲେ ହୋଲି
ଗଞ୍ଜାମ, ୨୯।୩(ଡି.ଏନ୍.ଏ.): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ସୋମବାର ପାଳନ ହୋଇଯାଇଛି। ଏହି ଅବସରରେ ପୁଇଁତୋଳା ବାରିକିସାହି, ବଡ଼ସାହି ଓ ସାନସାହି ଯୁବକମାନେ ଗୀତର ତାଳେତାଳେ ନାଚୁଥିବା ଦେଖିବାକୁ ମିଳିଥିଲା। ଦିନ ବାରଟା ପରେ ହୋଲି…
ଦଣ୍ଡକାଳୀଙ୍କ ୧୮ଦିନିଆ ଦଣ୍ଡଯାତ୍ରା ଆରମ୍ଭ
ବୁଗୁଡ଼ା ୨୯।୩ (ଡି.ଏନ୍ .ଏ.): ଜିଲା ପ୍ରଶାସନ ଜାରି କରିଥିବା କୋଭିଡ୍ ଗାଇଡ୍ଲାଇନ ଅନୁଯାୟୀ, ବୁଗୁଡ଼ା ବ୍ଲକ ଅଧୀନ ଭାମଶ୍ୟାଳି ଗ୍ରାମର ମା’ ଦଣ୍ଡକାଳୀଙ୍କ ୧୮ଦିନିଆ ଦଣ୍ଡଯାତ୍ରା ରବିବାର ଆରମ୍ଭ ହୋଇଛି। ସ୍ପଳ୍ପ ମାନସିକଧାରୀ ଦଣ୍ଡୁଆଙ୍କୁ ନେଇ ଏହି ଯାତ୍ରା ଆରମ୍ଭ…
ବାହାର ଲୋକଙ୍କୁ ଗଞ୍ଜାମ ମନା
ଛତ୍ରପୁର,୨୯।୩(ଡିଏନଏ ): ଗଞ୍ଜାମ ଜିଲାରେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଅଭାବ ଦେଖାଯାଉଛି। କୋଭିଡ ସଂକ୍ରମଣରୁ ବର୍ତ୍ତିବା ପାଇଁ ଜାରି କରିଥିବା ନିତୀ ନିୟମ ପାଳନ ହେଉନାହିଁ। ଏ ନେଇ ସଂକ୍ରମଣ ବଢ଼ୁଥିବା ଅନୁମାନ କରାଯାଉଛି। ସଂକ୍ରମଣରୁ ରୋକିବା ନେଇ ଜିଲା ପ୍ରଶାସନ…
ନଦୀ ନିକଟରେ ଓଲଟିଲା ଗାଡ଼ି, ଚାଲିଗଲା ଜୀବନ
ଭଞ୍ଜନଗର,୨୮।୩: ଗଞ୍ଜାମ ଜିଲା ତୁରୁମୁ ଗ୍ରାମ ନିକଟରେ ଥିବା ଏକ ନଦୀ ପାଖରେ ରବିବାର ଦୁର୍ଘଟଣା ଘଟିଛି। ବାଇକ୍ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି। ମୃତକ ଜଣକ ହେଲେ କାଳିଆ ନାୟକ। ତେବେ ଗୁରୁତର…
Archives


