ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା: ବିଧାୟକ, ବିରୋଧୀ ଦଳ ଉପନେତାଙ୍କ ଗିରଫ ଦାବି

ଦିଗପହଣ୍ଡି,୩।୪(ଡି.ଏନ୍‌.ଏ.): ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଘଟଣା। ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିଧାନସଭା ପୋଡିୟମ ଉପରକୁ ଜାଣି ଶୁଣି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଚପଲ, ଡଷ୍ଟବିନ, ମାଇକ୍ରୋଫୋନ, ପେନ ଷ୍ଟାଣ୍ଡ ଆଦି ଫିଙ୍ଗିବା ଘଟଣାକୁ ଦିଗପହଣ୍ଡି ବିକାଶ ପରିଷଦ ସଭାପତି ଅଶେଷ ନାଥ ମିଶ୍ର ତୀବ୍ର ନିନ୍ଦା କରିଛନ୍ତି। ଭାଜପା ପକ୍ଷରୁ ଏଭଳି ଅଶୋଭନୀୟ ଆଚରଣ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କରାଯାଇଛି। ଏହା ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ବିଧାନସଭାକୁ ସିଧାସଳଖ ଅସମ୍ମାନ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଜାତୀୟସ୍ତରରେ ଓଡ଼ିଶା ବିଧାନସଭାର ଗାରିମାକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ହୀନ ଉଦ୍ୟମ କରିଥିବା ବିଧାୟକ ଦ୍ୱୟଙ୍କୁ ଅବିଳମ୍ବେ ଗିରଫ କରାଯିବା ସହ ଉଭୟଙ୍କୁ ୧ ବର୍ଷ ଯାଏ ବିଧାନସଭା କାର୍ଯ୍ୟରୁ ନିଲମ୍ବିତ କରାଯିବା ପାଇଁ ସେ ଦାବି କରିଛନ୍ତି। ଜଣେ ଦାୟିତ୍ୱ ସମ୍ପନ୍ନ ବିଧାୟକ ଭାବେ ସମ୍ବିଧାନ ସମ୍ପର୍କରେ ଜ୍ଞାନ ଆହରଣ କରି ନ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଘଟଣା ବାଚସ୍ପତିଙ୍କ ପଦମର୍ଯ୍ୟାଦା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ବିଧାନସଭା ପରିଚାଳନା ପାଇଁ ରହିଥିବା ଆଇନ ଅନୁସାରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦିଗପହଣ୍ଡି ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି। ଏଭଳି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ବିଧାୟକ ଦ୍ୱୟଙ୍କ ପଦବୀକୁ ତୁରନ୍ତ ରଦ୍ଦ କରିବା ସହ ପିପୁଲ୍ସ ରିପ୍ରେଜେଣ୍ଟେସନ ଆକ୍ଟ ଅନୁଯାୟୀ ଆଗାମୀ ଦିନରେ ସେମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ କୌଣସି ପ୍ରକାର ଅନୁମତି ପ୍ରଦାନ ନ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଦାଲତରେ ମାମଲା ରୁଜୁ କରାଯିବା ପାଇଁ ଦିଗପହଣ୍ଡି ବିକାଶ ପରିଷଦର ସଭାପତି ଅଶେଷ ନାଥ ମିଶ୍ର ଟୁଇଟର ଯୋଗେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?