ଗଞ୍ଜାମ

ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ

ପାତ୍ରପୁର,୨୩ା୯(ଡି.ଏନ.ଏ.): ସାମନ୍ତିଆପଲ୍ଲୀ ରେଞ୍ଜ ନାରାୟଣପୁର ଛକ ନିକଟରେ ଶୁକ୍ରବାର ଆନ୍ଧ୍ର ଚାଲାଣ ବେଳେ ଜଙ୍ଗଲ ବିଭାଗ ଶଗୁଆନ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲାର ଅର୍ଜ୍ଜୁନ…

କଲେଜ ଛାତ୍ରୀଙ୍କ ବ୍ୟାଗ ଲୁଟ ଘଟଣା, ୩ ଗିରଫ

ହିଞ୍ଜିଳିକାଟୁ, ୨୩ା୯(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରିଠାରେ ଗତ ଅଗଷ୍ଟ ୨୫ରେ ଜଣେ କଲେଜ ଛାତ୍ରୀ ସାଇକେଲରେ ଯାଉଥିବା ବେଳେ ବାଇକରେ ୩ଜଣ ଯୁବକ ତାଙ୍କ ବ୍ୟାଗକୁ ଲୁଟି ନେଇଥିଲେ। ବ୍ୟାଗରେ ଛାତ୍ରୀଙ୍କ ମୋବାଇଲ ସମେତ ସ୍କୁଲ କଲେଜର ସାର୍ଟିଫିକେଟ…

ସ୍ବାମୀଙ୍କ ଘର ଆଗରେ ସ୍ତ୍ରୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୩ା୯: ଅଧିକ ଯୌତୁକ ଦାବି ନେଇ ଜଣେ ରେଲଓ୍ବେ କର୍ମଚାରୀ ତାଙ୍କ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏନେଇ ସରକାରୀ ରେଳବାଇ ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ…

ଅବକାରୀ ଚଢ଼ାଉ, ବନ୍ଧା ହେଲେ ୪ ଯୁବକ

ବ୍ରହ୍ମପୁର ଅଫିସ,୨୩।୯: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ଭଞ୍ଜନଗରରେ ଚଢ଼ାଉ କରି ୪୧କେଜି ଗଞ୍ଜେଇ ଜବତ କରିଛି। ଏସଂକ୍ରାନ୍ତରେ ୪ଟି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ଟିମ୍‌ ଭଞ୍ଜନଗର ଫରେଷ୍ଟ…

ନଦୀ ତଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଗୁଜରାଟରୁ ଗିରଫ ହେଲେ ଅଭିଯୁକ୍ତ

ଗଞ୍ଜାମ,୨୩।୯(ଡି.ଏନ.ଏ.): ଗତ ବର୍ଷ ଋଷିକୁଲ୍ୟା ନଦୀ ତଟରୁ ଜରିଗୁଡା ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ଗଞ୍ଜାମ ଥାନା ପୋଲିସ। ମୃତକ ଜଣଙ୍କ ମମତା ବେହେରା ବୋଲି ଜଣାପଡିଥିଲା। ସେତେବେଳେ ତାଙ୍କୁ ତାଙ୍କ ସ୍ବାମୀ ଓ ଅନ୍ୟ ସହଯୋଗୀ ମିଶି ହତ୍ୟା…

ଏମ୍‌କେସିଜିରେ ବାରମ୍ବାର ସିଲିଂ ଖସିବା ଘଟଣା: ଏନ୍‌ଏଚ୍‌ଆରସିରେ ମାମଲା ରୁଜୁ

ବ୍ରହ୍ମପୁର ଅଫିସ,୨୩ା୯: ବ୍ରହ୍ମପୁରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ ପରିସରରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ସୁପରସ୍ପେଶାଲିଟି ବ୍ଲକରୁ ବାରମ୍ବାର ସିଲିଂ ଖସିବା ଘଟଣାକୁ ନେଇ ଜାତୀୟ ମାନବ ଅଧିକାର କମିଶନ(ଏନ୍‌ଏଚ୍‌ଆରସି)ରେ ଗୁରୁବାର ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ସହରର…

୨ କି.ମି.ମଧ୍ୟରେ ରହିବ ମତଦାନ କେନ୍ଦ୍ର

ଛତ୍ରପୁର,୨୨ା୯(ଡି.ଏନ.ଏ.):ଗଞ୍ଜାମ ଜିଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ମତଦାନ କେନ୍ଦ୍ରଗୁଡିକର ସରଳୀକରଣ କରିବା ନିମନ୍ତେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲର ଯେଉଁ ଯେଉଁ ବିଦ୍ୟାଳୟ ଗୁଡିକର ନାମ…

ପାଉଁରୁଟିରେ ରହୁନି ଅବଧି ସମୟ

ବ୍ରହ୍ମପୁର ଅଫିସ, ୨୩ା୯:ପାଉଁରୁଟି ଏବେ ନିତିଦିନିଆ ଖାଦ୍ୟ ଭାବେ ବେଶ ଆଦୃତ ହୋଇଛି। ଫଳରେ ଏହି ପ୍ରୋଟିନ ଜାତୀୟ ଖାଦ୍ୟକୁ ଅନେକାଂଶରେ ଜଳଖିଆ ଭାବେ ବ୍ୟବହାର କରୁଛନ୍ତି। ଏହି ପାଉଁରୁଟିରେ କୌଣସି ଅବଧି ସମୟ ନ ଥିବାରୁ ବର୍ତ୍ତମାନ ଏହା ସ୍ବାସ୍ଥ୍ୟ…

୩ ମାସ ତଳେ ହୋଇଥିଲା ନିର୍ମାଣ: ଭୁଶୁଡ଼ିଲା ଗାର୍ଡୱାଲ

ହିଞ୍ଜିଳିକାଟୁ,୨୨।୯(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖରିଡ଼ା ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାର୍ଯ୍ୟ ବେଳେ ଗୁରୁବାର ଗାଁ ମଧ୍ୟରେ ଥିବା ବଡ ବନ୍ଧର ଗାର୍ଡଓ୍ବାଲ ଧସି ଭୁଶୁଡ଼ି ପଡିଛି। ଫଳରେ କାର୍ଯ୍ୟର ଗୁଣାତ୍ମକମାନକୁ ନେଇ ଏବେ ପ୍ରଶ୍ନ ଉଠିଛି।…

ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ: ପୀଡ଼ିତାଙ୍କୁ ଦେବେ ଆର୍ଥିକ ସହାୟତା

ବ୍ରହ୍ମପୁର ଅଫିସ,୨୨ା୯: ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ ଜଜ୍‌ ଗଣେଶ୍ୱର ପତି ଗୁରୁବାର ଜନୈକା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳିବାରୁ ସେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ରାୟ ପ୍ରକାଶ କରିଛନ୍ତି।…

ମଧ୍ୟାହ୍ନ ଭୋଜନରେ ପୋକ, ଖାଇଲେନି ଛାତ୍ରୀଛାତ୍ର

ହିଞ୍ଜିଳିକାଟୁ ୨୨ା୯(ଡି.ଏନ.ଏ): ହିଞ୍ଜିଳିକାଟୁ ବ୍ଲକ ସାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନ ଭୋଜନରେ ପୋକ ବାହାରିଥିବା ଅଭିଯୋଗ ହୋଇଛି। ଖାଦ୍ୟରେ ପୋକ ଥିବାରୁ ବହୁ ଛାତ୍ରୀଛାତ୍ର ଖାଇ ନ ଥିବା ଅଭିଯୋଗ ହୋଇଛି। ଖାଦ୍ୟରେ ପୋକ ବାହାରିବା ଭିଡିଓ ଓ…

ମୁଜାଗଡ଼ ରେଞ୍ଜ ହାତୀ କରିଡରରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ

ଭଞ୍ଜନଗର,୨୨।୯(ଡି.ଏନ.ଏ): ଗଞ୍ଜାମ ଜିଲାରେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ୪୨ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ସେଥିମଧ୍ୟରୁ କେବଳ ବିଦ୍ୟୁତ୍‌ ଆଘାତରେ ୧୪ଟି ହାତୀ ମୃତ୍ୟୁ ଘଟିଛି। ଶିକାରୀମାନେ ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲ ରାସ୍ତା ଦେଇ ଯାଇଥିବା ବିଦ୍ୟୁତ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri