ଗଞ୍ଜାମ

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି କାରଣ ନ ଥାଇ ନିର୍ଯାତନା ଦେଉଥିବା ପି. ରାମଚନ୍ଦ୍ରପୁରର ଯୁବକମାନେ ଅଭିଯୋଗ ଆଣିଛନ୍ତି। ଗ୍ରାମର…

ପରିବା ଦରକୁ ନେଇ ଚିନ୍ତାରେ ଖାଉଟି

ବୁଗୁଡ଼ା,୮ା୭(କାଳୀଚରଣ): ସରକାର ଜନସାଧାରଣଙ୍କ ହିତ ସାଧନ ଲକ୍ଷ୍ୟରେ ଯୋଜନାମାନ କରିଚାଲିଛନ୍ତି। ତେବେ କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁବିଧା ଯୋଗାଉଥିବାର ଡିଣ୍ଡିମ ପିଟୁଥିବା ବେଳେ କୃଷିଜାତ ଦ୍ରବ୍ୟ ଅଭାବି ବିକ୍ରି ସମୟରେ କିଭଳି ଗଚ୍ଛିତ ରହିବ ଏବଂ ନିଅଣ୍ଟିଆ ସମୟରେ…

ଶ୍ରାବଣରେ ବୈଶାଖୀ ଖରା, ଧାନ ବୁଣି ଚିନ୍ତାରେ ଚାଷୀ

ବୁଗୁଡ଼ା,୮ା୭(କାଳୀଚରଣ ଦାଶ): ଅକ୍ଷୟ ତୃତୀୟାରୁ ଧାନ ବୁଣି ଚାଷୀ ତଳି ପକା ଆରମ୍ଭ କରିଥିବା ବେଳେ ଏ ମଧ୍ୟରେ ତିନି ମାସ ବିତି ଯାଇଥିଲେ ସୁଦ୍ଧା ବର୍ଷାର ଦେଖା ମିଳୁ ନ ଥିବା ଯୋଗୁ ବୁଗୁଡ଼ା ଅଞ୍ଚଳରେ ଚାଷ କାର୍ଯ୍ୟ ଅଟକି…

ସହର ରାସ୍ତାରେ ନର୍ଦ୍ଦମା ପାଣି

ବ୍ରହ୍ମପୁର,୮ା୭ (ସ୍ମୃତି ରଞ୍ଜନ ମହାଲିକ): ପ୍ରାୟ ୩ ଘଣ୍ଟାର ବର୍ଷା ପରେ ବ୍ରହ୍ମପୁର ସହରବାସୀ ଗରମ ଓ ଗୁଳୁଗୁଳିରୁ କେତେକାଂଶରେ ଆଶ୍ୱସ୍ତି ଲାଭ କରିଛନ୍ତି। ଅନ୍ୟପଟେ ଏହି ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଡ୍ରେନ ପାଣି ସହ ମିଶି…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭାଜପା ନେତା

ଗଞ୍ଜାମ,୭।୭(ବିଦ୍ୟାଧର ସାହୁ ): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଛତ୍ରପୁର ନିର୍ବାଚନମଣ୍ଡଳୀ ଭାଜପା ନେତା ଓ କର୍ମୀ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏହି ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପାଦୁକାଇ ମନ୍ଦିର ପ୍ରାଙ୍ଗଣରେ ଭାଜପା ପକ୍ଷରୁ ଗରିବ କଲ୍ୟାଣ ସମାବେଶ…

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ବୁଲାଇଲେ କଳାକନା

ବ୍ରହ୍ମପୁର,୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ସହରରେ ଲୁଟିଆ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି। ଗୋଷାଣିନୂଆଗାଁ ଥାନା ଅଧୀନ ମୟୂରୀବିହାରରେ ରହୁଥିବା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ଲୁଟେରା କଳାକାନା ବୁଲାଇଛନ୍ତି। ଏ ନେଇ ଗୃହକର୍ତ୍ତା ଅନିଲ କୁମାର ପାଣିଗ୍ରାହୀ ଥାନାରେ ଅଭିଯୋଗ କରିଛନ୍ତି।…

ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ନେଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା

ଛତ୍ରପୁର,୭।୭(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ନୂତନ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ବିରାଟ…

ଯାଞ୍ଚ ହେବ ମାଷ୍ଟରମାଇଣ୍ଡ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର

ବ୍ରହ୍ମପୁର,୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବା ବହୁ ଶିକ୍ଷୟିତ୍ରୀ, ଶିକ୍ଷକ ପୂର୍ବରୁ ଧରାପଡ଼ିଛନ୍ତି। ଗତ ପ୍ରାୟ ଦେଢ଼ ମାସ ତଳେ ବ୍ରହ୍ମପୁର ପୋଲିସ ଗଞ୍ଜାମ ଜିଲାରେ ଅପରେଟ୍‌ କରୁଥିବା ଏକ ନକଲି ଜାଲ୍‌ ସାର୍ଟିଫିକେଟ୍‌…

ଜୋର ଧରିଲା ବିବାଦ: ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ନାଁରେ ଥାନାରେ ଏତଲା

ଛତ୍ରପୁର,୬ା୭(ସନ୍ତୋଷ ପାଢ଼ୀ ): ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ହରିଜନ ଶବ୍ଦ ପ୍ରୟୋଗ କରି ଜାତିଆଣ ଆକ୍ଷେପକୁ ଭାରତ ମୁକ୍ତି ମୋର୍ଚ୍ଚା ବିରୋଧ କରିଛି। ଗୁରୁବାର ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତ୍ରୀଙ୍କ ନାଁରେ ଭାରତ ମୁକ୍ତି ମୋର୍ଚ୍ଚା…

ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ନାଁରେ ଥାନାରେ ମାମଲା

ଛତ୍ରପୁର,୬ା୭(ସନ୍ତୋଷ ପାଢ଼ୀ): ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ହରିଜନ ଶବ୍ଦ ପ୍ରୟୋଗ କରି ଜାତିଆଣ ଆକ୍ଷେପକୁ ଭାରତ ମୁକ୍ତି ମୋର୍ଚ୍ଚା ନାପସନ୍ଦ କରିବା ସହ ବିରୋଧ ହୋଇଛି। ଗୁରୁବାର ସିନେମାର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତ୍ରୀଙ୍କ ନାଁରେ ମୋର୍ଚ୍ଚା…

ଗଞ୍ଜାମରେ ପୋଡ଼ିଲାଣି ତଳି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୬ା୭(ସନ୍ତୋଷ ପାଢ଼ୀ): ଚଳିତବର୍ଷ ବର୍ଷା ଅଭାବରୁ ଗଞ୍ଜାମ ଜିଲାର ଅଧିକାଂଶ ବ୍ଲକରେ ଧାନଫସଲର ଗଜା ମରୁଡ଼ି ଓ ତଳିପୋଡ଼ି ଗଲାଣି। କେତେକ ବ୍ଲକ୍‌ରେ ଧାନରୁଆ ହୋଇଥିବା ଜମି ମଧ୍ୟ ଫାଟି ଗଲାଣି। ଏପରି ପରିସ୍ଥିତିରେ ଧାନତଳିକୁ କିପରି ବଞ୍ଚାଇବେ। ସେଥିପାଇଁ ଚାଷୀ…

ଜାଗା ବିବାଦକୁ ନେଇ ଆକ୍ରମଣ, ଜଣେ ଆହତ

ଗଞ୍ଜାମ,୬ା୭(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ଗ୍ରାମରେ ଜାଗା ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଉକ୍ତ ଗ୍ରାମର ଜେ. ଡମ୍ବରୁ ରେଡ୍ଡି ଆହତ ହୋଇଥିବା ବେଳେ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri