ଗଞ୍ଜାମ

+୨ ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ଚଳିତ ବର୍ଷ ମାଟ୍ରିକ, ଯୁକ୍ତ ୨ ଏବଂ ଯୁକ୍ତ ୩ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶିତ କରିବା ପାଇଁ ପଦକ୍ଷେପ ନେଇଛନ୍ତି।…

୧୩ ଦିନିଆ ଗଞ୍ଜାମ ମା’ ଦକ୍ଷିଣ କାଳୀଙ୍କ ଦଣ୍ଡଯାତ୍ରା ଶୁଭାରମ୍ଭ

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ପ୍ରସିଦ୍ଧ ଶ୍ରୀ ଶ୍ରୀ ମା’ ଦକ୍ଷିଣ ଦଣ୍ଡକାଳୀଙ୍କ ୧୩ ଦିନବ୍ୟାପି ଦଣ୍ଡ ଯାତ୍ରା ବୁଧବାର ଶୁଭାରମ୍ଭ ହୋଇଛି l ଦାମୋଦରପୁର କଲେଜ ରୋଡ଼ସ୍ଥିତ ମା’ଙ୍କ ମନ୍ଦିରରୁ ବାହାରି ରାମେଶ୍ୱର ମନ୍ଦିରକୁ ଯାଇ ବାବା ରାମେଶ୍ୱରଙ୍କୁ ଆବାହନ…

ଉତ୍କଳ ଦିବସରେ ରକ୍ତଦାନ ଶିବିର

ଦିଗପହଣ୍ଡି,୧।୪ (ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆନାଳ ଛକର ମା’ ପିତାମ୍ୱରୀ ବଣିକ ସଂଘ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଗ୍ରୀଷ୍ମଦିନେ ବ୍ରହ୍ମପୁର ରକ୍ତ ଭଣ୍ଡାର ରେ…

ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ ସହକାରୀ ଶିକ୍ଷକ ଜଗଦୀଶ ସାହୁ ବେଦପାଠ କରିଥିଲେ। ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ…

ମିଶନ ଶକ୍ତି କାଫେ ଉଦ୍‌ଘାଟନ କଲେ ବିଧାୟକ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଛକଠାରେ ମଙ୍ଗଳବାର ସନ୍ଧ୍ୟାରେ ମିଶନ ଶକ୍ତି କାଫେ ଉଦ୍‌ଘାଟିତ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ…

ଛାତ୍ରୀଛାତ୍ରଙ୍କୁ ପୌଷ୍ଟିକ ମାଣ୍ଡିଆ ଲଡୁ ବଣ୍ଟନ

ଦିଗପହଣ୍ଡି,୧ା୪(ଅଶେଷ ନାଥ ମିଶ୍ର): ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନାମା ଅନୁଯାୟୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମଙ୍ଗଳବାରଠାରୁ ଦିଗପହଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ପୌଷ୍ଟିକ ମାଣ୍ଡିଆ ଲଡୁ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବ୍ଲକ ଅଧୀନ ଏମ.ବାସୁଦେବପୁର ସରକାରୀ…

ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ପାଇଁ କାଇଁଚପୁର ଚଳଚଞ୍ଚଳ

ଗଞ୍ଜାମ,୧ା୪(ବିଦ୍ୟାଧର ସାହୁ): ଆସନ୍ତା ୩୦ରେ ଆରମ୍ଭ ହେବ ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା l ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ସମଗ୍ର କାଇଁଚପୁର ଅଞ୍ଚଳ l ମଙ୍ଗଳବାର ଅପରାହ୍ନରେ ଗ୍ରାମର ରେଡି ସାହିଠାରେ ପୂଜକ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା…

ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଉଦଘାଟିତ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ଠାରେ ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ସ୍ଥାନୀୟ କୋର୍ଟ ସାହି ସ୍ଥିତ ଏକ ଅସ୍ଥାୟୀ କୋଠାରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଉଦଘାଟନୀ ସଭାରେ ବିଦ୍ୟାଳୟ…

ପୋଲିସ ପକ୍ଷରୁ ଜଳଛତ୍ର ଖୋଲିଲା

ଛତ୍ରପୁର,୧ା୪(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଜିଲା ସଦର ମହକୁମା ଛତ୍ରପୁରକୁ ବିଭିନ୍ନ ଅଫିସ କାର୍ଯ୍ୟ ପାଇଁ ଲୋକେ ଆସିଥାନ୍ତି। ବର୍ତ୍ତମାନ ଗ୍ରୀଷ୍ମର ପ୍ରକୋପ ବଢ଼ୁଥିବା ବେଳେ ପିଇବା ପାଣି ଟୋପେ ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ…

ଘରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ଚିକିଟି,୧ା୪(ପ୍ରକାଶ ଚନ୍ଦ୍ର ସାହୁ)-କେ ନୂଆଗାଁ ଥାନା ନୂଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି। ଚାନ୍ଦପୁର ପଞ୍ଚାୟତ ଡଭାର ଗ୍ରାମର ରଞ୍ଜିତା ପଣ୍ଡାଙ୍କ ଘରୁ ସୋମବାର ମଧ୍ୟ ରାତ୍ରିରେ ଚୋରି ହୋଇଛି। ରଞ୍ଜିତା ଏକାକୀ ଶୋଇଥିବା ବେଳେ…

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଖାତା ମୂଲ୍ୟାୟନ ପ୍ରସ୍ତୁତି ଚୂଡାନ୍ତ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହେବ। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଯୁକ୍ତ ୨ ପରୀକ୍ଷା ଖାତା ଅଫଲାଇନ ଏବଂ ଅନ୍‌ଲାଇନ ମୂଲ୍ୟାଙ୍କନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।…

ଆଇଆର୍‌ବି ବାଟାଲିୟନରେ ପୋଲିସ ପ୍ରତିଷ୍ଠା ଦିବସ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ୮ମ ସଂରକ୍ଷିତ ବାହିନୀ ତରଫରୁ ମଙ୍ଗଳବାର ଉତ୍କଳ ଦିବସ ସହ ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ବତନ୍ତ୍ର ଭାରତ ସଂରକ୍ଷିତ ବାହିନୀର ଦୁର୍ଗପତି ସୁଧାକର ମିଶ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?