ଗଞ୍ଜାମ

କାର୍‌ରେ ଯାଉଥିଲେ ସ୍ତ୍ରୀ -ସ୍ବାମୀ: ଟ୍ରକ୍‌ ସହ ହେଲା ଧକ୍କା

ଗଞ୍ଜାମ,୨୯ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ନିକଟ ଓଭର୍‌ ବ୍ରିଜଠାରେ ଏକ ଟ୍ରକ୍‌କୁ କାର ପିଟଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି। ବାଲୁଗାଁରୁ ଆସୁଥିବା କାର୍‌ରେ ସ୍ବାମୀ ସ୍ତ୍ରୀ ବ୍ରହ୍ମପୁର ଅଭିମୁଖେ…

ଘୁମୁସର ଇତିହାସର କରାଯାଉଛି ପ୍ରଚାରପ୍ରସାର: ମନର କଥା ବଖାଣିଲେ ବିଧାୟକ

ଭଞ୍ଜନଗର,୨୯।୫(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର ୫ମ ଅଧିବେଶନ ଗୁରୁବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧିବେଶନକୁ ଉଦଘାଟନ କରିଥିଲେ। ଏହି…

୧୦ ଦଳିତ ପରିବାରକୁ ନିଆଁପାଣି ବାସନ୍ଦ: କଥା ହେଲେ ଦେବାକୁ ପଡୁଛି ଏତିକି ଟଙ୍କା ଜରିମାନା

ଧରାକୋଟ,୨୯।୫(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସରକାରୀ କାମକୁ ନେଇ ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ପ୍ରତାପ ପୁର ଗ୍ରାମର ୧୦ ଦଳିତ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି l ଗ୍ରାମରେ କଙ୍ଗାରୁ କୋର୍ଟ ଜରିଆରେ ଦୀର୍ଘ ତିନି ମାସ…

ସାବିତ୍ରୀର ଦିନକ ପରେ…ସ୍ବାମୀଙ୍କୁ ପ୍ରଥମେ ଟାଙ୍ଗିଆରେ ହାଣିଲେ, ବଞ୍ଚିଥିବେ ଭାବି ଇଟାରେ ମୁଣ୍ଡକୁ ଛେଚିଲେ ସ୍ତ୍ରୀ

କବିସୂର୍ଯ୍ୟନଗର,୨୮ା୫( କୃପାସିନ୍ଧୁ ସ୍ବାଇଁ)- ବେଗୁନିଆପଡା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ। ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିବା ପରେ ଇଟାରେ ମୁଣ୍ଡକୁ ଛେଚି ମାରିଛନ୍ତି ସ୍ତ୍ରୀ। ଧରା ନ ପଡ଼ିବାକୁ ସେ ମଙ୍ଗଳବାରରୁ ସ୍ବାମୀଙ୍କ ମୃତଦେହ ଘର ଭିତରେ ଲୁଚାଇ…

ଅଣ୍ଡା ନୁହେଁ ଚିକେନ ଖାଇବୁ…ଛତ୍ରପୁର ଉପକାରାଗାରରେ କଏଦୀଙ୍କ ଅନଶନ ପରେ…

ଛତ୍ରପୁର,୨୮ା୫(ଦିଲୀପ ସାମଲ): ଛତ୍ରପୁର ଉପ କାରାଗାରରେ କଏଦୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି, ତେଣୁ ସେମାନେ ଅନଶନ କରିବେ ବୋଲି ଏକ ଅଡିଓ କ୍ଲିପ୍‌ ଭାଇରାଲ ହୋଇଥିଲା। ଏ ନେଇ ଜେଲ ଅଧୀକ୍ଷିକା କେ. ଅବନ୍ତୀ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ବୁଧବାର…

ସାତୁଳି ଗାଁରେ ଭୟର ବାତାବରଣ

ଗଞ୍ଜାମ,୨୮ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ସାତୁଳି ଗ୍ରାମରେ କୁକୁର କାମୁଡ଼ି ଅନେକ ଆହାତ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସାତୁଳି ଗ୍ରାମର ମହାଦେଇ ଜେନା, ମନ୍ଦ ଜେନା, ପାଟପୁର ଗ୍ରାମର ଜାନକୀ ପଲାଇ,…

ହୃଦଘାତରେ ଆଖି ବୁଜିଲେ ଦିଗପହଣ୍ଡି ତହସିଲ କର୍ମଚାରୀ, ଶୋକରେ ବୁଡ଼ିଲେ…

ଦିଗପହଣ୍ଡି,୨୮।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ କର୍ମଚାରୀ ମମତାରାଣୀ ନାୟକଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡରିଗୁଡା ଗ୍ରାମ ବାସଭବନରେ ମଙ୍ଗଳବାର ରାତିରେ ତାଙ୍କ ମୃତ୍ୟୁ ଘଟିଛି। ସେ ୨୦୨୪ ରେ ଆଉଟ ସୋର୍ସିଂ…

ସମ୍ପାଦକଙ୍କୁ ବହିଷ୍କାର ଦାବି ଘଟଣା, ବିପୁଳିଙ୍ଗି ସେବା ସମବାୟ ସମିତିରେ ତଦନ୍ତ

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ) : ଛତ୍ରପୁର ବ୍ଲକ ବିପୁଳିଙ୍ଗି ସେବା ସମବାୟ ସମିତିରେ ଚଳିତବର୍ଷ ଧାନକିଣାରେ ବ୍ୟାପକ ଦୁର୍ନୀତି ହୋଇଛି । ସମବାୟ ସମିତି ସମ୍ପାଦକ ନିଜ ପରିବାର ନାମରେ ଟୋକନ ଆଣି ନିଜ ଧାନ ବିକ୍ରି କରିବା ସହିତ ଚାଷୀଙ୍କ ଧାନ…

ତହସିଲରେ ଆର୍‌ଡିସିଙ୍କ ସମୀକ୍ଷା: ଲୋକଙ୍କୁ ତ୍ୱରିତ ସେବା ଯୋଗାଇବାକୁ ନିର୍ଦ୍ଦେଶ

ଭଞ୍ଜନଗର,୨୮ା୫(ବାବୁଲା ପ୍ରଧାନ): ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ବ୍ରହ୍ମପୁର) ରୂପା ରୋଶନ ସାହୁ ବୁଧବାର ଭଞ୍ଜନଗର ଗସ୍ତରେ ଆସି ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟରେ ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଥିଲେ। ଏହି ସମୟରେ ସେ ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟକୁ ସରକାରଙ୍କ…

ଚକାପାଦ ରେଳ ଲାଇନ ସର୍ଭେ ଚାଲିଛି, ପ୍ରକଳ୍ପରେ ବିଳମ୍ବ ପାଇଁ ସ୍ବପ୍ନ ହୋଇ ରହିଛି ରେଳଯାତ୍ରା

ଭଞ୍ଜନଗର,୨୮ା୫(ବାବୁଲା ପ୍ରଧାନ): ଦେଶ ସ୍ବାଧୀନ ହେବାର ୭୮ ବର୍ଷ ବିତିଗଲାଣି ତଥାପି କନ୍ଧମାଳ ଜିଲାବାସୀ ରେଳ ଲାଇନ ଜିଲାରେ ଦେଖିନାହାନ୍ତି। ସେହିଭଳି ବ୍ରିଟିଶ ଶାସନ ପୂର୍ବରୁ ଗଞ୍ଜାମ ଜିଲାରେ ଯେତିକି ରେଳ ଲାଇନ ବିଛା ହୋଇଥିଲା ସେତିକି ହିଁ ବର୍ତ୍ତମାନ ଅଛି।…

ମରଣଯନ୍ତା ପାଲଟିଛି ହୁମ୍ମା ଗଳାଶଙ୍ଖ ରାସ୍ତା

ଗଞ୍ଜାମ,୨୮ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ହୁମ୍ମା ପଞ୍ଚାୟତର ପୁରୁଷୋତ୍ତମପୁର ଯିବା ଗଳାଶଙ୍ଖ ରାସ୍ତା ଏବେ ମରଣଯନ୍ତା ପାଲଟିଥିବା ଜଣାପଡ଼ିଛି। ସେଠାରେ ଛୋଟ ବଡ଼ ଗର୍ତ୍ତ ଥିବାରୁ ପ୍ରାୟ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଉକ୍ତ ଗଳାଶଙ୍ଖ ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବା…

ଗଞ୍ଜାମ ବ୍ଲକରେ ଶକ୍ତି ପ୍ରଦର୍ଶନ କଲା ବିଜେଡି; ବିଡିଓଙ୍କୁ ଭେଟି…

ଗଞ୍ଜାମ,୨୭ା୫(ବିଦ୍ୟାଧର ସାହୁ)-ଗଞ୍ଜାମ ବ୍ଲକରେ ପଞ୍ଚାୟତସ୍ତରରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଜନପ୍ରତିନିଧିଙ୍କ ଗୋଚରରେ ହେଉନାହିଁ । ଏଥିସହ ବିଭିନ୍ନ ଯୋଜନାର ହିତାଧିକାରୀ ଚୟନ ଏବଂ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଛି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?