୧୦ ଦଳିତ ପରିବାରକୁ ନିଆଁପାଣି ବାସନ୍ଦ: କଥା ହେଲେ ଦେବାକୁ ପଡୁଛି ଏତିକି ଟଙ୍କା ଜରିମାନା

ଧରାକୋଟ,୨୯।୫(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସରକାରୀ କାମକୁ ନେଇ ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ପ୍ରତାପ ପୁର ଗ୍ରାମର ୧୦ ଦଳିତ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି l ଗ୍ରାମରେ କଙ୍ଗାରୁ କୋର୍ଟ ଜରିଆରେ ଦୀର୍ଘ ତିନି ମାସ ହେଲା ଏହି ପରିବାର ମାନଙ୍କୁ ବାସନ୍ଦ କରାଯାଇଛି। ବାସନ୍ଦ ପରିବାର ଲୋକଙ୍କୁ ନିଆଁ ପାଣି, ଜମିଜୁମା ସହ ମନ୍ଦିର ଦର୍ଶନ ମଧ୍ୟ ବନ୍ଦ କରାଯାଇଛି। ସାମାଜିକ ବାସନ୍ଦର ଶିକାର ହୋଇଥିବା ୧୦ ପରିବାର ଏବେ ଦୈନଦିନ ଚଳଣିରେ ଅନେକ ସମସ୍ୟା ଭୋଗୁଥିବା ବେଳେ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି l

ସୂଚନାଯୋଗ୍ୟ, ସରକାରୀ କାମକୁ ନେଇ ଗାଁ କଙ୍ଗାରୁ କୋର୍ଟରେ ୧୦ ଦଳିତ ପରିବାକୁ ଦଣ୍ଡ ଦିଆଯାଇଛି। ତିନି ମାସ ହେଲା ଗାଁ ଲୋକଙ୍କ ଦ୍ୱାରା ସାମାଜିକ ବାସନ୍ଦ, ନିଆଁ ପାଣି ବନ୍ଦ କରାଯାଇଛି। ବାସନ୍ଦ ପରିବାର ଲୋକଙ୍କ ସହ କଥା ହେଲେ ପଡୁଛି ୫ ହାଜର ୫୧ ଟଙ୍କା ଜରିମାନା l ଏମିତି ଏକ ଅମାନୁଷିକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ବରଡ଼ାବିଲି ପଞ୍ଚାୟତ ପ୍ରତାପ ପୁର ଗ୍ରାମରେ l ଏହି ଗ୍ରାମରେ ମୋଟ ୩ ଶହ ପରିବାର ବସବାସ କରୁଥିବା ଥିବା ବେଳେ ଗ୍ରାମର ହରିଜନ ସାହିରେ ଦଶଟି ଦଳିତ ପରିବାର ବସବାସ କରୁଛନ୍ତି l କିଛି ବର୍ଷତଳେ ପଞ୍ଚାୟତ ତରଫରୁ ହରିଜନ ସାହିରେ ୧ ଲକ୍ଷ ୭୦ ହାଜର ଟଙ୍କାର ଅଟକଳରେ
ଏକ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଆସିଥିଲା l ଯାହାକୁ ବିରୋଧ କରି ଆସୁଥିଲେ ପୂର୍ବତନ ସରପଞ୍ଚଙ୍କ ସମେତ କିଛି ଗ୍ରାମବାସୀl ଗ୍ରାମ ବାସୀଙ୍କ ବିରୋଧ ସତେ ଦଳିତ ପରିବାର ମାନେ ନିଜର ସୁବିଧାକୁ ଦୁଷ୍ଟିରେ ରଖି ଏବେ କଲ୍ୟାଣୀ ମଣ୍ଡପଟିକୁ ନିର୍ମାଣ କରୁଥିବାରୁ ଏହାକୁ ବିରୋଧ କରି ତିନିମାସ ତଳେ ପୂର୍ବତନ ସରପଞ୍ଚଙ୍କ ଇସାରାରେ ଗ୍ରାମରେ ଏକ ବୈଠକ କରାଯାଇଥିଲା। ଆଉ ସେହି କଙ୍ଗାରୁ କୋର୍ଟରେ ଗ୍ରାମରୁ ୧୦ ଦଳିତ ପରିବାକୁ ସାମାଜିକ ବାସନ୍ଦ କରଯାଇଥିବା ବେଳେ ଦୀର୍ଘ ତିନି ମାସ ହେଲା ନିଆଁ ପାଣି ସବୁରେ ତାଙ୍କ ପାଇଁ କଟକଣା ଲାଗିଛି l ଏହାକୁ ନେଇ ତିନି ମାସ ଧରି ଅନେକ ସମସ୍ୟା ଭୋଗୁଥିବା କହିଛନ୍ତି ସାମାଜିକ ବାସନ୍ଦର ଶିକାର ହୋଇଥିବା ଦଳିତ ପରିବାର l

କେବଳ ସାମାଜିକ ବାସନ୍ଦରୁ ନିଆଁ ପାଣି ବନ୍ଦ ନୁହେଁ କି ବାସନ୍ଦ ପରିବାର ସହ କଥା ହେଲେ ୫ ହାଜର ୫୧ ଟଙ୍କା ଜରିମାନାର ଦେବାକୁ ପଡ଼ିବ। ଦୀର୍ଘ ତିନି ମାସ ହେଲା ବାସନ୍ଦ ପରିବାରକୁ ମନ୍ଦିରକୁ ଯିବାକୁ ମନା ହେଇଛି l ଏମିତି କି ବିଲ ବାଡି ଚାଷ ଜମିକୁ ପାଣି ଛାଡ଼ିବା ବି ବାରଣ କରାଯାଇଛି l ପୂର୍ବତନ ସରପଞ୍ଚଙ୍କ ନିର୍ଦ୍ଦେଶରେ ଏ ସବୁ ହେଉଛି।

ପୂର୍ବରୁ ସାମାଜିକ ବାସନ୍ଦ ପ୍ରଥାକୁ ନେଇ ୧୦ ବାସନ୍ଦ ପରିବାର ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ଘଟଣାକୁ ନେଇ ଆସ୍କା ଏସ.ଡିପି.ଓ ଗଞ୍ଜାମ ଏସପି ଦ୍ୱାରସ୍ତ ହୋଇଛନ୍ତି I ଅନ୍ୟ ପକ୍ଷରେ ବାସନ୍ଦ ହୋଇଥିବା ୧୦ ପରିବାର ପୂର୍ବତନ ସରପଞ୍ଚଙ୍କୁ ଏସବୁର ଦୋଷ ଦେଉଥିବା ବେଳେ ପୂର୍ବତନ ସରପଞ୍ଚ ଏହାକୁ ଖଣ୍ଡନ କରିଛନ୍ତି I ସେ କହିଛନ୍ତି, ସମାଜରେ ଚଳିବାର ସମସ୍ତଙ୍କ ଅଧିକାର ଅଛି ଏଠି କେହି କାହାକୁ ବାସନ୍ଦ କରିନାହାନ୍ତି I ଯଦି ସେମିତି କିଛି ହୋଇଛି ତାହାର ତଦନ୍ତ କରାଯାଉ l
ଅପର ପକ୍ଷରେ ଭଞ୍ଜନଗର ଉପଜିଲାପାଳ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ସାମାଜିକ ବାସନ୍ଦ ପ୍ରଥା ଆଦୌ ଠିକ ନୁହେଁ। ମୁଁ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କ ସହ କଥାହେବି l ଯଦି ସେମିତି କିଛି ବାସନ୍ଦ କଥା ଅଛି ତାହେଲେ ତୁରନ୍ତ ତାହାର ସମାଧାନ କରାଯିବ l


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ଶୋଇଥିବା ବେଳେ ଯୁବକଙ୍କୁ ପଥର ଛେଚି ହତ୍ୟା

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଅଞ୍ଜର ଗ୍ରାମର ଏକ ଘରୁ ପୋଲିସ ରବିବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି।…

ବରଗଡ଼ରେ ଉନ୍ମୋଚନ ହେଲା ଚିଠା ଭୋଟର ତାଲିକା, ଜିଲାପାଳ କହିଲେ….

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ରବିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅନ୍ତର୍ଗତ ଚିଠା ନିର୍ବାଚନ ତାଲିକା ଆନୁଷ୍ଠାନିକ ଭାବେ…

PCBର ବଡ଼ ଘୋଷଣା, ପୁଣି ଥରେ ବାବର ଆଜମ ହେଲେ ଅଧିନାୟକ

ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri