ଗଞ୍ଜାମ

ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ 

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ଥାନା ଅନ୍ତର୍ଗତ ଆଖୁପଦର ଗ୍ରାମର ଗୀତାଞ୍ଜଳୀ ମୁଳିଙ୍କୁ ତାଙ୍କ ସ୍ବାମୀ ରାଜୁ ମୁଳିି ୨୦୨୩ ମସିହା ମେ ମାସ ୨୭ ତାରିଖ ରାତିରେ ହତ୍ୟା କରିଥିଲେ। ଏହି ମାମଲାର ରାୟ ଶନିବାର ପ୍ରକାଶ ପାଇଛି।…

ଗଞ୍ଜାମରେ ଅଦିନିଆ ବର୍ଷା: ଖଣ୍ଡଦେଉଳୀ ପଞ୍ଚୁଦୋଳ ଯାତ୍ରା ପ୍ରଭାବିତ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ): ତିନିଦିନ ଧରି ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଥିଲା ତାହା ସତ ହୋଇଛି। ଶନିବାର ପୂର୍ବାହ୍ନରୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ପବନ ସାଙ୍ଗକୁ ବିଜୁଳି ଘଡଘଡି ଓ ପ୍ରବଳ ବର୍ଷା ହେଉଛି। ଏହି…

ଶିଶୁକୁ ଦେଇଥିଲେ ଯୌନ ନିର୍ଯାତନା, କୋର୍ଟ ଶୁଣାଇଲେ ବଡ଼ ରାୟ

ଛତ୍ରପୁର,୨୨ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ସୋରଡ଼ା ଥାନା ଅଞ୍ଚଳରେ ଘଟିଥିବା ଶିଶୁ ଯୌନ ନିର୍ଯାତନା ମାମଲାରେ କୋର୍ଟ ଦ୍ୱାରା ସମ୍ପୃକ୍ତ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡିତ ହୋଇଛନ୍ତି। ଏନେଇ ସଫଳତା ମିଳିଥିବା ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଗଣମାଧ୍ୟମକୁ…

ବିଦେଶୀମାନଙ୍କୁ ବେଆଇନ ସିମ କାର୍ଡ ବିକ୍ରି, ଗୋପାଳପୁର ପୋର୍ଟ କର୍ମଚାରୀ ସମେତ ୨ଗିରଫ

ଛତ୍ରପୁର,୨୧।୩(ସନ୍ତୋଷ ପାଢ଼ୀ ): ଗୋପାଳପୁର ପୋର୍ଟକୁ ଜାହାଜରେ ଆସୁଥିବା ବିଦେଶୀମାନଙ୍କୁ ବେଆଇନ ଭାବେ ସିମ ବିକ୍ରି ମାମଲାରେ ଗଞ୍ଜାମ ଜ଼ିଲା ଆର୍ଯ୍ୟପଲ୍ଲୀ କତୁରୁ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ କତୁରୁ ଗ୍ରାମର ଜି ସାମ୍ବା ଓ…

ଗୁଳିବିଦ୍ଧ ବାରହାର ମୃତଦେହ ଜବତ; ଦେଶୀ ବନ୍ଧୁକ ଜବତ, ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି,୨୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ବାରିହାକଟା ଗ୍ରାମ ନିକଟ ଗାଇଡା ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୨ ଟାରେ ଏକ ଗୁଳିବିଦ୍ଧ ବାରହାର ମୃତଦେହକୁ ବନବିଭାଗ କର୍ମଚାରୀ ଜବତ କରିଛନ୍ତି। ବାରହା…

ମତ୍ସ୍ୟଜୀବୀଙ୍କ ସହ ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟି ବୁଲି ଦେଖିଲେ ପ୍ରଶାସନିକ ଟିମ୍‌

ଛତ୍ରପୁର, ଦିଲ୍ଲୀପ ସାମଲ ୨୧।୩ : ସମୁଦ୍ର ଆଁ କରି ରହିଛି । କେଉଁ ମୁହୁର୍ତ୍ତରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତକୁ ସମୁଦ୍ର ଗିଳି ଦେବ । ଆର୍ଯ୍ୟପଲ୍ଲୀ ପଞ୍ଚାୟତର ପ୍ରାୟ ୨ ରୁ ୩ କିମି ଦୂରରେ ରହିଥିବା ସମୁଦ୍ର ଏବେ ଆଉ…

ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟଣା: ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାରେ ବୁଧବାର ସକାଳେ ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ ନଂ. (ଓଡ଼ି ୦୭ ଟି – ୪୧୬୫) ଧକ୍କାରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡିି ପଞ୍ଚାୟତ ମଧୁବନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁରେଶୁ…

ନାମ ଯଜ୍ଞ ଦେଖି ଫେରିଲା ବେଳକୁ ନ ଥିଲା ଗାଡ଼ି

ଭଞ୍ଜନଗର,୨୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମରୁ ଗୁରୁବାର ରାତିରେ ଏକ ବାଇକ ଚୋରି ହୋଇଛି। ଏ ନେଇ ହରିଗଡ ଗ୍ରାମର ଦିଲ୍ଲୀପ ଗୌଡ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ଏକ ମାମଲା…

ବ୍ରହ୍ମପୁର ଏମ୍‌ପି ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଛତ୍ରପୁର ବ୍ଲକ ପ୍ରତିନିଧି ହେଲେ ଆର୍‌. ସନ୍ତୋଷ, କହିଲେ…

ଛତ୍ରପୁର,୨୧।୩(ଦିଲ୍ଲୀପ ସାମଲ): ବ୍ରହ୍ମପୁର ଏମ୍‌ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଛତ୍ରପୁର ବ୍ଲକ ପ୍ରତିନିଧି ହେଲେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ସଭାପତି ଆର୍‌ ସନ୍ତୋଷ ରେଡ୍ଡୀ । ଏମ୍‌ପି ପ୍ରତିନିଧି ଭାବେ ଦାୟିତ୍ୱ ମିଳିବା ପରେ ରେଡ୍ଡୀ…

ପଞ୍ଚାୟତର ୪୩ଲକ୍ଷ ଟଙ୍କା ହଡପ ଘଟଣା: ବନ୍ଧା ହୋଇ ଜେଲ ଗଲେ ପିଇଓ

ବ୍ରହ୍ମପୁର,୨୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତକୁ ବିଭିନ୍ନଭତ୍ତା ଓ ସରକାରୀ ଯୋଜନାରେ ଆସିଥିବା ୪୩ଲକ୍ଷ ୧ହଜାର ୬୪୦ ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ) କ୍ଷେତ୍ରମୋହନ ନାୟକଙ୍କୁ ଭିଜିଲାନ୍ସ ବାନ୍ଧିଛି। ମାମଲା ନଂ ୩/୨୫…

ଜଙ୍ଗଲ ବିନା ପ୍ରାଣୀ ଜଗତ ଅସମ୍ଭବ: ବର୍ତ୍ତମାନର ପିଢି ଆଗାମୀ ପିଢି କଥା ଚିନ୍ତା କରିବାକୁ ପଡିବ

ଭଞ୍ଜନଗର,୨୧୩(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଶୁକ୍ରବାର ଲାଲସିଂ ନର୍ସରୀ ପରିସରରେ ବନଖଣ୍ଡସ୍ତରୀୟ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି। ଏସିଏଫ ରଶ୍ମି ରଞ୍ଜନ ସାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ। ସଭାରେ ବନ ଏବଂ ଖାଦ୍ୟ…

ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୫ ହଜାର ଆଶାୟୀ

ଛତ୍ରପୁର,୨୧ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସ୍ପୋଟର୍‌ସ ଷ୍ଟାଡିଅମରେ ଶୁକ୍ରବାର ଗଞ୍ଜାମ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୫ ହଜାର ଆଶାୟୀ ବେକାର ଯୁବତୀଯୁବକମାନେ ପଞ୍ଜୀକରଣ କରିଥିଲେ। ଏହାକୁ ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଉଦ୍‌ଘାଟନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri