ଜଙ୍ଗଲ ବିନା ପ୍ରାଣୀ ଜଗତ ଅସମ୍ଭବ: ବର୍ତ୍ତମାନର ପିଢି ଆଗାମୀ ପିଢି କଥା ଚିନ୍ତା କରିବାକୁ ପଡିବ

ଭଞ୍ଜନଗର,୨୧୩(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଶୁକ୍ରବାର ଲାଲସିଂ ନର୍ସରୀ ପରିସରରେ ବନଖଣ୍ଡସ୍ତରୀୟ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି। ଏସିଏଫ ରଶ୍ମି ରଞ୍ଜନ ସାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ। ସଭାରେ ବନ ଏବଂ ଖାଦ୍ୟ ଉପରେ ଆଲୋଚନା ହୋଇଥିଲା । ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।

ଏସିଏଫ ବିବେକ କୁମାର ଦାସ ଅତିଥି ଭାବେ ଯୋଗଦେଇ କହିଥିଲେ, ବନ ଏବଂ ଖାଦ୍ୟ ଉଭୟ ପରିପୂରକ ଜଡ଼ିତ। ଜଙ୍ଗଲରୁ ଅନେକ ଖାଦ୍ୟ ମିଳୁଛି। କେତେକ ସ୍ଥାନରେ ଲୋକେ ଏବେ ବି ଜଙ୍ଗଲରୁ କନ୍ଦା ସଂଗ୍ରହ କରି ଖାଉଛନ୍ତି। ମୃତ୍ତିକା ସଂରକ୍ଷଣ ଲୋଡ଼ା। ବିଭିନ୍ନ କାରଣ ଯୋଗୁ ଜଳବାୟୁ ପରିବର୍ତ୍ତନ ହେଉଛି। ୧୦ ଦିନ ପୂର୍ବେ ଜଙ୍ଗଲ ପୋଡି ଏହି ବନଖଣ୍ଡରେ ବଢିଥିଲା। କିନ୍ତୁ କର୍ମଚାରୀମାନଙ୍କ ପ୍ରଚେଷ୍ଟା ଯୋଗୁ ବର୍ତ୍ତମାନ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରଯାଇଛି ବୋଲି ଦାସ କହିଥିଲେ।

ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ,ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ, ସୁରେଶ ସାଇଁ,ପ୍ରଶାନ୍ତ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
ବନ ସୁରକ୍ଷା ସମିତି କର୍ମକର୍ତ୍ତା ଲୋକନାଥ ଆଚାର୍ଯ୍ୟ, ଶରତ ସାଇଁ ପ୍ରମୁଖ ଆଲୋଚନାର ଭାଗ ନେଇ ଜଙ୍ଗଲ ବିନା ପ୍ରାଣୀ ଜଗତ ଅସମ୍ଭବ ବୋଲି କହିଥିଲେ। ବର୍ତ୍ତମାନର ପିଢୀ ଆଗାମୀ ପିଢୀ କଥା ଚିନ୍ତା କରିବାକୁ ପଡିବ । ନଚେତ୍‌ ଆଗାମୀ ପିଢୀ ଅନେକ ଅସୁବିଧାର ସମ୍ମୁଖୀନ ହେବେ। ଅଭିଭାବକ ମାନେ ନିଜ ଛୁଆର ଭବିଷ୍ୟତ ପାଇଁ କିଛି ସମ୍ପତ୍ତି ରଖିବାକୁ ଚେଷ୍ଟା କରିଥାନ୍ତି। ସେହିଭଳି ସେମାନେ ସୁରକ୍ଷିତ ଜୀବନଯାପନ ପାଇଁ ବିଶୁଦ୍ଧ ବାୟୁ ଲୋଡ଼ା। ତେଣୁ ସମ୍ପତ୍ତି ଭଳି ସେମାନଙ୍କ ପାଇଁ ଜଙ୍ଗଲ ମଧ୍ୟ ସୁରକ୍ଷିତ ରଖିବାକୁ ପଡିବ। ଜଙ୍ଗଲ ବିଭିନ୍ନ କାରଣ ଯୋଗୁ ଧଂସ ହେଉଛି। ବାୟୁ ପ୍ରଦ୍ୟୁଷଣ, କଳାକାରଖାନା ବଢୁଛି। ଏହିଭଳି ଅନେକ କାରଣ ଯୋଗୁ ଜଳବାୟୁ ପରିବର୍ତ୍ତନ ହେଉଛି। ତେଣୁ ଆଗାମୀ ପିଢୀ କଥା ବର୍ତ୍ତମାନ ଠାରୁ ଚିନ୍ତା କରି ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ପଡିବ ବୋଲି କେତେକ ବକ୍ତା କହିଥିଲେ।

ଶେଷରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁରେଶ ସାଇଁ କବିତା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ପାଇଁ ନିବେଦନ କରିଥିଲେ। ଏଥିସହ ସେ କହିଥିଲେ, ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ବନ୍ୟପ୍ରାଣୀ ଜଙ୍ଗଲ ବାହାରକୁ ଚାଲି ଆସୁଛନ୍ତି। ଲୋକେ ମଧ୍ୟ ଜଙ୍ଗଲର ଅନେକ ଖାଦ୍ୟ ଉପରେ ନିର୍ଭରଶୀଳ। ତେଣୁ ଜଙ୍ଗଲ ରହିଲେ ଖାଦ୍ୟ ମିଳିବ। ନଚେତ୍‌ ସମସ୍ତେ ବିପଦରେ ପଡ଼ିବା ବୋଲି କହିଥିଲେ। ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ବନପାଳ ଅନୁପ ବିଷୋୟୀ, ଜୀବନ ତ୍ରିପାଠୀ, ଶରତ ମହାନ୍ତି, ବବୁଲ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?