ବସ୍ ମାଡିଯିବାରୁ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଗୁରୁତର
ଦିଗପହଣ୍ଡି,୫।୧୨(ଡି.ଏନ.ଏ.): ଦିଗପହଣ୍ଡି ସହର ଉପକଣ୍ଠ କୃଷି କାର୍ଯ୍ୟାଳୟ ନିକଟ ମୁଖ୍ୟରାସ୍ତାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦିଲଖୁସ ନାମକ ଘରୋଇ ଯାତ୍ରୀବାହୀ ବସ୍ (ନଂ-ଓଡି୦୭ୱାଇ-୯୪୯୩) ମାଡ଼ିଯିବାରୁ ପାଟପୁର ଥାନା ମାଟିଆ ବୋରେଇ ଗାଁର ନାରାୟଣ ସେଠୀ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।…
ମଧ୍ୟପ୍ରଦେଶରେ ନାବାଳିକା ବଳାତ୍କାର ମାମଲା: ଗୋଳାବନ୍ଧରୁ ଯୁବକଙ୍କୁ ଉଠାଇନେଲା ପୋଲିସ
ଗୋପାଳପୁର,୫ା୧୨-ଗତ କିଛିଦିନ ହେଲା ଦେଶରେ ବଳାତ୍କାର ବଢ଼ି ଚାଲିଛି। ପୋଲିସ ତଦନ୍ତରେ ଢିଲା ଯୋଗୁ ବିଭିନ୍ନ ସମୟରେ ଅପରାଧୀ ସହଜରେ ଖସି ଯାଉଛନ୍ତି। ମଧ୍ୟପ୍ରଦେଶରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବୁଧବାର ସନ୍ଧ୍ୟାରେ ଗୋଳାବନ୍ଧ ଅଞ୍ଚଳରୁ ଜଣେ ଯୁବକଙ୍କୁ ପୋଲିସ ଉଠାଇ…
ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର
ଆସିକା,୫ା୧୨(ଡି.ଏନ୍.ଏ.)-ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ହାଇସ୍କୁଲ ପଛପାର୍ଶ୍ୱ ଧାନ ବିଲରୁ ବୁଧବାର ଅପରାହ୍ନରେ ପୋଲିସ ଏକ କଙ୍କାଳ ଉଦ୍ଧାର କରିଛି। ସେହି ସ୍ଥାନରେ ପଡିଥିବା ପ୍ୟାଣ୍ଟସାର୍ଟ ଓ ଆଧାର କାର୍ଡ ସହ ଫଟୋ ଏବଂ ଏକ ପକେଟଖାତାରୁ ମୃତକ ନଳବଣ୍ଟାର…
ମାଷ୍ଟର ମାଇଣ୍ଡଙ୍କ ସମେତ ୩ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର ଅଫିସ/ଦିଗପହଣ୍ଡି, ୫ା୧୨(ଡି.ଏନ.ଏ.)-ବ୍ରହ୍ମପୁର ଅବକାରୀ ବିଭାଗ ଷ୍ଟ୍ରାଇକିଂ ଫୋର୍ସ ଓ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା-ଭୀଷ୍ମଗିରି ଛକ କପିଳେଶ୍ୱର ମାର୍କେଟ କମ୍ପ୍ଲେକ୍ସରେ ଥିବା ସ୍ବାଧୀନ ହୋମିଓପାଥି ଦୋକାନରୁ ୫ପେଟିରେ ଥିବା ପ୍ରାୟ ୧୨୦ନକଲି ବିଦେଶୀ ମଦ…
ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ
ବ୍ରହ୍ମପୁର ଅଫିସ,୫ା୧୨-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଥିଲେ। ସେ ଅଭିଯୁକ୍ତ ଶରତ ସାହୁଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।…
ଓଡ଼ିଶା ବାସ୍କେଟବଲ୍ ଦଳରେ ଗଞ୍ଜାମର ୩ ଝିଅ
ବ୍ରହ୍ମପୁର ଅଫିସ୍,୫ା୧୨: ମହାରାଷ୍ଟ୍ରର ସତ୍ରାରେ ଆସନ୍ତା ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ୬୫ତମ ଜାତୀୟ ସ୍କୁଲ ଗେମ୍ସ(୧୭ବର୍ଷରୁ କମ୍) ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଭାଗନେବା ପାଇଁ ଓଡ଼ିଶା ବାଳିକା ବାସ୍କେଟବଲ୍ ଦଳ ଚୟନ ହୋଇଯାଇଛି। ଦଳରେ ଗଞ୍ଜାମର ୩ ଝିଅ…
ମୁକୁଳିଲେ ୪୨ ନିର୍ଯାତିତ ଦାଦନ: ଖାଦ୍ୟ କି ଦରମା ମିଳୁ ନ ଥିଲା
ବ୍ରହ୍ମପୁର ଅଫିସ୍,୫ା୧୨-କର୍ନାଟକରେ ୩ ମାସ ହେଲା ଦରମା କିମ୍ବା ଖାଦ୍ୟ ନ ପାଇ ନିର୍ଯାତିତ ହେଉଥିବା ୪୨ ଶ୍ରମିକ ନିଜସ୍ବ ଉଦ୍ୟମରେ ଘରକୁ ଫେରିଛନ୍ତି। ମଙ୍ଗଳବାର ରାତିରେ ଏକ ଟ୍ରେନ୍ରେ ବ୍ରହ୍ମପୁରରେ ପହଞ୍ଚିଥିଲେ। ବୁଧବାର ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ସେମାନଙ୍କ…
ମହିଳାଙ୍କୁ ମାରପିଟ ଅଭିଯୋଗରେ ୨ ଗିରଫ
ବୁଗୁଡ଼ା,୪ା୧୨(ଡି.ଏନ.ଏ.): ବୁଗୁଡ଼ା ଏନ୍ଏସି କାଦପଡ଼ା ଗ୍ରାମର ଜଣେ ମହିଳାଙ୍କୁ ଟଣାଓଟରା ଓ ମାରପିଟ ଅଭିଯୋଗରେ ପୋଲିସ ବୁଧବାର ୨ ଜଣଙ୍କୁ କୋର୍ଟଚାଲାଣ କରିଛି। ଗିରଫମାନେ ହେଲେ ଉକ୍ତ ଥାନା ଭାମଶିଆଳିର କେଶବ ଜେନା ଓ ଗୋଲାମୁଣ୍ଡଳାର ରଞ୍ଜିତ ଗୌଡ଼। ମହିଳାଙ୍କ ଅଭିଯୋଗକୁ…
ଯୁବକଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତ ଚିହ୍ନଟ, ଧରିବାକୁ ଟିମ୍ ଗଠନ
ବ୍ରହ୍ମପୁର ଅଫିସ,୪।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମ ନିକଟରେ ମଙ୍ଗଳବାର ରାତିରେ ଅନିଲ ପଣ୍ଡା (୧୮)ଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ରେଲ୍ଓ୍ବେ ପୋଲିସ (ଜିଆରପି)ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ବୁଧବାର ପୋଲିସ ଯୁବକଙ୍କ ମୃତଦେହ ପଞ୍ଚନାମା କରି ବ୍ୟବଚ୍ଛେଦ…
ପରିବା ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୫ ଦୋକାନ, ନଗଦ ଏକ ଲକ୍ଷ ଟଙ୍କା
ପୋଲସରା, ୪।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ଏନ୍ଏସିଠାରେ ଥିବା ପରିବା ମାର୍କେଟରେ ବୁଧବାର ଭୋରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ସୁଶାନ୍ତ କୁମାର ସାହୁ, ସୁଦର୍ଶନ ପ୍ରଧାନ, ଶ୍ରୀମତୀ କୁମାରୀ ସାହୁ, ନାରାୟଣ ପ୍ରଧାନ ଓ ପ୍ରମୋଦ ପ୍ରଧାନଙ୍କ ୫ଟି ଦୋକାନ ଘର…
ଯୁବକଙ୍କ ଗଳା କାଟି ହତ୍ୟା
ବ୍ରହ୍ମପୁର ଅଫିସ,୪ା୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେସନ ୪ନଂ ପ୍ଲାଟଫର୍ମ ନିକଟରେ ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟାବେଳେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଦୁର୍ବୃୃତ୍ତମାନେ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିବା ସରକାରୀ ରେଳବାଇ ପୋଲିସ (ଜିଆର୍ପି) ଥାନା…
ଋଷିକୁଲ୍ୟା ମୁହାଣରେ ଅଲିଭ୍ ରିଡ୍ଲେଙ୍କ ମିଳନ ପ୍ରକ୍ରିୟା ଅବ୍ୟାହତ: ସମୟ ପୂର୍ବରୁ ଅଣ୍ଡାଦାନ
ଗଞ୍ଜାମ,୪୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଣା ବନ୍ଧ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ବେଳାଭୂମିରେ ନଭେମ୍ବରରୁ ଅଲିଭ ରିଡ୍ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ଜାନୁୟାରୀ ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ଖଲ୍ଲିକୋଟ ରେଞ୍ଜର ଦିଲୀପ କୁମାର ମାର୍ଥା ସୂଚନା ଦେଇଛନ୍ତି। ପ୍ରତିବର୍ଷ ଫେବୃୟାରୀରେ…

