ଗଞ୍ଜାମ

୫୭ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ: ସେବା ମନୋବୃତ୍ତି ନେଇ କାମ କରିବାକୁ ଆହ୍ବାନ

ବ୍ରହ୍ମପୁର ଅଫିସ,୬।୧୨: ଆମ୍ବପୁଆସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଶୁକ୍ରବାର ୫୭ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ (ଡିଆଇଜି) ସତ୍ୟବ୍ରତ ଭୋଇ ଯୋଗଦେଇ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି…

ଉପକୂଳ ରାଜପଥ ନିର୍ମାଣକୁ ପ୍ରଫୁଲ ସାମନ୍ତରାଙ୍କ ବିରୋଧ: ସାମୁଦ୍ରିକ ପରିବେଶ ପାଇଁ ଘାତକ

ବ୍ରହ୍ମପୁର ଅଫିସ୍‌,୬।୧୨: ଗଞ୍ଜାମ ଜିଲା ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ପ୍ରାୟ ୨୪୦ କି.ମି. ଉପକୂଳ ରାଜପଥ(କୋଷ୍ଟାଲ୍‌ ହାଇୱେ) ନିର୍ମାଣକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । କିନ୍ତୁ ଏହି ପ୍ରକଳ୍ପକୁ ଲୋକଶକ୍ତି ଅଭିଯାନର ସଭାପତି ତଥା ଗ୍ରୀନ୍‌ ନୋବେଲ୍‌ ପୁରସ୍କାର ବିଜେତା…

ତାରସିଂ ରେଞ୍ଜର କଳିଙ୍ଗପଦର ଜଙ୍ଗଲରେ ମାଈହାତୀର ମୃତ୍ୟୁ

ଭଞ୍ଜନଗର,୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରସିଂ ରେଞ୍ଜର କଳିଙ୍ଗପଦର ଜଙ୍ଗଲରେ ଗୁରୁବାର ରାତିରେ ଏକ ମାଈହାତୀର ମୃତ୍ୟୁ ଘଟିଛି। ଏ ନେଇ ଶୁକ୍ରବାର ସକାଳେ ଘଟଣା ସମ୍ପର୍କରେ ବନ ବିଭାଗ ପାଖରେ ଖବର ପହଞ୍ଚିଥିଲା। ଡିଏଫ୍‌ଓ…

ରାହୁଲ ଜୈନଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର,୬ା୧୨(ଡି.ଏନ.ଏ)- ଛତ୍ରପୁର ଷ୍ଟାଡିୟମରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ଲୋକକଳା ମହୋତ୍ସବ ତଥା ଛତ୍ରପୁର ମହୋତ୍ସବ ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ସନ୍ଧ୍ୟାର ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଦକ୍ଷିଣାଳ ଆର୍‌ଡିସି ଟି. ଆଓ, ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର…

ସରକାରୀ ଶୋଷଣର ଶିକାର ହେଉଛନ୍ତି ଚାଷୀ

ବ୍ରହ୍ମପୁର ଅଫିସ୍‌,୬ା୧୨- ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି କୃଷି ଏବଂ କୃଷକ ଓ ଦେଶ ବଞ୍ଚାଅ ଡାକରା ଦେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲା। କମିଟି ସଭାପତି ଗୋପାଳ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ।…

ଦଲାଲଙ୍କ ଗିରଫ ଦାବି କଲେ ଦାଦନ

ବ୍ରହ୍ମପୁର ଅଫିସ୍‌,୬ା୧୨- କର୍ନାଟକରୁ ଖସି ଆସିଥିବା ୪୨ ଦାଦନ ଗୁରୁବାର ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଦଲାଲଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଜଣେ ମୁଖ୍ୟ ଦଲାଲ୍‌ ଏବଂ ତାଙ୍କର ୩ ସହଯୋଗୀ ଏହି ଦାଦନ ଶ୍ରମିକମାନଙ୍କୁ କର୍ନାଟକ ଚାଲାଣ କରିଥିଲେ। ମାସିକ…

ଭୁଶୁଡିଲା ନିର୍ମାଣାଧୀନ କମ୍ୟୁନିଟି ହଲ୍‌

  ଗଞ୍ଜାମ,୬ା୧୨(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ.୬ ଓଡ଼ିଆ ଢ଼ାମଣା ସାହି ରାମଲିଙ୍ଗେଶ୍ୱର ମନ୍ଦିର ପରିସରରେ ନିର୍ମିତ କମ୍ୟୁନିଟି ହଲ୍‌ ନିମ୍‌ଟାଲ୍‌ ଲେବଲ ତାଜା ଗୁରୁବାର ଭୂଶୁଡି ପଡିଛି। ନିମ୍ନମାନର କାମ ଯୋଗୁ ଏପରି ହୋଇଥିବା ୱାର୍ଡବାସୀ ଅଭିଯୋଗ କରି ହୋହଲ୍ଲା…

କାଳିଆ ଟଙ୍କା ମିଳିବ କହି ଠକେଇ

ଦିଗପହଣ୍ଡି,୬ା୧୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କୈଠଡା ପଞ୍ଚାୟତରେ ଜଣେ ମହିଳାଙ୍କୁ କାଳିଆ ଟଙ୍କା ମିଳିବ କହି ଦୁର୍ବୃତ୍ତ ଟଙ୍କା ଓ ସୁନା ଗହଣା ଠକି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି ଓଡ଼ସିଙ୍ଗୀ ଗଁାର ଲକ୍ଷ୍ମୀ ରେଡ୍ଡୀ।ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଲକ୍ଷ୍ମୀଙ୍କ…

ବିଶାଖାପାଟଣା ଷ୍ଟେସନରୁ ଓଡିଆ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଚିକିଟି,୫ା୧୨(ଡି.ଏନ୍‌.ଏ.)- ଗଞ୍ଜାମଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ କରବାଲୁଆ ଗ୍ରାମର ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଶ୍ରମିକ କରବାଲୁଆର ବିଜୁଳି ସେଠୀ (୧୮)। ବିଜୁଳି ମା’ଙ୍କ ସହ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ। ସେଠାରେ କିଛିଦିନ ହେଲା…

‘ତାରା’ ଯୋଜନା ଶୁଭାରମ୍ଭ କଲେ ମନ୍ତ୍ରୀ: ୩ ବର୍ଷରେ ଚାଷୀଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ

ଛତ୍ରପୁର,୫ା୧୨(ଡି.ଏନ.ଏ)-ଗ୍ରାମାଞ୍ଚଳରେ କୃଷିର ବିକାଶ ସହ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ‘ତାରା’ ଯୋଜନା ଶୁଭାରମ୍ଭ ହୋଇଛି । ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ…

କ୍ଷେତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୫।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ଖଜୁରିଆ ଜାତୀୟ ରାଜପଥ କଡରେ ଥିବା ଏକ ବୁଦାମୂଳରୁ ଗୋସାଣି ନୂଆଗାଁ ପୋଲିସ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ କରିଛି। ଯୁବକଙ୍କ ପରିଚୟ ମିଳି ନ ଥିବାବେଳେ ତାଙ୍କ ବୟସ ପାଖାପାଖି ୩୫…

ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଚକା ତଳେ ଆସି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଦିଗପହଣ୍ଡି,୫।୧୨(ଡି.ଏନ.ଏ.): ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର କୃଷି କାର୍ଯ୍ୟାଳୟ ନିକଟରେ ଗୁରୁବାର ସକାଳେ ଏକ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତ ଜଣକ ପାଟପୁର ଥାନା ମାଟିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?