ଗଞ୍ଜାମ

ଶ୍ରମିକ ପଞ୍ଜୀକରଣ ହେଉନି: ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣା

ଛତ୍ରପୁର,୬ା୨(ଡି.ଏନ.ଏ)-ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଛତ୍ରପୁରସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଧାରଣା ଦିଆଯାଇଥିଲା। ପରେ ଜିଲା ଶ୍ରମ ଅଧିକାରୀ ଶିବ ସାହୁଙ୍କ ସହ ୟୁନିୟନର ଏକ ପ୍ରତିନିଧି ଦଳର ଆଲୋଚନା ହୋଇଥିଲା…

ଜୁଆ ନିଶାରେ ମସ୍‌ଗୁଲ ଧରାକୋଟ ଥାନା ପୋଲିସ: ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ଧରାକୋଟ, ୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ବାରାକ୍‌ ମଧ୍ୟରେ ଥାନାର ପୋଲିସ କର୍ମଚାରୀମାନେ ତାସ୍‌ ଖେଳିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୪ରୁ ୫ଜଣ କର୍ମଚାରୀ ଖାକି ଓ ସାଦା ପୋଷାକରେ ନଗଦ ଟଙ୍କା ଏବଂ ମୋବାଇଲ ରଖି…

୫୦ ଲକ୍ଷ ଡକାୟତି ଘଟଣାର ପର୍ଦ୍ଦାଫାଶ: ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

ବ୍ରହ୍ମପୁର ଅଫିସ,୬।୨: ବଡ଼ବଜାର ଥାନା ପୋଲିସ ଏକ ବଡ଼ଧରଣ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି । ୩ ଜଣ ପେସାଦାର ଅପରାଧୀ ଓ ୨ ଜଣ ଲୁଟ୍‌ ଟଙ୍କା ରଖିଥିବା ଅଭିଯୋଗରେ ବୁଧବାର ବିଳମ୍ବିତ ରାତିରେ ସେମାନଙ୍କୁ ପୋଲିସ ଗିରଫ କରିଥିବା…

ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଗଞ୍ଜାମ ଜିଲା ତାରାତାରିଣୀ ପୀଠର ଉନ୍ନତୀକରଣ କରାଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ କରିଛନ୍ତି। ସେହିପରି ନିର୍ଦ୍ଧାରିତ ସମୟରେ ଏହାର ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି କାର୍ଯ୍ୟ ସାରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ମନ୍ଦିରର ପ୍ରବେଶ…

ଜାଲ୍‌ ସାର୍ଟିଫିକେଟ ନେଇ ଏତଲା, ଶିକ୍ଷୟିତ୍ରୀ ନିଲମ୍ବିତ

ଚିକିଟି,୬ା୨(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଯାଞ୍ଚ ଚାଲିଛି। ଚିକିଟି ବ୍ଲକରେ ଏପରି ଜଣେ ନକଲି ଶିକ୍ଷୟିତ୍ରୀ ଧରାପଡ଼ିଛନ୍ତି। ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବା ସହ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ନକଲି ଶିକ୍ଷୟିତ୍ରୀ…

ଘରୋଇକରଣ ପ୍ରୀତି

ଦକ୍ଷିଣ ଓଡ଼ିଶାର ବୃହତ୍ତମ ସହର ବ୍ରହ୍ମପୁର ପୌରସଂସ୍ଥାକୁ ୧୫୨ ବର୍ଷ ପୂରିଛି। ୧୦ ବର୍ଷ ତଳୁ ସରକାରଙ୍କ ପକ୍ଷରୁ ମହାନଗର ନିଗମ ମାନ୍ୟତା ମିଳିଛି। ତେଣୁ ବିଭିନ୍ନ ଉନ୍ନୟନ ଯୋଜନା ପାଇଁ ବିପୁଳ ପରିମାଣର ଅନୁଦାନ ଆସୁଛି। ଅନେକ ଜାତୀୟକରଣ ବ୍ୟାଙ୍କ…

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ଗଞ୍ଜାମ କଂଗ୍ରେସର ବିରୋଧ

ବ୍ରହ୍ମପୁର ଅଫିସ,୬ା୨-ବିଜୁଳି ଶୁଳ୍କ ବୃଦ୍ଧି ପାଇଁ ବିତରକ ସଂସ୍ଥାଗୁଡ଼ିକ ଜୋରସର ପ୍ରୟାସ ଚଳାଇଛନ୍ତି। ସେଥିପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଗତ ସୋମବାରରୁ ଶୁଣାଣି ଆରମ୍ଭ କରିଛନ୍ତି। ଏବେ ପ୍ରତି ୟୁନିଟ ପିଛା ଘରୋଇ ବ୍ୟବହାର ଲାଗି ୨ ଟଙ୍କା…

ଗ୍ୟାସ୍‌ ସିଲିଣ୍ଡର ଫାଟି ୩ ଗୁରୁତର

ଚିକିଟି,୬ା୨(ଡି.ଏନ୍‌.ଏ.)-କେ.ନୂଆଗଁ। ଥାନା ଚିକିଟି ଫାଣ୍ଡି ଜାନକୀ ମଣିପୁର ଶାସନରେ ବୁଧବାର ରାତି ସାଢ଼େ ୯ଟାରେ ଗ୍ୟାସ୍‌ ସିଲିଣ୍ଡର ଫାଟି ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ନିରଞ୍ଜନ ପାଢ଼ୀ, ତାଙ୍କ ସ୍ତ୍ରୀ ସୁନନ୍ଦା, ପୁଅ ଅଜିତ। ପଡ଼ୋଶୀ ସାଇବାଣୀ ପ୍ରଧାନ, ଦଣ୍ଡାସୀ…

ଜାତୀୟସ୍ତରରେ ବ୍ରହ୍ମପୁରର ତବଲା ବାଦକ ଦୀପ୍ତ ପୁରସ୍କୃତ

ବ୍ରହ୍ମପୁର ଅଫିସ,୬ା୨-ବୟସ ମାତ୍ର ୧୪ ବର୍ଷ । କିନ୍ତୁ ଏହି ବୟସରେ ତାଙ୍କର ତବଲା ବାଦନ ଆଗରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତିି । ନିଜର ପ୍ରତିଭା ପ୍ରଦର୍ଶନ କରି ସେ ଜାତୀୟସ୍ତରରେ ପୁରସ୍କୃତ ହୋଇ ଗଞ୍ଜାମ ଜିଲା ପାଇଁ ଗୌରବ ଅଣିଛନ୍ତି…

ସେବା ସମବାୟ ସମିତି ସମ୍ପାଦକ ନିଲମ୍ବିତ: କାଳିଆ ଯୋଜନା ଅର୍ଥ ହେରଫେର

ଛତ୍ରପୁର/ଧରାକୋଟ,୬ା୨(ଡି.ଏନ.ଏ)- ଗଞ୍ଜାମ ଜିଲା ଧରାକୋଟ ବ୍ଲକ ସିଙ୍ଗିପୁର ସେବା ସମବାୟ ସମିତିରେ କାଳିଆ ଯୋଜନା ଅର୍ଥ ହେରଫେର ହୋଇଥିଲା। କାଳିଆ ଅର୍ଥ ପାଇବାକୁ ଥିବା ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବଦଳରେ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଅଭିଯୋଗ ହୋଇଥିଲା ।…

ଦୁର୍ଘଟଣାରୁ ବର୍ତ୍ତିଲା ବସ୍‌, ୫୦ ପର୍ଯ୍ୟଟକ ସୁରକ୍ଷିତ

ଦାରିଙ୍ଗବାଡ଼ି/ ସୋରଡା, ୫।୨(ଡି.ଏନ.ଏ.) -କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ୯ ନଂ.ଘାଟି ବୁଲାଣୀ ରାସ୍ତାରେ ବୁଧବାର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି ଏକ ଘରୋଇ ବସ୍‌। ୫୦ପର୍ଯ୍ୟଟକଙ୍କୁ ନେଇ ଏହି ବସ୍‌ ଦାରିଙ୍ଗବାଡିରୁ ଭୁବନେଶ୍ୱର ଫେରୁଥିଲା। ସୂଚନାପ୍ରକାରେ, ଭୁବନେଶ୍ୱରରୁ ଏକ ଘରୋଇ ବସ୍‌…

ଭାଲିଆଗୋଚ୍ଛା ନୃସିଂହ ମନ୍ଦିରରେ ୨ ଗରୁଡପକ୍ଷୀ

ସୋରଡା,୫ା୨(ଡି.ଏନ୍‌.ଏ.): ବ୍ଲକର ସୋରଡା ଆସିକା ରାସ୍ତା ଭାଲିଆଗୋଚ୍ଛା ନୃସିଂହ ମନ୍ଦିରରେ ବୁଧବାର ମଧ୍ୟାହ୍ନରେ ୨ଟି ଗରୁଡା ପକ୍ଷୀ କେଉଁଆଡୁ ଆସି ପହଁଞ୍ଚତ୍ଥିଲେ। ବିରଳ ଗରୁଡ ପକ୍ଷୀ ବିଷ୍ଣୁଙ୍କ ବାହନ ହୋଇଥିବାରୁ ପକ୍ଷୀ ୨ଟିକୁ ପୂଜାରୀ ଦେଖି ପୂଜା କରିଥିଲେ। ଭକ୍ତମାନେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?