ବାଲ୍ୟ ବିବାହ ରୋକିଲା ପ୍ରଶାସନ
ପାଟପୁର,୩ା୨-ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର, କଉଡିଆ, କଙ୍କୋରଡା ଅଞ୍ଚଳରେ ହେବାକୁ ଥିବା ବାଲ୍ୟ ବିବାହକୁ ସୋମବାର ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଉକ୍ତ ଅଞ୍ଚଳରେ ପରିବାର ଲୋକେ ନାବାଳିକାଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଥିଲେ। ଖବର ପାଇ ବ୍ରହ୍ମପୁର ଚାଇଲଡ଼…
ବଳିଆରସିଂହପୁରରେ ହାତୀ ଉପଦ୍ରବ, ୫ ଏକର ଜମିର ଫସଲ ନଷ୍ଟ
ଶେରଗଡ,୩ା୨(ଡି.ଏନ.ଏ.)-ଶେରଗଡ଼ ବ୍ଲକ ବଳିଆରସିଂହପୁର ଗ୍ରାମରେ ସୋମବାର ଭୋର୍ରେ ହାତୀପଲ ପଶି ପ୍ରାୟ ୫ ଏକର ଜମିର ପରିବା ଫସଲ ନଷ୍ଟ କରିଦେଇଛନ୍ତି। ଅଲାରିଗଡ଼ ଲଣ୍ଡା ପାହାଡରେ ଥିବା ୯ ହାତୀ ବଳିଆରସିଂହପୁର ଦେଇ ଗୋବିନ୍ଦପୁର ଗ୍ରାମ ଅଭିମୁଖେ ଯାଉଥିଲେ। ବଳିଆରସିଂହପୁରରେ ବିଷ୍ଣୂଚରଣ…
ଯୁବକଙ୍କ ଗଳିତ ମୃତଦେହ ଜବତ ଘଟଣା: ଅପମୃତ୍ୟୁ ହେଲା ହତ୍ୟା ମାମଲା
ବ୍ରହ୍ମପୁର ଅଫିସ,୩ା୨-ଗୋସାଣୀନୂଆଗାଁ ଥାନାରେ ରୁଜୁ ହୋଇଥିବା ଏକ ଅପମୃତ୍ୟୁ ମାମଲା ଏବେ ହତ୍ୟା ମାମଲାରେ ରୂପାନ୍ତରିତ ହୋଇଛି। ପୋଲିସ ନଂ.୧/୨୦ରେ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଚଳାଇଛି। ହେଲେ ଇତିମଧ୍ୟରେ ୨ ମାସ ବିତିଗଲାଣି। ଗୋଟିଏ ପଟେ ମୃତ ଯୁବକଙ୍କ ପରିଚୟ…
ଛାତ୍ରଙ୍କୁ ମାଡ଼ ଘଟଣା ,ସହକାରୀ ଶିକ୍ଷକ ନିଲମ୍ବିତ
ଦିଗପହଣ୍ଡି,୩ା୨(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ବିରେଣି କୁମାର ସାହୁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଶୋକ କୁମାର ସ୍ବାଇଁଙ୍କୁ ସହକାରୀ ଶିକ୍ଷକଙ୍କ ନିଲମ୍ବିତ…
୯ରୁ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ: ଭାଗନେବେ ନେପାଳ, ରାଜ୍ୟ ବାହାରର ୨ ଟିମ
ଭଞ୍ଜନଗର,୩।୨(ଡି.ଏନ.ଏ)-ଭଞ୍ଜନଗର ଜେଲ ପଡ଼ିଆରେ ଆସନ୍ତା ୯ ତାରିଖରୁ ୫ମ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ଆରମ୍ଭ ହେବ। ଏଥିରେ ନେପାଳ, ରାଜ୍ୟ ବାହାରର ୨ ଏବଂ ରାଜ୍ୟର ୫ ଏପରି ମୋଟ ୮ ଟିମ ଭାଗ ନେବେ। ଭଞ୍ଜନଗର ଫୁଟବଲ ଆସୋସିଏଶନ…
ଏଲ୍ଆଇସି ଅଂଶଧନ ବିକ୍ରିକୁ ବିରୋଧ
ବ୍ରହ୍ମପୁର ଅଫିସ,୩ା୨-ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରୁ ସରକାରଙ୍କ ଅଂଶଧନରୁ କିଛି ପ୍ରତିଶତ ଷ୍ଟକ୍ ବଜାର ମାଧ୍ୟମରେ ତଥା ଆଇପିଓ ରୂପେ ବିକ୍ରି କରାଯିବା ଲୋକ ସଭାରେ ଅର୍ଥମନ୍ତ୍ରୀ ଆଗତ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ସୂଚାଇଛନ୍ତି। କେନ୍ଦ୍ର ସରକାରଙ୍କ…
ଚାକିରି ନାଁରେ ଠକେଇ: ମାଷ୍ଟରମାଇଣ୍ଡ, ଦଲାଲ ଗିରଫ
ବ୍ରହ୍ମପୁର ଅଫିସ,୩ା୨-ବେକାର ଯୁବତୀ ଯୁବକଙ୍କୁ ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଏକ ଠକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଓ ଜଣେ ଦଲାଲଙ୍କୁ ବୈଦ୍ୟନାଥପୁର ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଯାଜପୁରର ରବୀନ୍ଦ୍ର କୁମାର ବେହେରା…
କାନ୍ଥ ନିର୍ମାଣ ନେଇ ପଡ଼ୋଶୀଙ୍କ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୩ ଗୁରୁତର: ୫ ଗିରଫ
ଆସିକା,୨।୨(ଡି.ଏନ୍.ଏ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ସୁମନ୍ତପଲ୍ଲୀ ଗ୍ରାମରେ ଶନିବାର ବିଳମ୍ବତ ରାତିରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ଉକ୍ତ ଗ୍ରାମର ଗୋଟିଏ ପରିବାରର ୩ଜଣ ସଦସ୍ୟ ଗୁରୁତର ହୋଇଛନ୍ତି । ସେମାନେ ହେଲେ ପୂର୍ଣ୍ଣଚନ୍ଦ୍ର ଗୌଡ, ତାଙ୍କ ପୁଅ…
୧୮ ଫୁଟ ଖାଲରେ ଖସିପଡ଼ିଲା ହାତୀ: ୫ ଘଣ୍ଟାର ଅପରେଶନ ପରେ ଉଦ୍ଧାର କଲା ବନବିଭାଗ
ଶେରଗଡ଼/ଦିଗପହଣ୍ଡି,୨।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଳକ ଅଧୀନ ଅଲାରିଗଡ଼ ଗ୍ରାମ ଲଣ୍ଡା ଶିଖ ଜେନାଖୋଲ ପାହାଡ଼ ନିକଟରେ ପ୍ରାୟ ୧୮ ଫୁଟ ଖାଲରେ ଏକ ମାଈହାତୀ ଖସି ପଡ଼ିଥିଲା। ବନକର୍ମଚାରୀ, ଦମକଳବାହିନୀ ଏବଂ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଦୀର୍ଘ ୫ ଘଣ୍ଟା ପରେ…
କୃଷି ଯନ୍ତ୍ରପାତିର ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନ
ଭଞ୍ଜନଗର/ସୋରଡ଼ା,୨।୨(ଡି.ଏନ୍.ଏ.)-ବଳଦଟଣା ଉନ୍ନତ କୃଷି ଯନ୍ତ୍ରପାତିର ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନ ସୋରଡ଼ା ବ୍ଲକ ଶୋରିଷବିଲ୍ଲୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁ ଏହି କାର୍ଯ୍ୟକ୍ରମ…
ମା’, ପୁଅଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା: ଜେଜେବିରେ ହାଜର ହେଲେ ନାବାଳକ
ବ୍ରହ୍ମପୁର ଅଫିସ,୨ା୨-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀରେ ରହୁଥିବା ମୀନାକ୍ଷୀ ମିଶ୍ର ଓ ତାଙ୍କ ପୁଅ ରାଜା ଓରଫ କୃତ୍ତିବାସ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଜଣେ ନାବାଳକଙ୍କୁ ଶନିବାର ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ରେ ହାଜର କରିଛି। ପରେ ନାବାଳକଙ୍କୁ…
ସମୟକୁ ଜ୍ଞାନ ଆହରଣରେ ଉପଯୋଗ କର: ମନ୍ତ୍ରୀ
ବ୍ରହ୍ମପୁର ଅଫିସ,୨ା୨-ପଠ୍ୟପୁସ୍ତକ ଅଧ୍ୟୟନ ଜୀବନର ମାପକାଠି ନୁହେଁ । କେବଳ ପାଠ୍ୟଖସଡା ସମ୍ପର୍କିତ ପୁସ୍ତକ ପଢି ପରୀକ୍ଷା ଦେବା ଶିକ୍ଷାର ମୂଳମନ୍ତ୍ର ନୁହେଁ । ପାଠ୍ୟପୁସ୍ତକ ସହ ଗ୍ରନ୍ଥାଗାରରେ ସଂଗୃହୀତ ପୁସ୍ତକ, ଖବରକାଗଜ ଅଧ୍ୟୟନ ମାଧ୍ୟମରେ ବାହ୍ୟଜ୍ଞାନ ଆହରଣ କରି ସମୟର…

