ଗଞ୍ଜାମ

ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ: ରାସ୍ତାରୁ ମୃତଦେହ ଉଦ୍ଧାର କଲା ପୋଲିସ

ଜଗନ୍ନାଥପ୍ରସାଦ,୧୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଚଢ଼େୟାପଲ୍ଲୀ ଗ୍ରାମ ମୁଖ୍ୟ ରାସ୍ତାରେ ଗୁରୁବାର ରାତିରେ ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ଚଢ଼େୟାପଲ୍ଲୀର ରାମଚନ୍ଦ୍ର ଗୌଡ଼ ଓ କୃଷ୍ଣ ନାଇକ। ମୃତଦେହକୁ ପୋଲିସ ଜବତ କରି…

ବ୍ରହ୍ମପୁରରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ନିରାଶରେ ଫେରିଲେ ବହୁ ଅଭିଯୋଗକାରୀ

ବ୍ରହ୍ମପୁର ଅଫିସ୍‌,୧୩ା୭-ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ(କ୍ୟାମ୍ପ କୋର୍ଟ) ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୋଟ ୬୫ ମାମଲାର ଶୁଣାଣି ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେଥିରୁ ୩୯ ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନେ ପହଞ୍ଚିଥିଲେ। ମାତ୍ର ୭ମାମଲାର…

ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ଘଟଣା: ବନ୍ଧୁକ, ବାଇକ, ଟଙ୍କା ଜବତ: ୬ ଗିରଫ

ରାଇକିଆ,୧୩ା୭(ଡ଼ି.ଏନ.ଏ.)-ରାଇକିଆ ଥାନା କରଡ଼ା ନିକଟରେ ଗତ ଫେବୃୟାରୀରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀମାନଙ୍କଠାରୁ ହୋଇଥିବା ଟଙ୍କା ଲୁଟ ଘଟଣାରେ ୬ ଅଭିଯୁକ୍ତଙ୍କୁ ଶୁକ୍ରବାର ରାଇକିଆ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଦାରିଙ୍ଗବାଡ଼ିର ପ୍ରଶାନ୍ତ ପ୍ରଧାନ, ରାଇକିଆର…

ଧାନତଳି ନଷ୍ଟ କଲେ ହାତୀ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧୩।୭(ଡି.ଏନ.ଏ.) -ଭଞ୍ଜନଗର ଉତ୍ତରଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ଗୁଣ୍ଡିରିବାଡ଼ିରେ ଗୁରୁବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖାଦେଇଛି। ହାତୀମାନେ ଗ୍ରାମ ମୁଣ୍ଡକୁ ଆସି ବିଭିନ୍ନ ଲୋକଙ୍କ ଧାନ ତଳି ନଷ୍ଟ କରିଛନ୍ତ, ଯାହାକୁ ନେଇ ଚାଷୀମାନେ ଏବେ ଚିନ୍ତାରେ। ବନ ବିଭାଗ…

ବାଇକ୍‌, ଟଙ୍କା ଲୁଟ୍‌ ଘଟଣା: ୩ କୋର୍ଟ ଚାଲାଣ

ଛତ୍ରପୁର,୧୩ା୭(ଡି.ଏନ.ଏ)-ବାଇକ୍‌ ଓ ଟଙ୍କା ଲୁଟ୍‌ ଘଟଣାରେ ୩ ଅଭିଯୁକ୍ତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି ।  ସେମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳର ରାଜ କୁମାର ସେଠୀ, ସଦର ଥାନା ଅଧୀନ କୁମ୍ଭାର ସାହିର ସୁରଜ ପରିଡା ଓ ପଶ୍ଚିମବଙ୍ଗ…

ଗଞ୍ଜାମ ଜିଲା: ନର୍ସିଂହୋମ ଗୁଡ଼ିକରେ ଅଗ୍ନି ନିରାପତ୍ତା ଫେଲ: ନୋଟିସ ଦିଆଯାଉଛି, କାର୍ଯ୍ୟାନୁଷ୍ଠାନ ଶୂନ

ବ୍ରହ୍ମପୁର ଅଫିସ,୧୩ା୭-ବ୍ରହ୍ମପୁର ମହାନଗର ନିଗମ ସମେତ ଜିଲାର ବିଭିନ୍ନ ସ୍ଥାନରେ ଏବେ ବହୁ ସଂଖ୍ୟାରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଚାଲିଛି। ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଗୁଡ଼ିକରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁସାରେ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶ ରହିଥିବା ସମସ୍ତ…

ଫଳକ ଲଗା କାନ୍ଥ ଭୁଷୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା: କନିଷ୍ଠ ଯନ୍ତ୍ରୀଙ୍କ ନାମରେ ମାମଲା, ପୋଲିସର ତନାଘନା

ପୁରୁଷୋତ୍ତମପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବାଘଳା ପଞ୍ଚାୟତ ଆଙ୍ଗୁ ନୂତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସୂଚନା ଫଳକ କାନ୍ଥ ଭୂଷୁଡ଼ି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବୁଦ୍ଧିଆ ଦାସଙ୍କ ପୁଅ ଶ୍ୟାମ ଦାସଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ…

ର଼୍ୟାମ୍ପ ଶୋ ଗ୍ରାଣ୍ଡ ଫାଇନାଲରେ ବ୍ରହ୍ମପୁରର ତନିଶା

ବ୍ରହ୍ମପୁର ଅଫିସ,୧୨ା୭: ବୟସ ୧୫ ବର୍ଷ। ଏହି ସ୍ବଳ୍ପ ବୟସରୁ ସେ ଜାତୀୟସ୍ତରରେ ସୃଷ୍ଟି କରିଛନ୍ତି ନିଜର ପରିଚୟ ା ସେ ହେଲେ ବ୍ରହ୍ମପୁର ଅରବିନ୍ଦ ନଗରର ପ୍ରଦୀପ କୁମାର ମିଶ୍ର ଓ ସୌଦାମିନୀ ମିଶ୍ରଙ୍କ କନିଷ୍ଠା କନ୍ୟା ତନିଶା। ଦିଲ୍ଲୀରେ…

ଜେଲ ଗଲେ କୋଟିପତି ସରପଞ୍ଚ

ବ୍ରହ୍ମପୁର ଅଫିସ,୧୨ା୭-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କୁ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିଛି । ମାମଲା ନଂ ୧୬/୧୯ରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା…

ସିଙ୍ଗାପୁରରେ ଚାକିରି ନାଁରେ ଠକେଇ ମାମଲା: ଅଧିକାରୀଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୨ା୭- ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ କମ୍ପାନୀରେ ଚାକିରି କରାଇଦେବା ନଁାରେ ବାରମ୍ବାର ଠକେଇ ଘଟଣା ଦୃଷ୍ଟିକୁ ଆସୁଛି। ବ୍ରହ୍ମପୁର ସହରରେ ଠକ କମ୍ପାନୀ ଦ୍ୱାରା ବହୁ ଯୁବତୀ ଯୁବକ ଠକେଇର ଶିକାର ହୋଇଛନ୍ତି। ଏଭଳି ଏକ ଠକ କମ୍ପାନୀର…

ଥାନା ଆଇଆଇସି ବଦଳି ଦାବିରେ କବିସୂର୍ଯ୍ୟନଗର ବନ୍ଦ

କବିସୂର୍ଯ୍ୟନଗର,୧୧ା୭-କବିସୂର୍ଯ୍ୟନଗର ଥାନା ଆଇଆଇସି ତପନ କୁମାର ପତି ବରିଷ୍ଠ ଓକିଲ ଭଗବାନ ମହାପାତ୍ରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ ନେଇ ଆନ୍ଦୋଳନ ଜୋର ଧରିଛି। ଓକିଲ ସଂଘ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କର ବଦଳି ଦାବି କରିଛି। ଆନ୍ଦୋଳନ ତୃତୀୟ ଦିନରେ…

ନାବାଳିକାଙ୍କୁ ଅପହରଣ, ବଳାତ୍କାର ମାମଲା : ହାଇଦ୍ରାବାଦରୁ ଅଭିଯୁକ୍ତ ଗିରଫ

ଛତ୍ରପୁର,୧୨ା୭(ଡି.ଏନ.ଏ): ନାବାଳିକାଙ୍କୁ ଅପହରଣ ଓ ପରେ ବଳାତ୍କାର କରିବା ମାମଲାର ଅଭିଯୁକ୍ତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି। ସେ ହେଲେ ସ୍ଥାନୀୟ ଅଞ୍ଚଳର ବାବୁଲି ସେଠୀ। ଗୁରୁବାର ତାଙ୍କୁ ବ୍ରହ୍ମପୁରସ୍ଥିତ ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଛି। ଛତ୍ରପୁର ଅଞ୍ଚଳର ନାବାଳିକାଙ୍କୁ ଅପହରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri