ଖୁସି ଆଣିଲା ଲଘୁଚାପ ବର୍ଷା
ଢେଙ୍କାନାଳ ଅଫିସ, ୧୫।୮: ଢେଙ୍କାନାଳ ଜିଲାର ଚାଷୀଙ୍କୁ ସୁହାଇଛି ଲଘୁଚାପଜନିତ ବର୍ଷା। ଫଳରେ ଜୁଲାଇରେ ଧିମେଇଥିବା ଖରିଫ୍ ଚାଷ କାର୍ଯ୍ୟ ଜୋର୍ ଧରିଛି। ତଥାପି ଅଗଷ୍ଟ ୧୩ ସୁଦ୍ଧା ଜିଲାରେ ହୋଇଥିବା ବର୍ଷା ହାରାହାରି ପରିମାଣଠାରୁ ୩.୯୮% କମ୍ ବୋଲି କୃଷି ବିଭାଗ…
ଲୋକସଂସ୍କୃତିକୁ ଗ୍ରାସିଲାଣି ଆଧୁନିକତା: ମଳିନ ପଡ଼ିଲାକଣି ‘ଘୁମୁରା’
କାମାକ୍ଷାନଗର, ୧୫ା୮: ହିନ୍ଦୁ ପୁରାଣ ଶାସ୍ତ୍ରରେ ଘୁମୁରା ନୃତ୍ୟର ସ୍ଥାନ ସ୍ବତନ୍ତ୍ର। ଦୀର୍ଘବର୍ଷ ଧରି ଏହାଶକ୍ତି ଉପାସନାରେ ବ୍ୟବହୃତ ହୋଇ ଆସୁଛି। ଏହାକୁ ରଣବାଦ୍ୟ ଭାବେ ଯୁଦ୍ଧକ୍ଷେତ୍ରରେ ବ୍ୟବହାର କରାଯାଉଥିବା ଇତିହାସରେ ଉଲ୍ଲେଖ ରହିଛି। କେବଳ ଏତିକି ନୁହେଁ, ରାଜରାଜୁଡ଼ା ସମୟରେ ରାଜଦରବାରରେ…
ଢେଙ୍କାନାଳ କଲେଜରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା: ‘କ୍ଷୁଧା ବଢ଼ିଲେ ଶିକ୍ଷାଦାନ ପ୍ରତି ଆଗ୍ରହ ବଢ଼ିବ’
ଢେଙ୍କାନାଳ ଅଫିସ, ୧୫।୮: ଛାତ୍ରୀଛାତ୍ରଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଇବା ଦାୟିତ୍ୱ ଅଧ୍ୟାପିକାଅଧ୍ୟାପକମାନଙ୍କର। ସରକାରୀ କଲେଜ ବେସରକାରୀ କଲେଜ ସହ ପ୍ରତିଯୋଗିତା କରିବା ଉଚିତ। ଏ ଦିଗରେ ଅଧ୍ୟାପନା ବୃତ୍ତିରେ ନିୟୋଜିତ ପ୍ରତିଟି ବ୍ୟକ୍ତି ଯତ୍ନବାନ ହେବା ଜରୁରୀ। ସମ୍ପ୍ରତି ମହାବିଦ୍ୟାଳୟଗୁଡ଼ିରେ…
୩୦ ଟନ୍ କ୍ରୋମାଇଟ ଜବତ, ୨ ଅଟକ
ଭୁବନ, ୧୪।୮(ଡି.ଏନ୍.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ମୃଦଙ୍ଗା ହାଟଛକରେ କ୍ରୋମାଇଟ ଅପମିଶ୍ରଣ ବେଳେ ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ଚଢ଼ାଉ କରି ୨ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରୁ ୨ଟି ଟ୍ରକ୍ ସହ ୩୦ ଟନ୍ କ୍ରୋମାଇଟ୍ ଜବତ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ,…
ବାହୁଡ଼ିଲା ନରହନ୍ତା ଦନ୍ତା
ପରଜଙ୍ଗ, ୧୪।୮(ଡି.ଏନ୍.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣିଥରେ ନିଜର ଉପସ୍ଥିତି ଜାହିର କରିଛି ନରହନ୍ତା ଦନ୍ତା। ଦାନ୍ତ କଟାଯିବା ସତ୍ତ୍ୱେ ଏହାର ହିଂସ୍ର ଆଚରଣରେ କୌଣସି ପରିବର୍ତ୍ତନ ହେଉନାହିଁ। ଜନବସତିରେ ପଶି ଘରଦ୍ୱାର ଭାଙ୍ଗି…
ପରିଣତ ବୟସରେ ଉଦାହରଣ ‘ରସ’: ନିଷ୍ଠା କରିଛି ସ୍ବାବଲମ୍ବୀ
ଢେଙ୍କାନାଳ ଅଫିସ, ୧୪।୮- ରସ ନାଏକଙ୍କ ଘର ଢେଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ଗ୍ରାମରେ। ସ୍ବାମୀ ଫଗୁ ନାଏକ, ଦୁଇ ପୁଅ, ଝିଅଙ୍କୁ ନେଇ ତାଙ୍କ ସଂସାର। ପିଲାମାନେ ବିବାହ କରି ନିଜ ନିଜ ପରିବାର ସହ ବ୍ୟସ୍ତ। ୮୫ ବର୍ଷୀୟ…
ଆମ୍ବୁଲାନ୍ସ ଅଚଳ: ରୋଗୀ ହୀନସ୍ତା
ଢେଙ୍କାନାଳ ଅଫିସ, ୧୪।୮-ଅଧାରାସ୍ତାରେ ଅଚଳ ହୋଇପଡ଼ିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପକ୍ଷାଘାତ ରୋଗୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦରରେ। କାମାକ୍ଷାନଗର ବ୍ଲକ ବାଉଁଶପାଳ ଗ୍ରାମର ସୂର୍ଯ୍ୟକାନ୍ତି ଷେଣ୍ଢ (୬୦) ସୋମବାର ପକ୍ଷାଘାତରେ ଆକ୍ରାନ୍ତ ହୋଇ…
ଅନ୍ଲାଇନ୍ ଶପିଂ ସଂସ୍ଥା ଗାଡ଼ିରୁ ପାର୍ସଲ ଲୁଟ୍ ଘଟଣା: ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ୍, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ
କାମାକ୍ଷାନଗର, ୧୩।୮(ଡି.ଏନ୍.ଏ.)-ଅନ୍ଲାଇନ ଶପିଂ ସଂସ୍ଥାର ପାର୍ସଲ ଭ୍ୟାନ୍ରୁ ସାମଗ୍ରୀ ଲୁଟ୍ ମାମଲାରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗ୍ର ୩ ସଦସ୍ୟଙ୍କୁ ମୋବାଇଲ ଟ୍ରାକିଂ କରି କାବୁ କରିଛି କାମାକ୍ଷାନଗର ପୋଲିସ। ସେମାନେ ହେଲେ କଙ୍ଗେଇଲୋ ଗ୍ରାମର ବିକାଶ ମଲ୍ଲିକ (୨୦), ଜଗନ୍ନାଥପୁର ଗ୍ରାମର…
ପୋଲିସର କାର୍ଯ୍ୟକୁ ନେଇ ସନ୍ଦେହରେ ସାହିବାସୀ:ଯୁବକଙ୍କ ସହ ୨ ଏସ୍ଆଇ ରାତି ସାରା ଅଟକ
ପରଜଙ୍ଗ,୧୩ା୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଖାଲପାଳ ଡାଇ ସାହିରେ ଚୋରି ବଢୁଥିବାବେଳେ ପୋଲିସର କାର୍ଯ୍ୟକଳାପକୁ ନେଇ ସନ୍ଦେହରେ ପଡିଛନ୍ତି ଲୋକେ। ରବିବାର ବିଳମ୍ବିତ ରାତିରେ ଘଟିଥିବା ଏକ ଘଟଣା ସାହିବାସୀଙ୍କୁ ଏପରି ସନ୍ଦେହରେ ପକାଇଥିଲା ଯେ ସେମାନେ…
ବୁଦ୍ଧେଶ୍ୱର ଶୈବପୀଠରେ ୧୦ ହଜାର କାଉଡ଼ିଆ
ଭୁବନ,୧୨।୮(ଡି.ଏନ.ଏ.)- ଶ୍ରାବଣ ମାସର ଶେଷ ସୋମବାରରେ ଭୁବନ ବୁଦ୍ଧେଶ୍ୱର ଶୈବପୀଠରେ ୧୦ ହଜାରରୁ ଊର୍ଦ୍ଧ୍ୱ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଭୋର ୪ଟାରେ ପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ ଦର୍ଶନ କରି ଜଳ ଲାଗି କରିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳର ବହୁ…
ସାରଙ୍ଗଧର, ବାଜି ରାଉତ ସେତୁରେ ଆଲୋକୀକରଣ ବ୍ୟବସ୍ଥା ନୋହିଲା; ସଞ୍ଜ ନଇଁଲେ ଗୋଡ଼ାଉଛି ଭୟ
ଢେଙ୍କାନାଳ ଅଫିସ, ୧୨।୮: ଢେଙ୍କାନାଳ ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସାରଙ୍ଗଧର ସେତୁ ଏବଂ ବାଜି ରାଉତ ସେତୁ ଉପରେ ଆଲୋକୀକରଣ ବ୍ୟବସ୍ଥା ଫଳକରେ ସୀମିତ ରହିଛି। ଜିଲାବାସୀଙ୍କ ଲାଇଫ୍ ଲାଇନ କୁହାଯାଉଥିବା ଉକ୍ତ ଦୁଇ ବ୍ରିଜ୍ ଉପରେ…
୩ନଂ. ଓ୍ବାର୍ଡରେ ଡ୍ରେନ୍, ରାସ୍ତାଘାଟ ଶୋଚନୀୟ; ଶୁଣୁନି ପୌରସଂସ୍ଥା, ବଢୁଛି ସଂକ୍ରାମକ ରୋଗ
ଢେଙ୍କାନାଳ ଅଫିସ, ୧୨।୮: ଢେଙ୍କାନାଳ ପୌରସଂସ୍ଥାର ଚରମ ଅବହେଳାରୁ ୩ନଂ. ଓ୍ବାର୍ଡ ଶ୍ରୀରାମ ନଗରବାସୀ ଯନ୍ତ୍ରଣା ଭୋଗୁଛନ୍ତି। ଅଞ୍ଚଳର ଡ୍ରେନେଜ୍ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପୂତ୍ତିଗନ୍ଧମୟ ପରିବେଶ ସଂକ୍ରାମକ ରୋଗ ବଢ଼ାଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର…
Archives


