ବର୍ଷାରେ ବେହାଲ ରାସ୍ତା
ପରଜଙ୍ଗ, ୨୮।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି ଅଦିନିଆ ବର୍ଷା। ଏଥିରେ ଶୋଚନୀୟ ହୋଇପଡ଼ିଛି ଗ୍ରାମ୍ୟ ସଡ଼କ। ଖାଲଖମାରେ ଭର୍ତ୍ତି ହୋଇପଡ଼ିଥିବା ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି। କାଦୁଅରେ ଯାତ୍ରୀମାନେ କଲବଲ ହେଉଥିବାବେଳେ…
ସ୍ବର୍ଣ୍ଣ ତ୍ରିଭୁଜକୁ ହତାଦର
ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ, ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସପ୍ତଶଯ୍ୟା। ଢେଙ୍କାନାଳ ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବର୍ଣ୍ଣ ତ୍ରିଭୁଜ ଭାବେ ପରିଚିତ ଏହି ଦର୍ଶନୀୟସ୍ଥାନ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର କ୍ଷମତା ରଖେ।…
ପରୀକ୍ଷା ହଲ୍ରୁ ମିଳିଲା ମୋବାଇଲ
ପରଜଙ୍ଗ, ୨୭।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଆଳୋସ୍ଥିତ ଅଷ୍ଟଶମ୍ଭୁ ବିଦ୍ୟାନିକେତନ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବୁଧବାର ଏକ ମୋବାଇଲ ଫୋନ୍ ଜବତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତ୍ରିସ୍ତରୀୟ ଚେକିଂ ବଳୟ ଭେଦ କରି ମୋବାଇଲ କିପରି…
ଗଣିତରେ କପି କରି ଧରାପଡ଼ିଲେ ୨୮ ପରୀକ୍ଷାର୍ଥୀ
ଢେଙ୍କାନାଳ ଅଫିସ, ୨୬ା୨: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷାରେ ବୁଧବାର ଗଣିତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲାରେ ୨୮ ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ ସ୍ବତନ୍ତ୍ର ସ୍କ୍ବାଡ୍ ହାତରେ…
ପାଣି ପାଇଁ ଦେଢ଼ କିମି
ପରଜଙ୍ଗ, ୨୬।୨ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ଅନ୍ତର୍ଗତ କୁଲେଇ ଗ୍ରାମରେ ଖରାଦିନ ପୂର୍ବରୁ ଦେଖାଦେଇଛି ପାନୀୟଜଳ ସଙ୍କଟ। ଏଠାରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇପଡ଼ିଥିବାବେଳେ ଗ୍ରାମବାସୀ ପାଣି ପାଇଁ ଦେଢ଼ କିମି ଯାଉଛନ୍ତି।…
ଅପରେଶନ ପରେ ହରାଇଲେ ଦୃଷ୍ଟିଶକ୍ତି
କାମାକ୍ଷାନଗର, ୨୫।୨(ଡି.ଏନ.ଏ.) ବେସରକାରୀ ଚିକିତ୍ସାଳୟର ଖାମଖିଆଲ ମନୋଭାବ ଯୋଗୁ ଜଣେ ବୃଦ୍ଧା ଆଖି ହରାଇଥିବା ଅଭିଯୋଗ ହୋଇଛି। କାମାକ୍ଷାନଗର ଏନ୍ଏସି ଅଧୀନ ବଡ଼ବିଲା ଗଁାର ଧଳା ପାତ୍ର (୮୦) ଏପରି ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ସୋମବାର ଜନ ଅଭିଯୋଗ…
ଚାଷୀଙ୍କୁ ଗୋଇଠା ମାରିଲେ ପୂର୍ବତନ ସଭାପତି
କାମାକ୍ଷାନଗର, ୨୫।୨(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ଅଶୋକ ନାୟକ ଏବଂ ତାଙ୍କ ପୁଅ ତଥା ସମିତିର ଡାଟା ଏଣ୍ଟ୍ରି ଅପରେଟର ଅମରେଶଙ୍କ ଦବଙ୍ଗଗିରିକୁ ନେଇ ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି…
କଡ଼ା ସୁରକ୍ଷାରେ ମାଟ୍ରିକ ପରୀକ୍ଷା: କାମାକ୍ଷାନଗରର ୧୧ଟି ବିଦ୍ୟାଳୟରେ ୧୪୪ ଧାରା ଜାରି
କାମାକ୍ଷାନଗର,୨୪।୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ସୋମବାର ମାଟ୍ରିକ ପରୀକ୍ଷା ସୁରକ୍ଷା ଦୃଷ୍ଟିରୁ ୧୧ଟି ବିଦ୍ୟାଳୟରେ ୧୪୪ ଧାରା ଜାରି କରାଯାଇଛି। ସେଗୁଡିକ ହେଲା କାମାକ୍ଷାନଗର ବ୍ଲକର ରାୟନୃସିଂହପୁର ସିଦ୍ଧେଶ୍ବରୀ ବିଦ୍ୟାପୀଠ, ଅଁଳାବେରଣୀ କୁସୁମଯୋଡ଼ି ଉଚ୍ଚ ବିଦ୍ୟାଳୟ, ମହୁଲପାଳ ନିଗମାନନ୍ଦ ଉଚ୍ଚ…
୧୫ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି
ଢେଙ୍କାନାଳ ଅଫିସ/କାମାକ୍ଷାନଗର,୨୪ା୨: ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ବିରିବୋଲେଇ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଜିଲାର ମୋଟ୍ ୧୫ଟି ପରୀକ୍ଷା କେନ୍ଦ୍ରରେ ସୋମବାରଠାରୁ ମାଟ୍ରିକ ପରୀକ୍ଷା ଶେଷହେବା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। କପି ରୋକିବା ପାଇଁ ଜିଲା ଶିକ୍ଷା…
ଗଣତନ୍ତ୍ରର ସୁରକ୍ଷା ପାଇଁ ଆହ୍ବାନ
ଢେଙ୍କାନାଳ ଅଫିସ,୨୪ା୨: ଢେଙ୍କାନାଳ ବସଷ୍ଟାଣ୍ଡସ୍ଥିତ ଗାନ୍ଧୀପାର୍କଠାରେ ଶନିବାର ସମ୍ବିଧାନ ବଞ୍ଚାଅ ଓ ଭାରତ ଯୋଡ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କାଲାମ ଆଜାଦ୍ ଓ କସ୍ତୁରବା ଗାନ୍ଧୀଙ୍କର ମହାପ୍ରୟାଣ ଦିବସ ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି…
ପ୍ରସ୍ତାବିତ ତୈଳଭଣ୍ଡାରକୁ ବିରୋଧ
ଓଡାପଡା,୨୪ା୨(ଡି.ଏନ.ଏ) ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ସଦାଶିବପୁର ପଞ୍ଚାୟତ ତେନ୍ତୁଳିଆପଡା ଓ ରସାସିଂ ଅଞ୍ଚଳରେ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ୍)ର ପ୍ରସ୍ତାବିତ ତୈଳ ଭଣ୍ଡାରକୁ ଶନିବାର ଜୋରଦାର ବିରୋଧ କରାଯାଇଛି। ସଦାଶିବପୁର, ଗୁଣଦେଇ ଓ ଗଦାଶିଳା ପଞ୍ଚାୟତର ବହୁ ଲୋକେ ପସାସିଂ…
ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲାପାଳ
ଢେଙ୍କାନାଳ ଅଫିସ,୨୩।୨: ଢେଙ୍କାନାଳ ଜିଲା ସଦର ବ୍ଲକ ଭାଲିଆବୋଲ କାଟେଣି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ନିର୍ବାହୀ ଅଧିକାରୀ ସୁନୀଲ କୁମାର ପରିଡ଼ାଙ୍କୁ ଜିଲାପାଳ ଭୂମେଶଚନ୍ଦ୍ର ବେହେରା ନିଲମ୍ବନ କରିଛନ୍ତି। ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି କରିଥିବା…
Archives


