ଗ୍ୟାସ୍ ଟାଙ୍କି ଫାଟି ଉଡ଼ିଲା ଘରର ଆଜ୍ବେଷ୍ଟସ୍, କ୍ଷଣିକରେ ସବୁ ଛାରଖାର
କାମାକ୍ଷାନଗର,୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଅଘଟଣ। ଗ୍ୟାସ୍ ଟାଙ୍କି ଫାଟି ଉଡ଼ି ଘରର ଆଜବେଷ୍ଟସ୍ ଓ ଆସବାବପତ୍ର। ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ। ସୂଚନାନୁସାରେ, ଆମ୍ବପଳାସ ଗ୍ରାମର ସୁବାସ ମହାପାତ୍ରଙ୍କ ରୋଷେଇ ଘରେ ମଧ୍ୟାହ୍ନ…
ରେଳ ଧାରଣା ପାର୍ ହେଉଥିବାବେଳେ ମାଲଗାଡ଼ି ଧକ୍କାରେ ଦନ୍ତା ହାତୀର ମୃତ୍ୟୁ
ଢେଙ୍କାନାଳ ଅଫିସ,୨ । ୧୧(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ସଦର ରେଞ୍ଜ ଚିନ୍ତା ପୋଖରୀଠାରେ ରେଳ ଧାରଣା ପାର ହେଉଥିବା ବେଳେ ଶନିବାର ମାଲଗାଡ଼ି ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ହାତୀଟିର ବୟସ ୧୨…
ବିବାହକୁ ପୁରିନି ୭ ମାସ: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ
ଢେଙ୍କାନାଳ,୨୯ା୧୦(ରତନ ନାୟାର): ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ୍ର ଶରତ ମହାପାତ୍ରଙ୍କୁ ଗତ ୭ ମାସ ତଳେ ବିବାହ କରିଥିବା ମୌସୁମୀ ମଧୁସ୍ମିତାଙ୍କ ରବିବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବାବେଳେ…
ଭସାଣି ପାଇଁ ଆସୁଥିବା ବ୍ୟାଣ୍ଡ୍ପାର୍ଟି ଗାଡ଼ି ଓଲଟିଲା: ମ୍ୟୁଜିକାଲ ଗ୍ରୁପ୍ର ୫ ଆହତ
କାମାକ୍ଷାନଗର,୧୪ା୧୦(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଭସାଣି ଯାତ୍ରାକୁ ମ୍ୟୁଜିକ୍ ପରିବେଷଣ ପାଇଁ ଆସୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ବିଳମ୍ବିତ ରାତିରେ ଡିଭାଇଡରରେ ପିଟି ହୋଇ ଯାଜପୁର ଜିଲା ମଙ୍ଗଳପୁର ଅଞ୍ଚଳର ଶିବମ ମ୍ୟୁଜିକାଲ୍…
ଜଙ୍ଗଲ ମଝିରେ ଶାଳଗଣ୍ଡି ରଖି ମାଫିଆ ଫେରାର
ଭୁବନ,୧୩ା୧୦(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ନୂଆ କୁମର୍ଦ୍ଦାରୁ ୯ଟି ଶାଳଗଣ୍ଡି ଜବତ କରାଯାଇ ଥିବାବେଳେ ମାଫିଆ ଫେରାର ହୋଇଯାଇଛନ୍ତି। ୯ଟି ଯାକ ଗଣ୍ଡି ୧୦ ସିପ୍ଟରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି। ବିଶେଷ…
ବାବାଙ୍କୁ ଉଠାଇନେଲା ପୋଲିସ, ଆଶ୍ରମରେ କରୁଥିଲେ…
ଢେଙ୍କାନାଳ,୧୨।୧୦: ଢେଙ୍କାନାଳ ଜିଲା ତିଗିରିଆ ଥାନା ବାହାରବିଲା ଆଶ୍ରମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଆଶ୍ରମରୁ ବାବାଙ୍କୁ ଢେଙ୍କାନାଳ ପୋଲିସ ଉଠାଇ ନେଇ ଅଟକ ରଖିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଢେଙ୍କାନାଳ ଭାପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବାବା…
ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଫସିଛନ୍ତି ଶ୍ରମିକ
ଢେଙ୍କାନାଳ,୯ା୧୦: ଏନ୍ଏଚ୍-୫୫ ମହିଷାପାଟ ନିକଟରେ ନିର୍ମାଣାଧୀନ କୋଠାର ଛାତ ପଡ଼ିବା ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଛାତ ପଡୁଥିବା ସମୟରେ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ୩ରୁ ୪ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ଭଗ୍ନାବଶେଷ…
ବିଦ୍ୟୁତ କଟିଲେ କାର୍ଯ୍ୟାଳୟରେ କାମ ଠପ୍: ବଢୁଛି ଅସନ୍ତୋଷ
ଭୁବନ, ୯।୧୦( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଉପଡାକଘର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭୁବନ ଏସିଆ ମହାଦେଶର ବଡ ଗ୍ରାମ। ଏହି ଗ୍ରାମରେ ୮୦ ଭାଗ ଲୋକ ବ୍ୟବସାୟ ସହିତ ସଂଶ୍ଳିଷ୍ଟ। ସମସ୍ତ ବ୍ୟବସାୟ…
କାରଖାନାରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼
ଢେଙ୍କାନାଳ,୧ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଗନ୍ନାଥ ପାୱାର ନାମକ ଏକ କମ୍ପାନୀ ପରିସରରେ ଗତ ୩ ଦିନ ତଳେ କାରଖାନାରେ କାର୍ଯ୍ୟରତ ଦୁଇଜଣ ଶ୍ରମିକଙ୍କୁ ସେମାନଙ୍କର ପ୍ୟାଣ୍ଟ, ସାର୍ଟ ଖୋଲି ଉଲଗ୍ନ କରି ନିସ୍ତୁକ ମାଡ଼ ମରାଯାଇଥିଲା।…
ପଦବୀ ହରାଇଲେ ସରପଞ୍ଚ
କାମାକ୍ଷାନଗର,୧ା୧୦(ସୁଧୀର କୁମାର ପରିଡ଼ା): ଜିଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସରପଞ୍ଚ ପ୍ରତିମା ସେଠୀ ସୋମବାର ଅନାସ୍ଥା ଭୋଟରେ ପରାଜିତ ହେବା ସହ ସରପଞ୍ଚ ପଦବୀ ହରାଇଛନ୍ତି। ପ୍ରକାଶ ଯେ, କାଦୁଆ ପଞ୍ଚାୟତର କେତେଜଣ ଓ୍ବାର୍ଡମେମ୍ବର ସରପଞ୍ଚଙ୍କ ବିରୋଧରେ କାମାକ୍ଷାନଗର ଉପଜିଲାପାଳଙ୍କ…
ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ, ନାଳରୁ ମିଳିଲା ମୃତଦେହ
ଭୁବନ,୨୯ା୯(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଭୁଷଳ ପଞ୍ଚାୟତ ଅସୁରବନ୍ଧ ଗ୍ରାମର ବିଷ୍ଣୁ ମଳିକ(୪୪)ଙ୍କ ମୃତଦେହ ରବିବାର ସକାଳେ ପଥରଡଙ୍ଗା ନାଳରୁ ଜବତ କରାଯାଇଛି। ବିଷ୍ଣୁ ଗ୍ରାମରେ ହେଉଥିବା ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ।…
ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ
ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ବିଭୂତି ଭୂଷଣ ପ୍ରଧାନ। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ଜିଲା ବିଜେଡି ସଭାପତି ଡା. ନୃସିଂହ ଚରଣ ସାହୁଙ୍କୁ ୩୨,୧୬୨ ଭୋଟରେ ହରାଇ ପ୍ରଥମ ଥର…
Archives


