୪ ଖଞ୍ଜଣି ଜବତ, ଜଣେ ଗିରଫ
ଢେଙ୍କାନାଳ ଅଫିସ,୧୭।୨: ଢେଙ୍କାନାଳ ଜିଲା ମହିମାଗାଦି ଯୋରନ୍ଦା ପୀଠରେ ମାଘମେଳା ସମୟରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କଠାରୁ ବନ ବିଭାଗ ୪ଟି ଖଞ୍ଜଣି ଜବତ କରିଛି। ଏହି ଘଟଣାରେ ଗଁଦିଆ ଥାନା ଯୋରନ୍ଦା ପାଟଣା ଗ୍ରାମର ପ୍ରହଲାଦ ସାହୁ(୫୮)ଙ୍କୁ ଗିରଫ ପରେ କୋର୍ଟଚାଲାଣ…
ଆଜି ବିଶ୍ୱ ପ୍ରସିଦ୍ଧ ମାଘମେଳା
ଢେଙ୍କାନାଳ ଅଫିସ, ୧୫ା୨:ଓଡ଼ିଶାର ନିଜସ୍ବ ଧର୍ମ ତଥା ମହିମା ଧର୍ମର ପ୍ରମୁଖ ପୀଠସ୍ଥଳୀ ଯୋରନ୍ଦାରେ ମଙ୍ଗଳବାର ବିଶ୍ୱ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେବ। ବ୍ରାହ୍ମ ମୂହୁର୍ତ୍ତରୁ ମନ୍ଦିର ପରିସରରେ ପାରମ୍ପରିକ ନୀତିକାନ୍ତି ଆରମ୍ଭ ହେବ। ଅପରାହ୍ନ ୫ଟାରୁ ସାଢ଼େ ୫ଟା ମଧ୍ୟରେ…
ସୋଲାର ହିଟରକୁ ମିଳିବ ମାନ୍ୟତା
ଢେଙ୍କାନାଳ ଅଫିସ୍,୧୪।୨: ସୌରଶକ୍ତିରେ କାର୍ଯ୍ୟକ୍ଷମ ହେବ ହିଟର। ପାରମ୍ପରିକ ବୈଦ୍ୟୁତିକ ହିଟର ଭଳି ଏହାକୁ ମଧ୍ୟ ଦୈନନ୍ଦିନ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ହେଲେ ଏଥିଲାଗି ଉପଭୋକ୍ତାଙ୍କୁ ବୋହିବାକୁ ପଡ଼ିବନି ବିଦ୍ୟୁତ୍ ବିଲ୍ ବୋଝ କି ମାସକୁ ମାସ ଦେବାକୁ ପଡ଼ିବନି…
କମ୍ପୁଛି ପ୍ରଚାର ମଇଦାନ
ଢେଙ୍କାନାଳ ଅଫିସ, ୧୪ା୨: ଜୋର୍ ଧରିଛି ପ୍ରଚାର। କମ୍ପୁଛି ମଇଦାନ। ଚାଲିଛି ଆରୋପ-ପ୍ରତ୍ୟାରୋପ। ଏସବୁ ଭିତରେ ବିକାଶର ସ୍ବପ୍ନ ଦେଖାଇ ଭୋଟରଙ୍କ ନିକଟତର ହେଉଛନ୍ତି ପ୍ରାର୍ଥୀ। ମତଦାନ ତାରିଖ ପାଖେଇ ଆସୁଥିବାବେଳେ ମଇଦାନକୁ ଓହ୍ଲାଇଛନ୍ତି ତୁଙ୍ଗନେତା, ଯାହାକୁ ନେଇ ଉଷ୍ମ ହୋଇଛି…
ମୁଖରିତ ହେଲାଣି ମହିମାଗାଦି
ଢେଙ୍କାନାଳ ଅଫିସ,୧୪ା୨: ଲାଗିଲାଣି ସାଧୁସନ୍ଥଙ୍କ ଗହଳଚହଳ। ମୁଖରିତ ହେଲାଣି ମହିମାଗାଦି। ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ଅଖଣ୍ଡ ବ୍ରହ୍ମଧ୍ୱନିରେ ଘୃତାହୁତି ପ୍ରଦାନ କରିବା, ଝାଡ଼ଦ୍ୱୀପ ପ୍ରଜ୍ୱଳନ ଏବଂ ବିଧି ମୁତାବକ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ପ୍ରସ୍ତୁତି ପହଞ୍ଚତ୍ଲାଣି ଚୂଡ଼ାନ୍ତ…
ବିଜେଡି ଗଡ଼ରେ ତୀବ୍ର ଲଢ଼େଇ
ଢେଙ୍କାନାଳ ଅଫିସ, ୧୪ା୨: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ମତଦାନକୁ ହାତଗଣତି ଦିନ ବାକି ରହିଥିବାବେଳେ ପ୍ରଚାର ମଇଦାନ ସରଗରମ ହୋଇଉଠିଛି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ନିଜ ପକ୍ଷକୁ ଆଣିବାକୁ…
ଆସିଲେନି, ହିସାବ ଦେଲେନି
ଢେଙ୍କାନାଳ ଅଫିସ, ୧୨।୨ ଢେଙ୍କାନାଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଠିକ୍ ଭାବେ ଖର୍ଚ୍ଚ ବିବରଣୀ ରଖୁନାହାନ୍ତି। ସମୀକ୍ଷା ବୈଠକରେ ମଧ୍ୟ ଉପସ୍ଥିତ ରହୁନାହାନ୍ତି, ଯାହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ଜିଲା ପାଇଁ ନିୟୋଜିତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦୟାନିଧି…
ବାଉଁଶ ବାଡ଼ିରେ ସୁରକ୍ଷା
ପରଜଙ୍ଗ, ,୧୨।୨(ଡି.ଏନ୍.ଏ.) ଧସିଯାଇଛି ପୋଲକୁ ଲାଗିଥିବା ଆପ୍ରୋଚ୍ ରୋଡ୍। ସାମାନ୍ୟ ଅସାବଧାନ ହେଲେ ବ୍ରିଜ୍ ତଳକୁ ଖସିପଡ଼ିବ ଯାନବାହନ। ଚାଲିଯିବ ମୂଲ୍ୟବାନ ଜୀବନ। ହେଲେ ମୁଖ୍ୟରାସ୍ତା ଉପରେ ଥିବା ଏଭଳି ବିପଦ ପ୍ରତି ସତେଯେମିତି ଆଖି ବୁଜି ଦେଇଛନ୍ତି ଜାତୀୟ ରାଜପଥ…
ଚପଲ ପିନ୍ଧି ମଠକୁ ଯିବାରୁ ହତ୍ୟା
ଢେଙ୍କାନାଳ ଅଫିସ, ୧୨।୨: ଢେଙ୍କାନାଳ ଜିଲା ଗଁଦିଆ ଥାନା ମନ୍ଦାର ନିକଟ ରାସ୍ତାପାର୍ଶ୍ୱରେ ଥିବା ଶ୍ରୀ ଚୈତନ୍ୟ ଗୋସାଇଁ ମଠରେ ଗତ ବୁଧବାର ଘଟିଥିବା ବହୁ ଚର୍ଚ୍ଚିତ ଉଦ୍ଧବ ପାତ୍ର (୩୨) ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଛି। ଏଥିସହିତ ଖୋଲିଛି ୫୫…
ଦଳୀୟ ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀଙ୍କ ପ୍ରଚାର
କାମାକ୍ଷାନଗର,୧୦ା୨(ଡି.ଏନ.ଏ) ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରଚାର ମଙ୍ଗ ଧରିଛନ୍ତି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ। ବୁଧବାର ଦଳର ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପଞ୍ଚାୟତ ବୁଲି ମାରାଥନ୍ ପ୍ରଚାର କରି ୧ନଂ. ଜୋନ୍ର…
ଦୁଇ ଯାଆ ଓ୍ବାର୍ଡସଭ୍ୟ ପ୍ରାର୍ଥୀ
କାମାକ୍ଷାନଗର, ୧୦ା୨(ଡି.ଏନ.ଏ): ରାଜନୀତି ଆଗରେ ଫିକା ପଡ଼ିଯାଏ ପାରିବାରିକ ସମ୍ପର୍କ। ଆଞ୍ଚଳିକସ୍ତରରୁ ଜାତୀୟସ୍ତର ଯାଏ ଦେଖିଲେ ଏଭଳି ଉଦାହରଣର ଅଭାବ ନାହିଁ। ନିକଟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଏମିତି ଏକାଧିକ ଘଟଣା ଦୃଷ୍ଟିଗୋଚର ହୋଇଛି। ଢେଙ୍କାନାଳ ଜିଲା…
ବେଆଇନ ପଥର ଖାଦାନରେ ଚଢ଼ାଉ
ଢେଙ୍କାନାଳ ଅଫିସ,୯।୨: ବେଆଇନ ପଥର ଖାଦାନ ଉପରେ ଚଢ଼ାଉ ଜୋରଦାର କରିଛି ଢେଙ୍କାନାଳ ଜିଲା ପ୍ରଶାସନର ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍। ଜିଲାପାଳ ସରୋଜ କୁମାର ସେଠୀଙ୍କ ନେତୃତ୍ୱରେ ସଦର ବ୍ଲକ ଭାପୁରସ୍ଥିତ ଖାତା ନଂ. ୧୦୪, ପ୍ଲଟ ନଂ. ୨୮୬ରେ ଥିବା ୧ନଂ. ପଥର…
Archives


