ବାଉଁଶ ବାଡ଼ିରେ ସୁରକ୍ଷା

ପରଜଙ୍ଗ, ,୧୨।୨(ଡି.ଏନ୍‌.ଏ.) ଧସିଯାଇଛି ପୋଲକୁ ଲାଗିଥିବା ଆପ୍ରୋଚ୍‌ ରୋଡ୍‌। ସାମାନ୍ୟ ଅସାବଧାନ ହେଲେ ବ୍ରିଜ୍‌ ତଳକୁ ଖସିପଡ଼ିବ ଯାନବାହନ। ଚାଲିଯିବ ମୂଲ୍ୟବାନ ଜୀବନ। ହେଲେ ମୁଖ୍ୟରାସ୍ତା ଉପରେ ଥିବା ଏଭଳି ବିପଦ ପ୍ରତି ସତେଯେମିତି ଆଖି ବୁଜି ଦେଇଛନ୍ତି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)। ଜୀବନ-ମୃତ୍ୟୁ ମଧ୍ୟରେ ମାତ୍ର କେଇଫୁଟର ବ୍ୟବଧାନ ଥିବାବେଳେ ବାଲିବସ୍ତାରେ ଦୁଇଖଣ୍ଡ ବାଉଁଶ ପୋତି ଏବଂ ବ୍ୟାରିକେଟିଂ ଟ୍ୟାପ୍‌ ବାନ୍ଧି ଦାୟିତ୍ୱ ସାରିଦେଇଛନ୍ତି ବିଭାଗୀୟ ଅଧିକାରୀ। ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ହାତୀଲୁଚାଣି ଛକ ନିକଟରେ ଥିବା ବିପଦସଙ୍କୁଳ ଘୋଡାଡିଆଁ ବ୍ରିଜ୍‌ରେ ଜୀବନକୁ ବାଜି ଲଗାଇ ଦୈନିକ ଶହ ଶହ ଭାରିଯାନ ଚଳାଚଳ କରୁଥିବାବେଳେ ଏଭଳି ପ୍ରଶାସନିକ ଅଣଦେଖାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି।

ପରଜଙ୍ଗ ବ୍ଲକ ଦେଇ ଯାଇଥିବା ବ୍ୟସ୍ତବହୁଳ ୫୩ନଂ. ଜାତୀୟ ରାଜପଥକୁ ୪ ଲେନ୍‌ କରାଯାଉଛି। ତାଳଚେର-ପରଜଙ୍ଗ ରାସ୍ତାର ହାତୀଲୁଚାଣି ଛକ ନିକଟ ଘୋଡାଡିଆଁ ନାଳ ଉପରେ ଥିବା ପୁରୁଣା ବ୍ରିଜ୍‌ ଗମନାଗମନର ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଏହି ରାସ୍ତା ଦେଇ ଦୈନିକ ଶତାଧିକ ଭାରିଯାନ ଚଳାଚଳ କରୁଛି। ଫଳରେ ବ୍ରିଜ୍‌ ନିକଟ ଆପ୍ରୋଚ୍‌ ରୋଡ୍‌ର ଗୋଟିଏ ପାର୍ଶ୍ୱ ଅତଡ଼ା ଧସିଯାଇଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ଏହାର ବିକଳ୍ପ ବ୍ରିଜ୍‌ ନିର୍ମାଣ ଚାଲିଥିବାବେଳେ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି। ଫଳରେ ଅନ୍ୟ ପନ୍ଥା ନ ଥିବାରୁ ଯାତ୍ରୀମାନେ ବିପଦସଙ୍କୁଳ ବ୍ରିଜ୍‌ରେ ଜୀବନକୁ ବିପଦରେ ପକାଇ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି।

ହାତୀଲୁଚାଣି ଛକରୁ ବାରିହାପୁର ଦୁର୍ଗା ମନ୍ଦିରକୁ ବାଇପାସ୍‌ ରାସ୍ତା ନିର୍ମାଣ କରାଯାଇଛି। ତେବେ ହାତୀଲୁଚାଣି ଛକରୁ ପରଜଙ୍ଗ ବଜାର ଦେଇ ବାରିହାପୁର ଦୁର୍ଗା ମନ୍ଦିରକୁ ଯୋଡୁଥିବା ମୁଖ୍ୟରାସ୍ତାକୁ ଜନସାଧାରଣ ବହୁଳ ବ୍ୟବହାର କରୁଛନ୍ତି। କାରଣ ଏହି ରାସ୍ତା ପାର୍ଶ୍ୱରେ ପ୍ରମୁଖ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଆଦି ରହିଛି। ହେଲେ ମରାମତି ଅଭାବରୁ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ଏଥିଲାଗି ଦୈନିକ ଦୁର୍ଘଟଣା ଘଟୁଛି। ଶୋଚନୀୟ ହୋଇପଡ଼ିଥିବା ମୁଖ୍ୟରାସ୍ତା ସମେତ ଧସିଯାଇଥିବା ଆପ୍ରୋଚ୍‌ ରୋଡ୍‌କୁ ତୁରନ୍ତ ମରାମତି ନ କଲେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri