ବାଉଁଶ ବାଡ଼ିରେ ସୁରକ୍ଷା

ପରଜଙ୍ଗ, ,୧୨।୨(ଡି.ଏନ୍‌.ଏ.) ଧସିଯାଇଛି ପୋଲକୁ ଲାଗିଥିବା ଆପ୍ରୋଚ୍‌ ରୋଡ୍‌। ସାମାନ୍ୟ ଅସାବଧାନ ହେଲେ ବ୍ରିଜ୍‌ ତଳକୁ ଖସିପଡ଼ିବ ଯାନବାହନ। ଚାଲିଯିବ ମୂଲ୍ୟବାନ ଜୀବନ। ହେଲେ ମୁଖ୍ୟରାସ୍ତା ଉପରେ ଥିବା ଏଭଳି ବିପଦ ପ୍ରତି ସତେଯେମିତି ଆଖି ବୁଜି ଦେଇଛନ୍ତି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)। ଜୀବନ-ମୃତ୍ୟୁ ମଧ୍ୟରେ ମାତ୍ର କେଇଫୁଟର ବ୍ୟବଧାନ ଥିବାବେଳେ ବାଲିବସ୍ତାରେ ଦୁଇଖଣ୍ଡ ବାଉଁଶ ପୋତି ଏବଂ ବ୍ୟାରିକେଟିଂ ଟ୍ୟାପ୍‌ ବାନ୍ଧି ଦାୟିତ୍ୱ ସାରିଦେଇଛନ୍ତି ବିଭାଗୀୟ ଅଧିକାରୀ। ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ହାତୀଲୁଚାଣି ଛକ ନିକଟରେ ଥିବା ବିପଦସଙ୍କୁଳ ଘୋଡାଡିଆଁ ବ୍ରିଜ୍‌ରେ ଜୀବନକୁ ବାଜି ଲଗାଇ ଦୈନିକ ଶହ ଶହ ଭାରିଯାନ ଚଳାଚଳ କରୁଥିବାବେଳେ ଏଭଳି ପ୍ରଶାସନିକ ଅଣଦେଖାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି।

ପରଜଙ୍ଗ ବ୍ଲକ ଦେଇ ଯାଇଥିବା ବ୍ୟସ୍ତବହୁଳ ୫୩ନଂ. ଜାତୀୟ ରାଜପଥକୁ ୪ ଲେନ୍‌ କରାଯାଉଛି। ତାଳଚେର-ପରଜଙ୍ଗ ରାସ୍ତାର ହାତୀଲୁଚାଣି ଛକ ନିକଟ ଘୋଡାଡିଆଁ ନାଳ ଉପରେ ଥିବା ପୁରୁଣା ବ୍ରିଜ୍‌ ଗମନାଗମନର ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଏହି ରାସ୍ତା ଦେଇ ଦୈନିକ ଶତାଧିକ ଭାରିଯାନ ଚଳାଚଳ କରୁଛି। ଫଳରେ ବ୍ରିଜ୍‌ ନିକଟ ଆପ୍ରୋଚ୍‌ ରୋଡ୍‌ର ଗୋଟିଏ ପାର୍ଶ୍ୱ ଅତଡ଼ା ଧସିଯାଇଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ଏହାର ବିକଳ୍ପ ବ୍ରିଜ୍‌ ନିର୍ମାଣ ଚାଲିଥିବାବେଳେ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି। ଫଳରେ ଅନ୍ୟ ପନ୍ଥା ନ ଥିବାରୁ ଯାତ୍ରୀମାନେ ବିପଦସଙ୍କୁଳ ବ୍ରିଜ୍‌ରେ ଜୀବନକୁ ବିପଦରେ ପକାଇ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି।

ହାତୀଲୁଚାଣି ଛକରୁ ବାରିହାପୁର ଦୁର୍ଗା ମନ୍ଦିରକୁ ବାଇପାସ୍‌ ରାସ୍ତା ନିର୍ମାଣ କରାଯାଇଛି। ତେବେ ହାତୀଲୁଚାଣି ଛକରୁ ପରଜଙ୍ଗ ବଜାର ଦେଇ ବାରିହାପୁର ଦୁର୍ଗା ମନ୍ଦିରକୁ ଯୋଡୁଥିବା ମୁଖ୍ୟରାସ୍ତାକୁ ଜନସାଧାରଣ ବହୁଳ ବ୍ୟବହାର କରୁଛନ୍ତି। କାରଣ ଏହି ରାସ୍ତା ପାର୍ଶ୍ୱରେ ପ୍ରମୁଖ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଆଦି ରହିଛି। ହେଲେ ମରାମତି ଅଭାବରୁ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ଏଥିଲାଗି ଦୈନିକ ଦୁର୍ଘଟଣା ଘଟୁଛି। ଶୋଚନୀୟ ହୋଇପଡ଼ିଥିବା ମୁଖ୍ୟରାସ୍ତା ସମେତ ଧସିଯାଇଥିବା ଆପ୍ରୋଚ୍‌ ରୋଡ୍‌କୁ ତୁରନ୍ତ ମରାମତି ନ କଲେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?