ଢେଙ୍କାନାଳ

ବିଦ୍ୟାଳୟରେ ପାଣି ସମସ୍ୟା ଉତ୍କଟ

ଢେଙ୍କାନାଳ ଅଫିସ୍‌, ୩୧।୩: ଢେଙ୍କାନାଳ ପୌରାଞ୍ଚଳର ୧୯ନଂ. ୱାର୍ଡ ଅଧୀନ ସିମିଳିଆ ପ୍ରାଥମିକ ବିଦ୍ୟାଳୟରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସ୍କୁଲରେ ପଢୁଥିବା ୧୬୧ ଛାତ୍ରୀଛାତ୍ର ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି। ବିଶୁଦ୍ଧ ପାଣି ଅଭାବରୁ ଆଗକୁ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ବାଧାପ୍ରାପ୍ତ…

୪୭ ଗ୍ରାମ ବାଲ୍ୟବିବାହ ମୁକ୍ତ ଘୋଷଣା ନିଷ୍ପତ୍ତି

ଢେଙ୍କାନାଳ ଅଫିସ, ୩୦।୩ – ୨୦୧୯-୨୦ ଆର୍ଥିକ ବର୍ଷରେ ଢେଙ୍କାନାଳ ଜିଲାର ୪୭ ଗ୍ରାମରେ ଗୋଟିଏ ବି ବାଲ୍ୟବିବାହ ହୋଇନାହିଁ। ଏସବୁ ଗ୍ରାମକୁ ଜିଲା ପ୍ରଶାସନ ପକ୍ଷରୁ ବାଲ୍ୟବିବାହମୁକ୍ତ ଘୋଷଣା କରାଯିବାକୁ ନିଷ୍ପତ୍ତି ହୋଇଛି। ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର…

୧ରେ ପରୀକ୍ଷା ପେ’ ଚର୍ଚ୍ଚା

ଢେଙ୍କାନାଳ ଅଫିସ୍‌, ୩୦।୩ – ପରୀକ୍ଷାର୍ଥୀଙ୍କ ମନରେ ଉତ୍ସାହ ଭରିବା, ଚାପ ହ୍ରାସ କରିବା ଲାଗି ଆସନ୍ତା ଏପ୍ରିଲ ପହିଲାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ର ୫ମ ସଂସ୍କରଣ ଅନୁଷ୍ଠିତ ହେବ। ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମ୍‌ରୁ ପ୍ରଧାନମନ୍ତ୍ରୀ…

‘ଆଶା’ଙ୍କ ପାଇଁ କମିଛି ମାତୃ ମୃତ୍ୟୁହାର

ଢେଙ୍କାନାଳ ଅଫିସ, ୩୦।୩ – ଶିଶୁ ଏବଂ ମାତୃ ମୃତ୍ୟୁହାର ହ୍ରାସରେ ଆଶା କର୍ମୀଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। କୋଭିଡ୍‌ ମହାମାରୀ ପରିଚାଳନାରେ ଆଗଧାଡ଼ିର କର୍ମୀଭାବେ ସେମାନେ ସମ୍ମିଳିତ ଭାବେ କରିଥିବା କାର୍ଯ୍ୟ ବାସ୍ତବିକ୍‌ ପ୍ରଶଂସନୀୟ ବୋଲି କହିଛନ୍ତି ଢେଙ୍କାନାଳ ଜିଲାପାଳ ସରୋଜ…

ବ୍ୟାପିଲାଣି ବନାଗ୍ନି

କାମାକ୍ଷାନଗର, ୩୦।୩(ଡି.ଏନ୍‌.ଏ.) – ବଢ଼ିଲାଣି ଗ୍ରୀଷ୍ମ ପ୍ରକୋପ। ମାର୍ଚ୍ଚରୁ ପାରଦ ୪୦ ଛୁଇଁଲାଣି। ପ୍ରଚଣ୍ଡ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଥିବାବେଳେ ଜଙ୍ଗଲ ନିଆଁ ପ୍ରଭାବରେ ସୃଷ୍ଟି ହେଉଥିବା ଝାଞ୍ଜି ଜନସାଧାରଣଙ୍କୁ କଲବଲ କରୁଛି। ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳ…

ପୁନରୁଦ୍ଧାର ହେବ ‘ମ୍ୟାଙ୍ଗୋ ହବ୍‌’

ଢେଙ୍କାନାଳ ଅଫିସ, ୩୦।୩: ପୁଣି କାର୍ଯ୍ୟକ୍ଷମ ହେବ ପରିତ୍ୟକ୍ତ ‘ମ୍ୟାଙ୍ଗୋ ହବ୍‌’। ଚାଷୀଙ୍କୁ ଆଉ ଶାଗମାଛ ଦରରେ ବିକ୍ରି କରିବାକୁ ପଡ଼ିବନି ଆମ୍ବ। ସେମାନଙ୍କୁ ମିଳିବ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ। ଢେଙ୍କାନାଳର ପ୍ରସିଦ୍ଧ ଦଶେରୀ ଏବଂ ଆମ୍ରପାଲି ପ୍ରଜାତିର ଆମ୍ବ…

ରୂପାନ୍ତରୀକରଣ ଶେଷ କରିବାକୁ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ,୨୯।୩ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସଓ୍ବାନ ଭିଡିଓ କନଫରେନ୍ସିଂ ହଲରେ ସୋମବାର ଜିଲାପାଳ ସରୋଜ କୁମାର ସେଠୀ ଜିଲାର କୋଭିଡ୍‌ ସ୍ଥିତି ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କ ପୁଷ୍ଟିସାଧନ, ସ୍ବାସ୍ଥ୍ୟ ଏବଂ ମନୋରଞ୍ଜନ ଉପରେ…

ସଚେତନ ହେଲେ କର୍ମଚାରୀ, ଅଞ୍ଚଳବାସୀ

ଢେଙ୍କାନାଳ ଅଫିସ,୨୯।୩ ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସୁରକ୍ଷା ସଚେତନତା ଅଭିଯାନ ଉଦ୍‌ଯାପିତ ହୋଇଯାଇଛି। ୫୧ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ପ୍ଲାଣ୍ଟ ପରିସରରେ ଏବଂ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳରେ ଏକମାସବ୍ୟାପୀ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୁରକ୍ଷାକୁ…

ରାଜପଥ ଅବରୋଧ, ଯାତ୍ରୀ ହୀନସ୍ତା

ଢେଙ୍କାନାଳ ଅଫିସ,୨୯।୩ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଆହ୍ବାନରେ ସୋମବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନ ଧରି ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଢେଙ୍କାନାଳରେ ଦେଖାଯାଇଛି। ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ସଦର ବ୍ଲକ କମିଟି, ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ, ଜାତୀୟ…

ଦଳବିରୋଧୀ ନୀରବ ଘାତକ

ଢେଙ୍କାନାଳ ଅଫିସ୍‌, ୨୮।୩: ଆମଦାନୀ ନେତାଙ୍କୁ ଅଧିକ ଗୁରୁତ୍ୱ ଦେବା ମହଙ୍ଗା ପଡ଼ିଲା ନା ଟିକେଟରୁ ବଞ୍ଚତ୍ତ ଅସନ୍ତୁଷ୍ଟ କର୍ମୀ ପରଦା ପଛରେ ରହି ନୀରବଘାତକ ସାଜିଲେ। ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ହାସଲ କରିଥିବା ଦଳ ପୌର ନିର୍ବାଚନରେ ଝୁଣ୍ଟିଲା କାହିଁକି।…

ଦଳିତ ବସ୍ତିରେ ବିଦ୍ୟୁତ ସେବା ବନ୍ଦ, କର୍ମଚାରୀଙ୍କୁ ଘେରିଲେ ମହିଳା

ଢେଙ୍କାନାଳ ଅଫିସ,୨୮।୩: ଢେଙ୍କାନାଳ ପୌରାଞ୍ଚଳର ୱାର୍ଡ ନଂ. ୧୦ର ବିଲସାହି ଦଳିତ ବସ୍ତିରେ ବିଦ୍ୟୁତ୍‌ ସରବରାହ ହଠାତ୍‌ ବନ୍ଦ ହୋଇଯାଇଥିଲା। ଏହାର ପ୍ରତିବାଦରେ ଏଏପି୍‌ କର୍ମୀ ପଦ୍ମିନୀ ନାଏକଙ୍କ ନେତୃତ୍ୱରେ ମହିଳାମାନେ ରବିବାର ବିଦ୍ୟୁତ୍‌ ଅଫିସରେ ପହଞ୍ଚି କର୍ମଚାରୀଙ୍କୁ ଘେରାଉ କରିଥିଲେ। ସୌଭାଗ୍ୟ…

‘ରହଣି’ରେ ରାଜ୍ୟର ଦ୍ୱିତୀୟ ସୈନିକ ସ୍କୁଲ

ଢେଙ୍କାନାଳ ଅଫିସ,୨୮।୩: ଭୁବନେଶ୍ୱର ପରେ ରାଜ୍ୟର ଦ୍ୱିତୀୟ ସୈନିକ ସ୍କୁଲ ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର ‘ରହଣି’ଠାରେ ପ୍ରତିଷ୍ଠା ହେବ। ଆସନ୍ତା ଶିକ୍ଷାବର୍ଷରୁ ଏହା କାର୍ଯ୍ୟକ୍ଷମ ହେବ। ଏଥିଲାଗି କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସବୁଜସଙ୍କେତ ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri