ସଚେତନ ହେଲେ କର୍ମଚାରୀ, ଅଞ୍ଚଳବାସୀ

ଢେଙ୍କାନାଳ ଅଫିସ,୨୯।୩ ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସୁରକ୍ଷା ସଚେତନତା ଅଭିଯାନ ଉଦ୍‌ଯାପିତ ହୋଇଯାଇଛି। ୫୧ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ପ୍ଲାଣ୍ଟ ପରିସରରେ ଏବଂ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳରେ ଏକମାସବ୍ୟାପୀ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୁରକ୍ଷାକୁ ସୁଦୃଢ କରିବା, ସଡ଼କ ଦୁର୍ଘଟଣାରେ ଆହତ ସଂଖ୍ୟାକୁ କମ୍‌ କରିବା ଏବଂ କର୍ମଚାରୀ, ସେମାନଙ୍କ ପରିବାର ଓ ସ୍ଥାନୀୟ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ଥିଲା।
ଓଡ଼ିଶା ସରକାରଙ୍କ ଢେଙ୍କାନାଳମଣ୍ଡଳ କାରଖାନା ଏବଂ ବାଷ୍ପିତ୍ର ବିଭାଗ ସହକାରୀ ନିର୍ଦ୍ଦେଶିକା ପୁଷ୍ପମିତ୍ରା ଜେନା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଚାରୀ, ଭେଣ୍ଡର, ସହଭାଗୀ କର୍ମଚାରୀ ଏବଂ ଟାଟାଷ୍ଟିଲ କର୍ମଚାରୀ ପରିବାରବର୍ଗଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଟାଟାଷ୍ଟିଲ ମେରାମଣ୍ଡଳୀ ସୁରକ୍ଷା ବିଭାଗ ମୁଖ୍ୟ ଅଗମ କୁମାର, ଆଇରନ ମେକିଂ ବିଭାଗ ମୁଖ୍ୟ ଅମିତ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗ୍ରାମୀଣ ମହିଳା ଏବଂ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରିବା ପାଇଁ ଆଖପାଖ ୧୨ଟି ଗ୍ରାମର ୩୦୦ ମହିଳାଙ୍କୁ ନେଇ ନୂଆଗାଁଠାରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ସେହିପରି ପାଇକପୁରୁଣାକୋଟ ପଞ୍ଚାୟତର ପାରିକୁଳ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ଆୟୋଜିତ ଅଧିବେଶନରେ ଶିକ୍ଷୟିତ୍ରୀ ଶିକ୍ଷକ, ୮୦ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଘରୋଇ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଟାଟାଷ୍ଟିଲ ଟାଉନ ଶିପ୍‌ ଅଧିବାସୀଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଢେଙ୍କାନାଳ ମଣ୍ଡଳ କାରଖାନା ଓ ବାଷ୍ପିତ୍ର ବିଭାଗ ସହକାରୀ ନିର୍ଦ୍ଦେଶିକା ପୁଷ୍ପମିତ୍ରା ଜେନା, ଅନୁଗୋଳ ମଣ୍ଡଳ କାରଖାନା ଓ ବାଷ୍ପିତ୍ର ବିଭାଗ ନିର୍ଦ୍ଦେଶିକା ଅର୍ଚ୍ଚନା ଦାସ ଓ ଉପନିର୍ଦ୍ଦେଶକ ଅବନିକାନ୍ତ ନାୟକ, ଟାଟାଷ୍ଟିଲ ମେରାମଣ୍ଡଳିର ସେୟାର୍ଡ ସର୍ଭିସେସ୍‌ ମୁଖ୍ୟ ବେଦ ପ୍ରକାଶ ଠାକୁର, ଅନୁଗୋଳ ଏନର୍ଜୀ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ଶୈଳେଶ ବର୍ମାଙ୍କ ଉପସ୍ଥିତି ଏକ ସୁରକ୍ଷା କର୍ମଶାଳା ଆୟୋଜିତ ହୋଇଥିଲା। ନିକଟସ୍ଥ ଶିଳ୍ପାନୁଷ୍ଠାନଗୁଡିକରୁ ୫୬ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଋକ୍‌-ବେଦ- ଶାକଲ ସଂହିତା’ ଓଡ଼ିଆ ସଂକଳନ ପ୍ରକାଶିତ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ବେଦ ହିଁ ଭାରତୀୟ ଧର୍ମ, ସଂସ୍କୃତି ଓ ଦର୍ଶନର ପ୍ରାଣ। ମାନବ ସମାଜର ଏହି ପ୍ରାଚୀନତମ ଗ୍ରନ୍ଥ ଦ୍ବାରା ମାନବୀୟ ପ୍ରଜ୍ଞାର ଉତ୍ତରୋତ୍ତର...

ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୧ା୭: ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା।  ପରେ ବଳଭଦ୍ରଙ୍କର...

ରାଜ୍ୟରେ ଖୋଲିବ ଆଉ ୩ ସାଇବର ଥାନା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଗତ କିଛିବର୍ଷ ହେବ ବଢ଼ି ଚାଲିଛି ସାଇବର ଅପରାଧ। କେବଳ ଓଡ଼ିଶା ନୁହେଁ, ଦେଶ ପାଇଁ ଏହା ଏକ ବଡ଼ ସମସ୍ୟା ଭାବେ ଉଭା...

ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୬

ବାଲେଶ୍ୱର ଅଫିସ,୨୭ା୪ : ଜିଲାରେ ସୋମବାର ଅପରାହ୍ନରେ ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି।...

ପ୍ରଚାରପତ୍ରରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଆକସ୍ମିକ କୁହାଯିବା ଘଟଣା: ଗଣଶିକ୍ଷା ମନ୍ତ୍ରୀ କହିଲେ ‘ତ୍ରୁଟି ଅନିଚ୍ଛାକୃତ’

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଆମ ବାପୁଜୀ: ଏକ ଝଲକ’ ଶୀର୍ଷକ ଲିଫ୍‌ଲେଟ୍‌ (ପ୍ରଚାରପତ୍ର)ରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଏକ...

ଲମ୍ପି ସଂକ୍ରମଣ ରୋକିବାକୁ ଟିକାକରଣ

ଆରଡ଼ି,୧୮।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଆରଡ଼ି, ସୁନ୍ଦରପୁର, ନାନ୍ଦପୁର ଏବଂ ଓଳଗ ୪ ପଞ୍ଚାୟତରେ ଗୋରୁଙ୍କୁ ଲମ୍ପି ସଂକ୍ରମଣ ବଢ଼ି ଚାଲିଛି। ଏ...

କୋମାରେ ସନ୍ତୋଷପୁର ସ୍ବାସ୍ଥ୍ୟକେନ୍ଦ୍ର: ୧୦ବର୍ଷ ହେଲା ନାହାନ୍ତି ଡାକ୍ତର

ରୂପ୍‌ସା, ୬ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନରେ ଥିବା ସନ୍ତୋଷପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ କୌଣସି ଡାକ୍ତର ନିଯୁକ୍ତି ହେଉ...

ଭତା, ପୋରଛାହନ୍‌ରୁ ବଁଚିତ୍‌ ଗଣ୍ଡାବଜା କଳାକାର: ବିପଦ୍‌ରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି

  ଲାଠୋର, ୨୮ା୧୨ (ଡି.ଏନ୍‌.ଏ.)- ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ବହୁତ୍‌ ପ୍ରାଚୀନ। ସେନ୍‌ତା ଇଠାନର ଜାନିଯାତ୍‌ରା, ପରବ୍‌, ଉଛବ୍‌, ବିହାବରୁ ସଂଗେ ଯୁଡ଼ି ହେଇରହିଛେ...

Advertisement
Archives

Model This Week