ରୂପାନ୍ତରୀକରଣ ଶେଷ କରିବାକୁ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ,୨୯।୩ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସଓ୍ବାନ ଭିଡିଓ କନଫରେନ୍ସିଂ ହଲରେ ସୋମବାର ଜିଲାପାଳ ସରୋଜ କୁମାର ସେଠୀ ଜିଲାର କୋଭିଡ୍‌ ସ୍ଥିତି ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କ ପୁଷ୍ଟିସାଧନ, ସ୍ବାସ୍ଥ୍ୟ ଏବଂ ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ୫-ଟି ଅଧୀନରେ ବିଦ୍ୟାଳୟଗୁଡିକର ରୂପାନ୍ତରୀକରଣ କାର୍ଯ୍ୟ ଚଳିତମାସ ଶେଷସୁଦ୍ଧା ଶେଷ କରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେବା ସହ ବିଦ୍ୟାଳୟଗୁଡିକର ସ୍ଥାୟୀ ଜମିପଟ୍ଟା ବ୍ୟବସ୍ଥା କରିବାକୁ କହିଛନ୍ତି। ପ୍ରତ୍ୟେକ ବ୍ଲକରେ ଷ୍ଟାଡିୟମ୍‌, ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ବିତ କରିବା, ଜିଲାର ସମସ୍ତ ୨୧୨ ପଞ୍ଚାୟତରେ ଗ୍ରାମୀଣ ପାର୍କ ନିର୍ମାଣ କରି ଗ୍ରାମାଞ୍ଚଳକୁ ଆକର୍ଷଣ କରାଯିବ। ଗ୍ରାମାଞ୍ଚଳରେ ମଡେଲ ପୋଖରୀ, ରାସ୍ତା ଉନ୍ନତୀକରଣ ନିମନ୍ତେ ବିହିତ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ରାଜସ୍ବ ଆଦାୟ ବୃଦ୍ଧି ପାଇଁ ତହସିଲଦାର ଓ ବିଡିଓମାନେ ଯତ୍ନବାନ ହେବାକୁ ଜିଲାପାଳ କହିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତମ ସ୍ବାସ୍ଥ୍ୟସେବା ନିମନ୍ତେ ଗୁରୁତ୍ୱ ପ୍ରଦାନ କରିବାକୁ କୁହାଯାଇଥିଲା। ଖଣି, ଖଦାନରୁ ବେଆଇନ ଖନନ, ଉତ୍ତୋଳନ ଓ ଚାଲାଣ ଉପରେ ତୀକ୍ଷ୍‌ଣ ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶ କହିଥିଲେ। ଜନସାଧାରଣଙ୍କ ସୁବିଧା ପାଇଁ ଆରଆଇ ଅଫିସ ନିର୍ମାଣ ସହିତ ରେଭିନ୍ୟୁ ଗେଷ୍ଟହାଉସ ୮ଟି ତହସିଲରେ ନିର୍ମାଣ କରାଯିବ ବୋଲି ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ କହିଥିଲେ। ଆବାସ ଯୋଜନାରେ ବାସଗୃହ ନିର୍ମାଣକୁ ତ୍ୱରାନ୍ବିତ କରି ଲକ୍ଷ୍ୟ ପୂରଣ କରିବାକୁ ପରାମର୍ଶ ଦିଆଯାଇଥିଲା। ଜିଲାରେ ୧୨ରୁ ୧୪ବର୍ଷ ପିଲାଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରାଯାଉଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାସ ସୂଚନା ଦେଇଥିଲେ। ସଦର ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଆଇଏଏସ୍‌ ପ୍ରୋବେସନର ବିଭୂତି ଭୂଷଣ ନାୟକ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ଜ୍ୟୋତିଷଚନ୍ଦ୍ର ମହାପାତ୍ର, ତହସିଲଦାର ଅନୁପମା ମୁର୍ମୁ, ଆପାତକାଳୀନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର, ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼ ଛଡ଼ାଇନେଲା ଆଡ୍‌ମିଟ୍‌ କାର୍ଡ

କୃଷ୍ଣପ୍ରସାଦ,୫ା୩(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର କନ୍ଦାଖାଇ କଳା ଓ ବିଜ୍ଞାନ ମହାବିଦ୍ୟାଳୟକୁ ଯୁକ୍ତ ୨ ପରୀକ୍ଷା ଦେବାକୁ ଆସିଥିବା ଜଣେ ପରୀକ୍ଷାର୍ଥୀଙ୍କୁ ମାଙ୍କଡ଼ ଆକ୍ରମଣ...

ଚମତ୍କାର କଲା ଭାଓଲିନ୍‌-ବଂଶୀ-ମାଣ୍ଡୋଲିନ୍‌

ଭୁବନେଶ୍ୱର ୭ା୯(ବ୍ୟୁରୋ): ଭାଓଲିନ୍‌, ବଂଶୀ ଓ ମାଣ୍ଡୋଲିନ୍‌ର ସମନ୍ବୟ ସୃଷ୍ଟି କରିଥିଲା ଏକ ନିଆରା ପରିବେଶ। ପ୍ରଥମଥର ପାଇଁ ଶାସ୍ତ୍ରୀୟ ଯନ୍ତ୍ର ସଙ୍ଗୀତର ଧୂନ୍‌ରେ ମଜିଥିଲେ...

 ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ହିନ୍ଦୋଳ,୨୧।୬: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାଶୋଳ ଥାନା ଅନ୍ତର୍ଗତ ଦଣ୍ଡିରୀ ତଳବହାଙ୍ଗିଆ ସାହିରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ...

ପୋଲିସକୁ ଆକ୍ରମଣ: ୫ ଗିରଫ

ତିହିଡ଼ି,୧୭।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି-ଗୁଆମାଳ ରାସ୍ତାପାର୍ଶ୍ୱରେ ଥିବା ବିଦେଶୀ ମଦ ଦୋକାନ ନିକଟରେ ଗୁରୁବାର ମଧ୍ୟାହ୍ନରେ ତିହିଡ଼ି ପୋଲିସକୁ...

୨୨ରୁ +୨ ପାଠପଢ଼ା

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ଆସନ୍ତା ୨୨ ତାରିଖରୁ +୨ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ। ମଙ୍ଗଳବାର ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ...

ତେଲିଙ୍ଗିରି ପ୍ରକଳ୍ପ: କାର୍ଯ୍ୟକ୍ଷମ ସତ୍ତ୍ୱେ ଚାଷଜମିକୁ ମାଡୁନି ଜଳ

ଜୟପୁର,୧ା୧୦(ନି.ପ୍ର.): ତେଲିଙ୍ଗିରି ପ୍ରକଳ୍ପ ହେବ ଆଉ ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ମାଡ଼ିବ। ଫସଲ ଦୁଇଗୁଣା ହେବ। ଚାଷୀଙ୍କ ମୁହଁରେ ହସ ଫୁଟିବ। ଏହି...

ନନ୍ଦନକାନନର ଘଡ଼ିଆଳ କୁମ୍ଭୀର ଯିବ ଭିତରକନିକା

ବାରଙ୍ଗ,୧୮ା୫(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଘଡିଆଳ କୁମ୍ଭୀର ଭିତରକନିକାକୁ ଯିବ। ନନ୍ଦନକାନନରେ ଘଡିଆଳ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଫଳରେ ଏମାନଙ୍କ ବାସସ୍ଥାନ, ଖାଦ୍ୟ ଓ...

ଗୁରୁବାରଠୁ ଗଡିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଗୁରୁବାରଠୁ ଗଡିବ ପୁରୀ-ହାୱଡା  ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,...

Advertisement
Archives

Model This Week