‘ରହଣି’ରେ ରାଜ୍ୟର ଦ୍ୱିତୀୟ ସୈନିକ ସ୍କୁଲ

ଢେଙ୍କାନାଳ ଅଫିସ,୨୮।୩: ଭୁବନେଶ୍ୱର ପରେ ରାଜ୍ୟର ଦ୍ୱିତୀୟ ସୈନିକ ସ୍କୁଲ ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର ‘ରହଣି’ଠାରେ ପ୍ରତିଷ୍ଠା ହେବ। ଆସନ୍ତା ଶିକ୍ଷାବର୍ଷରୁ ଏହା କାର୍ଯ୍ୟକ୍ଷମ ହେବ। ଏଥିଲାଗି କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସବୁଜସଙ୍କେତ ମିଳିଛି। ତେବେ ପ୍ରସ୍ତାବିତ ସୈନିକ ସ୍କୁଲ ଭିନ୍ନଧରଣର ହେବ। ଆକାଶ ଫାଉଣ୍ଡେଶନ ପକ୍ଷରୁ ପରିଚାଳିତ ‘ସଂସ୍କାର ପବ୍ଲିକ୍‌ ସ୍କୁଲ’ରେ ଏହାକୁ କାର୍ଯ୍ୟକାରୀ କରାଯିବ। ଶିକ୍ଷାନୁଷ୍ଠାନ ପରିଚାଳନାରେ ବିଭିନ୍ନ ଏନ୍‌ଜିଓ, ଘରୋଇ ଏବଂ ସରକାରୀ ସ୍କୁଲ ସହଭାଗୀ ହେବେ ବୋଲି ନିଷ୍ପତ୍ତି ହୋଇଛି।
ସେନାବାହିନୀରେ ଭର୍ତ୍ତି ହେବାଲାଗି ଆବଶ୍ୟକ ଜ୍ଞାନକୌଶଳ, ପ୍ରଶିକ୍ଷଣ ଏବଂ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସୈନିକ ସ୍କୁଲର ବଡ଼ ଭୂମିକା ରହିଛି। ଏଥିଲାଗି ସର୍ବଭାରତୀୟସ୍ତରରେ ୧୧୦୦ ସ୍କୁଲ ପକ୍ଷରୁ ଆବେଦନ କରାଯାଇଥିଲା। ଓଡ଼ିଶା ସମେତ ୨୧ ରାଜ୍ୟରେ ଏଭଳି ସହଭାଗିତାଭିତ୍ତିକ ସୈନିକ ସ୍କୁଲ ଖୋଲିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ ମିଳିଥିବାବେଳେ ଏଥିରେ ସାମିଲ ହୋଇଛି ସଂସ୍କାର ପବ୍ଲିକ୍‌ ସ୍କୁଲ। ଶିକ୍ଷାନୁଷ୍ଠାନରେ ସୈନିକ ସ୍କୁଲ କାର୍ଯ୍ୟକ୍ଷମ କରିବା ଲାଗି ଦୁଇମାସ ତଳେ ବିଦ୍ୟାଳୟ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ। ଏହାପରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭିତ୍ତିଭୂମି ପରଖିବା ପାଇଁ ପରିଦର୍ଶନରେ ଆସିଥିଲେ। ସେଣ୍ଟ୍ରାଲ କମାଣ୍ଡର ବରିଷ୍ଠ ଅଧିକାରୀ, ଭୁବନେଶ୍ୱର ସୈନିକ ସ୍କୁଲ ପ୍ରିନ୍ସିପାଲ, ସରାଙ୍ଗ ନବଦୋୟ ବିଦ୍ୟାଳୟ ପ୍ରିନ୍ସିପାଲ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ। ‘ରହଣି’ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ହେଲେ ଢେଙ୍କାନାଳ, ଅନୁଗୋଳ, ଯାଜପୁର ଜିଲାର ଛାତ୍ରୀଛାତ୍ର ପ୍ରତିରକ୍ଷା ବିଭାଗରେ କ୍ୟାରିୟର କରିବାରେ ସୁଯୋଗ ପାଇପାରିବେ ବୋଲି ଆଶା ଉଜ୍ଜୀବିତ ହୋଇଛି। ସୈନିକ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଯାଏ ପିଲା ପଢ଼ିବାର ସୁଯୋଗ ପାଇବେ। ପ୍ରତି ଶ୍ରେଣୀରେ ୧୦୦ ଜଣ ଲେଖାଏ ଛାତ୍ରୀଛାତ୍ର ନାମ ଲେଖାଇପାରିବେ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, ସବୁଜିମା ବଳୟ ଘେରା ‘ରହଣି’ର ୧୮ ଏକର ଜମିରେ ୨୦୧୪ରୁ କାର୍ଯ୍ୟକ୍ଷମ ହୋଇଛି ସଂସ୍କାର ପବ୍ଲିକ ସ୍କୁଲ। ସିବିଏସ୍‌ଇ ମାନ୍ୟତାପ୍ରାପ୍ତ ଏହି ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ସୈନିକ ସ୍କୁଲ ଖୋଲିବା ପାଇଁ ଆବଶ୍ୟକ ସମସ୍ତ ଭିତ୍ତିଭୂମି ରହିଛି। ଏଠାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସୁବିଧା ଥିବାବେଳେ ୬୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢୁଛନ୍ତି। ୨୫୦ ପିଲାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ରହିଛି। ଶିକ୍ଷାଦାନ ପାଇଁ ୩୦ରୁ ଅଧିକ ଶିକ୍ଷୟିତ୍ରୀଶିକ୍ଷକ ଏବଂ ୫୦ କର୍ମଚାରୀ ଅଛନ୍ତି। ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଥିବାରୁ ଢେଙ୍କାନାଳ, ଯାଜପୁର ଜିଲାର ବିଭିନ୍ନ ସ୍ଥାନରୁ ବହୁ ଛାତ୍ରୀଛାତ୍ର ଦୈନିକ ବସ୍‌ରେ ଯାତାୟାତ କରୁଛନ୍ତି। ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ୱର, କଟକ, ଅନୁଗୋଳ ଜିଲାର ପିଲାମାନେ ହଷ୍ଟେଲରେ ରହି ପଢୁଛନ୍ତି। ଏଠାରେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ ପାଇଁ ଆବଶ୍ୟକ ସମସ୍ତ ସୁବିଧା ଉପଲବ୍ଧ ଅଛି। ଗୋପାଳନ, ମତ୍ସ୍ୟଚାଷ, ବତକ ଚାଷ, ମହୁଚାଷ, ଉଦ୍ୟାନ କୃଷି, ଜୈବିକ କୃଷି, କମ୍ପ୍ୟୁଟର କୋଡିଂ ବିଷୟରେ ଶିକ୍ଷାଦାନ କରାଯାଉଛି। ଗୁଜରାଟ ଭାବାନଗରରୁ ‘ଗିର୍‌’ ପ୍ରଜାତିର ଗାଈ ଅଣାଯାଇ ଗୋ-ଶାଳା କରାଯାଇଛି। ସ୍ବତନ୍ତ୍ର ଭାବେ ଏନ୍‌ସିସି, ସ୍କାଉଟ୍ସ, ଗାଇଡ୍ସ ବିଭାଗ ରହିଛି। ଏହି ସ୍କୁଲ ସର୍ବଭାରତୀୟସ୍ତରରେ ୨ ଥର ଶ୍ରେଷ୍ଠ ସିବିଏସ୍‌ଇ ସ୍କୁଲ ଆୱାର୍ଡ ପାଇଛି। କ୍ରୀଡ଼ା, କୁଇଜ୍‌ ପ୍ରତିଯୋଗିତାରେ ମଧ୍ୟ ଛାତ୍ରୀଛାତ୍ରମାନେ ସର୍ବଭାରତୀୟସ୍ତରରେ ପାରଦର୍ଶିତା ଲାଭ କରିଛନ୍ତି। ମନୋଜ କୁମାର ଥମ୍ବ ବିଦ୍ୟାଳୟର ପ୍ରିନ୍ସିପାଲ ଦାୟିତ୍ୱ ନିର୍ବାହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri