ଦେବଗଡ଼

ଲାଲ କରିଡର ମାଟିରୁ ଲାଲ ଟମାଟୋର ସ୍ବାଦ: ୩ ଜିଲାର ଚାଷୀଙ୍କୁ ସମୃଦ୍ଧିର ବାଟ ବତାଇଛି ସୋଢ଼ ପଞ୍ଚାୟତ

ଦେବଗଡ଼, ୨୨।୧୦: ପାହାଡ଼ ପର୍ବତ ଘେରା ଦେବଗଡ଼ ଜିଲାର ଉପାନ୍ତ ତିଳେଇବଣି ବ୍ଲକ ସୋଡ଼ ଗ୍ରାମପଞ୍ଚାୟତ। ଦିନେ ଏହି ପଞ୍ଚାୟତ ମାଓବାଦୀମାନଙ୍କ ମୁଖ୍ୟ ଆଡ୍ଡାସ୍ଥଳ ଥିଲା। ଲାଲ କରିଡର ରୂପେ ପରିଚିତ ଏହି ଅଞ୍ଚଳ ୨୦୦୦ ମସିହା ବେଳକୁ ଜିଲା ଓ…

ମୃତ୍ୟୁ ଏମିତି ଆସେ : ପାଣି ହାଣ୍ଡିରେ ପଡ଼ି ଶିଶୁଙ୍କ ଜୀବନଗଲା

ଦେବଗଡ଼,୨୦।୧୦(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଣି ହାଣ୍ଡିରେ ବୁଡ଼ି ୨ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ରବିବାର ସକାଳେ ସାମନ୍ତାପାଲି ଗ୍ରାମର ପ୍ରଶାନ୍ତ ସାହୁଙ୍କ ପୁଅ ପ୍ରିନ୍ସ (୨) ଘରେ ଖେଳୁଥିବା…

ଅନିୟମିତତାରେ ଚାଲିଛି ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ : ୧୧ଟାରେ ଅଫିସ ଖାଲି

ଦେବଗଡ଼, ୧୯।୧୦(ଡି.ଏନ୍‌.ଏ.)ସରକାର ଯେଉଁ ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି, ତାହା ବର୍ତ୍ତମାନ ବାଟବଣା ସଦୃଶ ହୋଇଛି। ଦେବଗଡ ଜିଲାରେ ଅନିୟମିତତାରେ ଚାଲିଥିବା ସର୍ବଶିକ୍ଷା ଅଭିଯାନରୁ ଏହା ପ୍ରମାଣିତ ହୋଇଛି। ଜିଲାର ପୁରୁଣାଗଡସ୍ଥିତ ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ…

ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ

ଦେବଗଡ଼, ୧୭।୧୦(ଡି.ଏନ୍‌.ଏ.): ସହର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଫଳରେ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଯାହାକୁ ନେଇ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଦ୍ୱିତୀୟ ଦିନରେ ଜିଲା ଓକିଲ ସଂଘର ବନ୍ଦ ପାଳନ

ଦେବଗଡ଼ ୨୭।୯: ଦେବଗଡ଼ ଜିଲା ଓକିଲ ସଂଘ ପକ୍ଷରୁ ପଞ୍ଚିମ ଓଡ଼ିଶା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଚାଲିଥିବା ବନ୍ଦ ପାଳନ ଶୁକ୍ରବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଏଥିରେ ସମସ୍ତ ସରକାରୀ ବେସରକାରୀ କୋର୍ଟ କଚେରୀ, ପୋଷ୍ଟ ଅଫିସ,…

ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲା ଓକିଲ ସଂଘର ବନ୍ଦ ପାଳନ

ଦେବଗଡ଼,୨୬।୯(ଡି.ଏନ୍‌.ଏ.) : ଦେବଗଡ଼ ଜିଲା ଓକିଲ ସଂଘ ପକ୍ଷରୁ ପଞ୍ଚିମ ଓଡ଼ିଶା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଗୁରୁବାର ସମସ୍ତ ସରକାରୀ, ବେସରକାରୀ, କୋର୍ଟ କଚେରୀ, ବ୍ୟାଙ୍କ ପିକେଟିଂ କରି ବନ୍ଦ କରାଯାଇଛି। ଏହି ବନ୍ଦରେ ଶିକ୍ଷାନୁଷ୍ଠାନ,ସ୍ବାସ୍ଥ୍ୟ, ଗମନାଗମନ,ବ୍ୟବସାୟ…

ଚୋରାଚାଲାଣ ବେଳେ ବାଘଛାଲ ଜବତ, ୬ ଗିରଫ

ଦେବଗଡ, ୨୫-୯(ଡି.ଏନ.ଏ.):ଚୋରାଚାଲାଣ ବେଳେ ଦେବଗଡ ଜିଲା ବନ ବିଭାଗ ସୋମବାର ଏକ କଲରାପତରିଆ ବାଘ ଛାଲ ଜବତ କରିଛି। ଚାଲାଣରେ ବ୍ୟବହୃତ ବୋଲେରୋ ଓ ବାଇକ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୁନ୍ଦରଗଡ ଜିଲା…

ଚୋରା ଚାଲାଣ ବେଳେ ବନ ବିଭାଗର ଚଢ଼ାଉ: କଲରାପତରିଆ ବାଘ ଚମଡ଼ା ଜବତ, ୬ ଗିରଫ

ଦେବଗଡ,୨୪।୯(ଡି.ଏନ୍‌.ଏ): କଲରାପରତରିଆ ବାଘ ଚମଡ଼ା ଚୋରାଚାଲାଣ ବେଳେ ଦେବଗଡ଼ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣେ ନାବାଳକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯିବା ସହ ବାଘଛାଲ ଓ ଚୋରା ଚାଲାଣରେ ବ୍ୟବହୃତ ଏକ ବୋଲେରୋ ଜବତ କରାଯାଇଛି। ଗିରଫ…

ଶିକ୍ଷକଙ୍କୁ ନିଲମ୍ବନ ପ୍ରତିବାଦ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଦେବଗଡ଼,୧୧।୯(ଡି.ଏନ୍‌.ଏ.): ଜିଲା ତିଲେଇବାଣି ବ୍ଲକ ଅଧୀନ ସାମନ୍ତରା ପାଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ବିନା କାରଣରେ ନିଲମ୍ବନ କରାଯାଇଛି। ଏହାକୁ ପ୍ରତିବାଦ କରି ଗ୍ରାମବାସୀ, ଅଭିଭାବକ ଓ ଛାତ୍ରୀଛାତ୍ରମାନେ ସ୍କୁଲରେ ତାଲା ପକାଇ ଦେଇଛନ୍ତି। ଫଳରେ ସ୍କୁଲରେ ପାଠପଢ଼ା…

ଦେବଗଡ଼ ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କୃଷକ ସଂଘର୍ଷ ସଂଘ

ଦେବଗଡ଼,୧୧।୯(ଡି.ଏନ୍‌.ଏ.): ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବୁଧବାର ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିିସ ଘେରାଉ କରାଯାଇଛି। ସ୍ଥାନୀୟ ଗୋପାଳଜୀଉ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ପରେ କୃଷକମାନେ ଜିଲାପାଳଙ୍କ ଅଫିସରେ ପହଞ୍ଚିଥିଲେ।…

ଭାଜପା ପକ୍ଷରୁ ୪୯ ନଂ. ଜାତୀୟ ରାଜପଥ ଅବରୋଧ : ଯାନବାହନ ଚଳାଚଳ ବ୍ୟାହତ

ଦେବଗଡ଼,୩୦।୮(ଡି.ଏନ୍‌.ଏ.) : ଦେବଗଡ଼ ସହର ଦେଇଯାଇଥିବା ୪୯ ନଂ. ଜାତୀୟ ରାଜପଥ ଶୋଚନୀୟ ହୋଇପଡ଼ିଥିବାରୁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏନେଇ ପ୍ରଶାସନଙ୍କୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତେଣୁ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରହୀଙ୍କ ନେତୃତ୍ୱରେ…

ଡ୍ରେନ୍‌ ବ୍ୟବସ୍ଥା ନାହିଁ : ସାମାନ୍ୟ ବର୍ଷାରେ ରାସ୍ତାରେ ଭାସୁଛି ଆବର୍ଜନା

ଦେବଗଡ଼,୨୯।୮(ଡି.ଏନ୍‌.ଏ.): ୧୧ଟି ଓ୍ବାର୍ଡକୁ ନେଇ ଗଠିତ ଦେବଗଡ଼ ଏକ ଛୋଟ ସହର। ଏହି ପୌରପରିଷଦରେ ସଠିକ୍‌ ଡ୍ରେନ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଅଳିଆ ଆବର୍ଜନା ଭାସୁଛି। ଫଳରେ ଲୋକେ ଯିବା ଆସିବା କରିବାରେ ଅସୁବିଧା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri