ବେଆଇନ ଗଞ୍ଜେଇ କାରବାର ୫ ଗିରଫ: ଗଞ୍ଜେଇ ସହ ବୋଲେରୋ, ବାଇକ, ମୋବାଇଲ ଓ ନଗଦ ୩୦ହଜାର ଟଙ୍କା ଜବତ

ଦେବଗଡ଼, ୧୬।୧(ଡି.ଏନ.ଏ.)- ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅଧିନ କରଲଗା ଗ୍ରାମରେ ବେଆଇନ ଗଞ୍ଜେଇ କାରାବାର ଚାଲିଥିବାବେଳେ ବୁଧବାର ଧରାପଡ଼ିଛି। କୁଣ୍ଢେଇଗୋଳା ଥାନା ପୋଲିସ ଚଢାଉକରି ୫ ଜଣଙ୍କୁ ଗିରଫ କରିଛି। ଗୁରୁବାର ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଳାଣ କରାଯାଇଛି। ସେମାନଙ୍କ ନିକଟରୁ ୨୯କେଜି ୫୦୦ଗ୍ରାମ ଗଞ୍ଜେଇ, ୩ଟି ବାଇକ, ଗୋଟିଏ ବୋଲେରୋ, ୬ ମୋବାଇଲ ଫୋନ, ଏଟିଏମ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଓ ନଗଦ ୩୦ହଜାର ଟଙ୍କା ପୋଲିସ ଜବତ କରିଛି। ଖବର ମୁତାବକ କରଲଗା ଗ୍ରାମଦେଇ ଯାଇଥିବା ବୁଢାପାଳ-ରେଙ୍ଗାଲୀ ରାସ୍ତାକଡରେ ଚା’ଦୋକାନ ଖୋଲିଥିବା ଉକ୍ତ ଗ୍ରାମର ଅରୁଣ କୁମାର ସାହୁ(୪୭) ବେଆଇନ ଗଞ୍ଜେଇ କାରବାର ଚଳାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନାପାଇ ଉକ୍ତ ଦୋକାନ ଉପରେ ପୋଲିସ ନଜର ରଖିଥିଲା। ସକାଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରିଆମାଳ ଅତିରିକ୍ତ ତହସିଲଦାର ମନୋରଞ୍ଜନ ବଘାରଙ୍କ ଉପସ୍ଥିତିରେ କୁଣ୍ଢେଇଗୋଳା ଥାନା ଭାରପ୍ରାପ୍ତ ଅଧିକାରୀ ମଳୟ କୁମାର ନାୟକ ସଦଳବଳେ ସେଠାରେ ଚଢାଉ କରିଥିଲେ। ଚଢାଉ ସମୟରେ ଅରୁଣ ସହ ସେଠାକୁ ଗଞ୍ଜେଇ ଯୋଗାଣ କରିବାକୁ ସମ୍ବଲପୁରରୁ ବୋଲେରୋରେ ଆସିଥିବା ଅନ୍ୟ ୪ଜଣଙ୍କୁ ପୋଲିସ ଗିରଫ କରିଥିଲା। ଆଉଁଳି ଗ୍ରାମର ଟୁନା ପ୍ରଧାନ ଏକ ବୋଲେରୋ ନଂ. ଓଡି ୧୯ ଏଫ୍‌ -୫୫୩୫ ଯୋଗେ ତାଙ୍କ ସହଯୋଗୀ କରଲଗା ଗ୍ରାମର ରିନୁନ ବେହେରା (୩୦), ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖଇରବେର୍ଣ୍ଣୀ ଗ୍ରାମର ବିନୋଦ କୁମାର ସାହୁ(୨୭), ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଧିନ କୁଞ୍ଜାମରା ଗ୍ରାମର ପୁରୁଷୋତ୍ତମ ସାହୁ(୩୧)ଙ୍କୁ ନେଇ ଗଞ୍ଜେଇ ଯୋଗାଣ କରିବାକୁ ଆସିଥିଲେ। ପୋଲିସ ଚଢାଉ କରି ଏହି ୫ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର୍‌ ହୋଇଯାଇଥିଲେ। ଅଭିଯୁକ୍ତମାନେ ଗଞ୍ଜେଇ ଯୋଗାଣ କରୁଥିବା ପୋଲିସ ନିକଟରେ ସ୍ବୀକାର କରିବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏଥିସହ ସେଠାରୁ ବେଆଇନ କାରବାରରେ ବ୍ୟବହୃତ ଯାନବାହାନଗୁଡିକୁ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri