‘କରୋନା’ ଗୀତ ଗାଇ ଟ୍ରୋଲ ହେଲେ ହ୍ୟୁମାନ ସାଗର
ଭୁବନେଶ୍ୱର, ୧୭।୩(ବ୍ୟୁରୋ)/କଟକ ଅଫିସ : ‘ଝିଅ ନୁହେଁ ତୁ କରୋନା ଭାଇରସ୍’। ଏହି ଗୀତକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏହି ଗୀତକୁ ଗାଇ ଟ୍ରୋଲ ହୋଇଛନ୍ତି। ଏହି ଗୀତରେ…
ପକେଟ୍ ଖର୍ଚ୍ଚରୁ ଚାଲିଛି ଫଟୋଗ୍ରାଫି ନିଶା
କଟକ ଅଫିସ,୧୭।୩:ଫଟୋଗ୍ରାଫି ନିଶାରେ ପଡିଛନ୍ତି ରେଭେନ୍ଶା ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରୀଛାତ୍ର। ସେମାନେ ହେଲେ ଆୟୁଷ୍ମାନ ଦାଶ, ସୂର୍ଯ୍ୟକାନ୍ତ ବେହେରା ଓ ପ୍ରଲିପ୍ତା ନାୟକ। ୩ ଜଣ ଯାକ ଭୂଗୋଳ ସ୍ନାତକ ପାଠ୍ୟକ୍ରମର ଶେଷ ବର୍ଷରେ ଅଧ୍ୟୟନ କରୁଛନ୍ତି। ହେଲେ ଫଟୋଗ୍ରାଫି…
ୱାଲର୍ଡ ବୁକ୍ ଅଫ୍ ରେକଡର୍ସରେ ଅଭିଷେକ: ୩୮ ଦିନରେ ୧୦ ହଜାର ପାଣି ବୋତଲ ବାଣ୍ଟିଛନ୍ତି
କଟକ ଅଫିସ,୧୭।୩: ସମାଜରେ ନିସ୍ବାର୍ଥପର ସେବା ପାଇଁ ୱାଲର୍ଡ ବୁକ୍ ଅଫ ରେକଡର୍ସ ୟୁକେରେ ସ୍ଥାନ ପାଇଛନ୍ତି କଟକ ଜିଲା ବାଦାମବାଡି ବିକାଶନଗର ଅଞ୍ଚଳର ଅଭିଷେକ ସାହୁ(୧୨)। ସେ ଫନି ବାତ୍ୟା ପରର ଗ୍ରୀଷ୍ମ୍ପ୍ରବାହ ସମୟରେ ପୋଲିସ ଏବଂ ଟ୍ରାଫିକ କର୍ମଚାରୀଙ୍କୁ…
କରୋନା ଆକ୍ରାନ୍ତ ଯୁବକ ଚିକିତ୍ସିତ ହୋଇଥିବା ଘରୋଇ କ୍ଲିନିକ ବନ୍ଦ
କଟକ ରୋଡ,୧୭।୩(ଡି.ଏନ୍.ଏ.): ରାଜଧାନୀର ଜଣେ ଯୁବକଙ୍କ ରକ୍ତ ନମୁନାରେ କରୋନା ଭୂତାଣୁ ଥିବା ଜଣାପଡିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଯୁବକଜଣକ ଇଟାଲୀରୁ ଭୁବନେଶ୍ୱର ଫେରିବା ପରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ କ୍ଲିନିକରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ…
ଭିଡିଓ କନ୍ଫରେନ୍ସିଂରେ ଶୁଣାଣିକୁ ଗୁରୁତ୍ୱ
କଟକ ଅଫିସ, ୧୭।୩: କରୋନା ଭୂତାଣୁକୁ ନେଇ ହାଇକୋର୍ଟ ପକ୍ଷରୁ ସୋମବାର ଏହା ଅଧୀନସ୍ଥ ତଳକୋର୍ଟଗୁଡ଼ିକ ପାଇଁ ସ୍ବତନ୍ତ୍ର ଆଡ୍ଭାଇଜରି ଜାରି କରାଯାଇଛି। କେଉଁ ପଦକ୍ଷେପ ନିଆଗଲେ ଭୂତାଣୁ ବ୍ୟାପିବାକୁ ରୋକାଯାଇପାରିବ ସେ ସମ୍ପର୍କରେ ଉକ୍ତ ଆଡ୍ଭାଇଜରିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ…
ଏସ୍ସିବିରେ ଆଉ ଜଣେ କରୋନା ସନ୍ଦିଗ୍ଧ
କଟକ ଅଫିସ,୧୬।୩: କରୋନା ସନ୍ଦେହରେ ଭୁବନେଶ୍ୱରର ଜଣେ ଯୁବକ ରବିବାର ବିଳମ୍ବିତ ରାତିରେ ଏସ୍ସିବି ମେଡିକାଲର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି। ସେ ପୂର୍ବରୁ ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କ…
ଲୋକମାନ୍ୟ ତିଲକ ଏକ୍ସପ୍ରେସର ଇଞ୍ଜିନ୍ରୁ ୨ ବଗି ଅଲଗା
ଚୌଦ୍ୱାର,୧୬।୩(ଡି.ଏନ୍.ଏ.): ଲୋକମାନ୍ୟ ତିଲକ ଏକ୍ସପ୍ରେସର ୨ଟି ବଗି ଇଞ୍ଜିନ୍ରୁ ଅଲଗା ହୋଇଯାଇଥିବା ସୂଚନା ମିଳିଛି। ଏକ୍ସପ୍ରେସଟି ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ସୋମବାର ଶାଳଗାଁ-ବରହମ୍ପୁର ଷ୍ଟେଶନ ପଲାସିଆ ନିକଟରେ ୨ଟି ବଗି ଇଞ୍ଜିନ୍ରୁ ଅଲଗା ହୋଇଯାଇଥିବା ନେଇ ରେଳବାଇ କର୍ତ୍ତୃପକ୍ଷ…
ଦୋକାନର ନାଁ ‘ଗବର୍’ କଫିର ନାଁ ‘ବାସନ୍ତୀ’
କଟକ ଅଫିସ,୧୬।୩: କଟକ ମହାନଦୀ ବିହାର ଛକରେ ରହିଛି ଏକ ଦୋକାନ। ଯାହାର ନାଁ ହେଉଛି ଗବର୍। ବଲିଉଡ୍ ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗବର ଇଜ୍ ବ୍ୟାକ୍’ରୁ ଅନୁପ୍ରାଣିତ ହୋଇ ଏଭଳି ନିଆରା ଦୋକାନ କରିଛନ୍ତି ରଞ୍ଜନ କୁମାର…
ଇଟାଲି ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ୍
କଟକ ଅଫିସ,୧୬।୩: କରୋନା ସନ୍ଦେହରେ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଯୁବକଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ତାଙ୍କ ଘର କଟକରେ ହୋଇଥିବା ବେଳେ ସେ ଇଟାଲିରେ ଇଞ୍ଜିନିୟର୍ ଭାବେ କାମ କରୁଥିଲେ। ଗତ ୨ତାରିଖରେ ସେ ଘରକୁ ଫେରିଥିଲେ। ପରେ…
ସରପଞ୍ଚଙ୍କ ସ୍ବାମୀ,ଖବରଦାତାଙ୍କୁ ହାଣି ହତ୍ୟା
ବାଙ୍କୀ, ୧୫ା୨ (ସ୍ବ.ପ୍ର.)- ବାଙ୍କୀରେ ଘଟିଛି ଡବଲ ମର୍ଡର। ବରପୁଟ ପଞ୍ଚାୟତର ଜୋକଲାଞ୍ଜି ପ୍ରକଳ୍ପ ନିକଟରେ ନୂଆଗଁା ସରପଞ୍ଚଙ୍କ ସ୍ବାମୀ ଓ ଜଣେ ଖବରଦାତାଙ୍କୁ ଶନିବାର ଅପରାହ୍ନରେ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଲେ ଖଜୁରିପଦା ନୂଆଗାଁ ପଞ୍ଚାୟତ…
୪୮ ସଂକୀର୍ତ୍ତନ ମଣ୍ଡଳୀ: ହଜିଯାଉଥିବା ସଂକୀର୍ତ୍ତନକୁ ବଞ୍ଚାଇ ରଖିବାର ପ୍ରୟାସ
ନରାଜ,୧୫।୩(ଡି.ଏନ୍.ଏ.): ପ୍ରାଚୀନ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ କୀର୍ତ୍ତନ ସବୁ ଧର୍ମ ସହ ଜଡ଼ିତ। ହିନ୍ଦୁ ,ବୌଦ୍ଧ ଓ ଶିଖ୍ ଧର୍ମରେ ଏହା ବିଶେଷ ଭାବେ ପ୍ରଚଳିତ। ଜନମାନସରେ ଏହାକୁ ରୁଚିକର କରିବା ପାଇଁ ସଂକୀର୍ତ୍ତନ ବୋଲି କୁହାଯାଏ। ଖୋଳ ଓ ତାଳ…
ବିପଦସଙ୍କୁଳ ଅବସ୍ଥାରେ ୩୩ କେଭି ବିଦ୍ୟୁତ୍ ତାର
ଚୌଦ୍ୱାର,୧୫।୩(ଡି.ଏନ୍.ଏ.): ଚୌଦ୍ୱାର ପୌରପାଳିକା କପାଳେଶ୍ୱର ୟୁ.ପି. ସ୍କୁଲ ଠାରୁ ୪ନଂ. ଓ୍ବାର୍ଡ ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍ ତାର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ତାରକୁ ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଚୌଦ୍ୱାର…
Archives


