ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ନିର୍ଦ୍ଦେଶ
କଟକ ଅଫିସ,୨୩ା୧୨: ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବେ। ଏଥିସହିତ ସଂରକ୍ଷଣ ସମ୍ପର୍କିତ ଏକ ସାନି ବିଜ୍ଞପ୍ତି ଡିସେମ୍ବର ୨୭ସୁଦ୍ଧା ଜାରି କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାନି…
‘ଡେପୁଟେଶନ ଅବଧି ସରିଲା ପରେ ନିର୍ଦ୍ଦେଶକ ରହିବାର ଅଧିକାର ନାହିଁ’
କଟକ ଅଫିସ,୨୨ା୧୨: ୫ ବର୍ଷ ଡେପୁଟେଶନ ଅବଧି ପୂରିଯିବା ପରେ କେନ୍ଦ୍ର ସରକାରଙ୍କ ଅଧୀନ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍ତାର)ର ନିର୍ଦ୍ଦେଶକ ପଦରେ ରହିବାର ଅଧିକାର ଡା. ଶକ୍ତି ପ୍ରସାଦ ଦାସଙ୍କର ନାହିଁ। ଏନେଇ ହାଇକୋର୍ଟ ମୁଖ୍ୟ…
ଜାନୁୟାରୀ ୫ରୁ ମାଟ୍ରିକ୍ ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା
କଟକ ଅଫିସ,୨୧।୧୨: ଜାନୁୟାରୀ ୫ ତାରିଖରୁ ମାଟ୍ରିକ୍ ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହେବ। ତେବେ ଏହି ପରୀକ୍ଷା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ବର୍ଷ ମୋଟ୍ ୫ ଲକ୍ଷ ୭୧ ହଜାର ୯୩୫ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ।…
ଓଡିଶାର ଦୀର୍ଘତମ ସେତୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
କଟକ ଅଫିସ, ୨୦।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଦୀର୍ଘତମ ସେତୁକୁ ସୋମବାର ଲୋକାର୍ପିତ କରିଛନ୍ତି। ୧୧୧ କୋଟି ବ୍ୟୟରେ ଏହି ସେତୁ ନିର୍ମିତ ହୋଇଛି। ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ T ଅକ୍ଷର ସଦୃଶ। ଏହା…
ମିଳିଲା ଜାମିନ, ହେଲେ ଜେଲ୍ରେ ମୁକୁଳି ପାରିବେନି
କଟକ ଅଫିସ,୧୮।୧୨ : ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ସହିତ ଅନ୍ୟ ଦୁଇଟି ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦୀପଙ୍କ ତିନୋଟି ପୃଥକ…
ଓଡ଼ିଶାରେ ଓମିକ୍ରନ ସନ୍ଦିଗ୍ଧ
କଟକ ଅଫିସ,୧୮ା୧୨: କଟକରେ ସନ୍ଦିଗ୍ଧ ଓମିକ୍ରନ ରୋଗୀ ସାମ୍ନାକୁ ଆସିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ଜଣେ ନାଇଜେରିଆ ଫେରନ୍ତାଙ୍କ ପିଜିଟିଭ୍ ନେଇ ଖବର ଆସିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ୟକ୍ତି…
ହାଇକୋର୍ଟରେ ରିପୋର୍ଟ ଦାଖଲ
କଟକ ଅଫିସ,୧୬ା୧୨: ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମ୍ପର୍କିତ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ୩୦ଟି ଜିଲାର ଆଇନସେବା ପ୍ରାଧିକରଣ(ଡିଏଲଏସଏ) ପକ୍ଷରୁ ମୁଦା ଲଫାପା ମଧ୍ୟରେ ତଦନ୍ତ ରିପୋର୍ଟ ହାଇକୋର୍ଟଙ୍କ ନିକଟରେ ଦାଖଲ କରାଯାଇଛି। ଏହି ମାମଲାର…
ପିଣ୍ଡି ହଟାଇବା ଦାବିରେ ତହସିଲ ସମ୍ମୁଖରେ ଧାରଣା
ନିଶ୍ଚିନ୍ତକୋଇଲି,୧୫।୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ହରିରାଜପୁର ମୌଜାରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ ଏକ ଗୋଚର ଜମିରେ ଥିବା ପିଣ୍ଡି ହଟାଇବାକୁ ଉପଜିଲାପାଳ ଆଦେଶ ଦେଇଥିଲେ। ତେବେ ତହସିଲ ପକ୍ଷରୁ ଏହାକୁ ହଟାଯାଇ ନ ଥିଲା। ଏହାର ପ୍ରତିବାଦରେ…
ମହାନଦୀରେ ଅଜଣା ମୃତଦେହ
ସାଲେପୁର,୧୩।୧୨(ଡି.ଏନ୍.ଏ.): କଟକ ଜିଲା କିଶନନଗର କାଳିକାପୁର ମହାନଦୀରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବାର ଦେଖି ବାଉଁଶ ଦ୍ବାରା ଅଟକାଇଥିଲେ । ପରେ କିଶନନଗର ପୋଲିସକୁ ଖବର ଦେଇଥିଲେ । ପୋଲିସ…
କଟକ ଗସ୍ତରେ ମୁଖ୍ୟମନ୍ତ୍ରୀ; ବିଜୁ ସ୍ବାସ୍ଥ୍ୟସ୍ମାର୍ଟ ହେଲ୍ଥ କାର୍ଡର ହେବ ଶୁଭାରମ୍ଭ
କଟକ ଅଫିସ, ୧୩।୧୨: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର କାର୍ଯ୍ୟକ୍ରମ ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲାରେ ଏହି ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଥିବା ବେଳେ ସୋମବାର କଟକ ଜିଲାରେ ସ୍ମାର୍ଟ…
ଆଇନମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲମାଡ଼
ମାହାଙ୍ଗା,୧୩ା୧୨(ସ୍ବ.ପ୍ର.): ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଭାମଞ୍ଚ ଉପରକୁ ରବିବାର ରାତିରେ ଚପଲ ମାଡ଼ ହୋଇଛି। ଚପଲମାଡ଼ କରିଥିବା ଯୁବକ ବିଜେଡି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି। ମାହାଙ୍ଗା ଥାନା ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…
ସ୍ତ୍ରୀଙ୍କୁ ହେମଦସ୍ତାରେ ଛେଚି ହତ୍ୟା କରିବା ପରେ ବିଷ ପିଇଲେ ସ୍ବାମୀ
କଣ୍ଟାପଡ଼ା,୧୨ା୧୨(ଡି.ଏନ୍.ଏ.): ପାରିବାରିକ କଳହକୁ କେନ୍ଦ୍ରକରି ରବିବାର ହେମଦସ୍ତାରେ ଛେଚି ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବିଷପିଇ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା କଟକ ଜିଲା ଗୋବିନ୍ଦପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ମହିଳା ଜଣକ ହେଲେ କଳ୍ପନା…
Archives


