ଭଦ୍ରକ

‘ନୃତ୍ୟକଳାରେ ଲୁଚିଛି ଆମ ପରିଚୟ’: ଶାସ୍ତ୍ରୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲକ୍ଷ୍ୟରେ ଶୁଭେନ୍ଦୁ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲାରେ ଲୋକକଳା ଓ ସଂସ୍କୃତି ଅନନ୍ୟ। ଏ ମାଟିରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସମେତ ମୋଗଲ ତାମସା, ଚଢେୟା ଚଢେୟାଣୀ ଲୋକ ନାଟକ, ପତର ସଉରା ଭଳି ବିଭିନ୍ନ ଲୋକକଳା ବିକଶିତ ହୋଇଛି। ଏହି ଲୋକକଳାର…

ଫୋରେନ୍‌ସିକ ପରୀକ୍ଷା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମାଟି ଖୋଳି ବାହାର କରାଗଲା ମହିଳାଙ୍କ କଙ୍କାଳ

ଚାନ୍ଦବାଲି,୨୦।୮ (ଡି.ଏନ.ଏ.) – ମୃତ୍ୟୁର ୫ ବର୍ଷ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ମହିଳାଙ୍କ ମୃତଦେହର ଫୋରେନ୍‌ସିକ ପରୀକ୍ଷା ପାଇଁ ଶ୍ମଶାନରୁ ମାଟି ଖୋଳି ଅସ୍ଥି, କଙ୍କାଳ ବାହାର କରାଯାଇଛି। ସୋମବାର ଏଭଳି ଘଟଣା ଭଦ୍ରକ ଜିଲା ଧାମରା ନିକଟସ୍ଥ ନରସିଂହପ୍ରସାଦ…

ଉଦ୍‌ଘାଟନ ପରଠାରୁ ପ୍ରକଳ୍ପ ଅଚଳ: ଗଣା ଚାଲିଛି ବିଦ୍ୟୁତ୍‌ ବିଲ୍‌

ଭଦ୍ରକ ଅଫିସ, ୨୦।୮- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଓଲଙ୍ଗ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପାର୍ଶ୍ୱରେ ଥିବା ଏକ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ ପରଠାରୁ ବନ୍ଦ ରହିଛି। ଉକ୍ତ ପ୍ରକଳ୍ପ ଉଦ୍‌ଘାଟନର ମାତ୍ର ୧୦ ଦିନ ମଧ୍ୟରେ ଅଚଳ…

ବୈତରଣୀରେ ଜଳସ୍ତର ବୃଦ୍ଧି: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଭଣ୍ଡାରିପୋଖରୀ, ୨୦।୮ (ଡି.ଏନ.ଏ.) – ବୈତରଣୀ ନଦୀର ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୬ଟାଠାରୁ ଜଳସ୍ତର ଆଖୁଆପଦାଠାରେ ଦ୍ରୁତଗତିରେ ବୃଦ୍ଧି ପାଇବା ଆରମ୍ଭ କରିଥିଲା। ରାତି ୯ଟା ସୁଦ୍ଧା ୧୭.୮୦ ମିଟରରେ ପହଞ୍ଚିଥିଲା। ଆଖୁଆପଦାଠାରେ ବୈତରଣୀ ନଦୀ…

ଟ୍ରେନ୍‌ରେ କଟି ବୃଦ୍ଧଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୧୯।୮ (ଡି.ଏନ.ଏ.)- ଭଦ୍ରକ ଜିଲା ମଞ୍ଜୁରିରୋଡ ରେଳ ଷ୍ଟେଶନ ନିକଟରେ ସୋମବାର ଟ୍ରେନ୍‌ରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ସାନଶାସନ ପଞ୍ଚାୟତ କଣ୍ଟାପଡ଼ା ଗ୍ରାମର କେଶବ ଜେନା(୬୨)। ସେ ବାଲେଶ୍ୱର ଯିବା ପାଇଁ ରେଳଧାରଣା…

ବିଷାକ୍ତ ମଦ ପିଇ ଜଣେ ମୃତ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

ପଦ୍ମପୁର,୧୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର – ପାରାପୋଖରୀ ଗ୍ରାମର ନାରାୟଣ ନାୟକ (୪୨) ମଦ ପିଇ ରବିବାର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ…

୨୦ ବର୍ଷ ଧରି ଗୋଦାମରେ ତାଲା

ଧାମନଗର, ୧୯।୮(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ମୁସ୍ତାଫାପୁର ପଞ୍ଚାୟତ ଗୋଦାମରେ ଦୀର୍ଘ ୨୦ବର୍ଷ ଧରି ତାଲା ପଡ଼ିଛି। ଫଳରେ ଏହା କାମରେ ଆସୁନି। ପଞ୍ଚାୟତ ପାଇଁ ଆସୁଥିବା ସାମଗ୍ରୀକୁ ଭଡ଼ାଘରେ ଅସୁରକ୍ଷିତ ଭାବେ ରଖାଯାଉଛି। ପ୍ରଶାସନର ଏଭଳି ଅବହେଳା…

ବୈତରଣୀରେ ବଢୁଛି ଜଳସ୍ତର

ଭଣ୍ଡାରିପୋଖରୀ, ୧୮।୮ (ଡି.ଏନ.ଏ.)- ବୈତରଣୀ ନଦୀରେ ଜଳସ୍ତର ବଢୁଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ରବିବାର ସକାଳୁ ଜଳସ୍ତର କମି ଅପରାହ୍ନ ୪ଟାରେ ସ୍ଥିର ହୋଇ ୧୬.୭୨ ମିଟରରେ ପହଞ୍ଚିଥିଲା। ବନ୍ୟାଜଳ ୫ଟାରେ କ୍ରମଶଃ ବୃଦ୍ଧି…

ବଜ୍ରପାତରେ ଜଣେ ମୃତ

ଆରଡ଼ି, ୧୮।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଗଡଗଡି ଗ୍ରାମର ସୁରେନ୍ଦ୍ର ସ୍ବାଇଁ (୫୬)ଙ୍କର ବଜ୍ରପାତରେ ଶନିବାର ରାତିରେ ମୃତ୍ୟୁ ଘଟିଛି। ସେ ତାଙ୍କ ଘର ବାଡ଼ିକୁ ଯାଉଥିବା ବେଳେ ବଜ୍ରପାତ ଘଟିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ…

ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

ଭଦ୍ରକ ଅଫିସ, ୧୭।୮ – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମୌସୁଧା ଗ୍ରାମର କଲେଜ ପଢୁଆ ଛାତ୍ରୀ ରୀନାରାଣୀ ନାୟକଙ୍କର ଶନିବାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେ ଶୁକ୍ରବାର ରାତିରେ ଶୋଇଥିବା ବେଳେ ଘରେ ପଶି ସାପ କାମୁଡ଼ି…

ଜିଲା ଚିଠି: ନୂଆ ବସ୍‌ଷ୍ଟାଣ୍ଡ

୧୯୯୩ରେ ଭଦ୍ରକକୁ ମିଳିଥିଲା ଜିଲା ମାନ୍ୟତା । ଜିଲା ପୁନର୍ଗଠନକୁ ୨୬ ବର୍ଷ ବିତିଗଲାଣି। ଜିଲା ସଦର ମହକୁମାର ଭିତ୍ତିଭୂମି ବିକାଶ ଲାଗି କେତେକ ଯୋଜନା ହୋଇଥିଲେ ବି ନୂଆ ବସ୍‌ଷ୍ଟାଣ୍ଡ ଭଳି ପ୍ରକଳ୍ପ ଆଜି ସୁଦ୍ଧା ଏକପ୍ରକାର ଅବ୍ୟବହୃତ ହୋଇ…

ପୋଲିସକୁ ଆକ୍ରମଣ: ୫ ଗିରଫ

ତିହିଡ଼ି,୧୭।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି-ଗୁଆମାଳ ରାସ୍ତାପାର୍ଶ୍ୱରେ ଥିବା ବିଦେଶୀ ମଦ ଦୋକାନ ନିକଟରେ ଗୁରୁବାର ମଧ୍ୟାହ୍ନରେ ତିହିଡ଼ି ପୋଲିସକୁ କେତେକ ଯୁବକ ମିଳିତ ଭାବେ ଆକ୍ରମଣ କରିଥିଲେ। ଏ ନେଇ ତିହିଡ଼ି ଥାନାରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?