ସରପଦାରେ ହେବ ମିନିଷ୍ଟାଡିୟମ୍
ଭଣ୍ଡାରିପୋଖରୀ, ୧୮।୯ (ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ସରପଦା ସ୍କୁଲ ପଡ଼ିଆରେ ମିନିଷ୍ଟାଡିୟମ୍ ନିର୍ମାଣ ହେବ। ଏଥିପାଇଁ ଅଢ଼େଇ ଏକର ସ୍ଥାନ ନିରୂପଣ କରାଯାଇଛି। ବୁଧବାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତ ସାମଲ କ୍ଷେତ୍ର ପରିଦର୍ଶନ…
ଋଣଭାର ଶୁଝି ନ ପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ
ଧାମନଗର,୧୮।୯(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବମକୁରା ପଞ୍ଚାୟତ ଦେଉଳଡ଼ିହ ନୂଆପାଟଣା ଗ୍ରାମର ଜଣେ ଚାଷୀଙ୍କର ବୁଧବାର ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ଉମାକାନ୍ତ ଲେଙ୍କା (୫୮)। ଋଣଭାର ଶୁଝି ନ ପାରି ସେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ…
ସଂଗଠିତ ହେଲେ ଦାବି ହାସଲ କରିପାରିବେ ଚାଷୀ
ତିହିଡ଼ି,୧୮।୯(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡି ସ୍ଥିତ ଦୀନଦୟାଲ ଭବନରେ ବୁଧବାର ମଧ୍ୟାହ୍ନରେ ନବ ନିର୍ମାଣ କୃଷକ ସଂଗଠନର ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋଡକ ଶାଖା ସଭାପତି ଜୟପ୍ରକାଶ ମଲିକ ପୌରୋହିତ୍ୟ କରିଥିଲେ। ସଂଗଠନର ରାଜ୍ୟ ସଂଯୋଜକ ଉମାକାନ୍ତ ଭାରତୀ,ଜିଲା…
ଧାନ ବିକା ପାଉଣା ନ ପାଇ ଚାଷୀ ହତାଶ: ସମିତି ଫାଟକରେ ତାଲା ପକାଇ ଆନ୍ଦୋଳନ
ଭଣ୍ଡାରିପୋଖରୀ, ୧୮ା୯(ଡି.ଏନ୍.ଏ.)- ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକରେ ଧାନ ବିକି ଗତ ଏପ୍ରିଲ ମାସରୁ ୩୭ ଜଣ ଚାଷୀ ଏଯାଏ ବକେୟା ପ୍ରାପ୍ୟ ପାଇ ନାହାନ୍ତି। ୨୧୦୦ କୁଇଣ୍ଟାଲ ଧାନ ବିକ୍ରି ସଂକ୍ରାନ୍ତ ତଥ୍ୟ ସରକାରୀ ୱେବ୍ସାଇଟ୍ରେ ଦେଖିବାକୁ ମିଳୁ ନାହିଁ…
ବାଣ ସାମଗ୍ରୀ ପ୍ରସ୍ତୁତ ବେଳେ ଦୁର୍ଘଟଣା: ବାରୁଦରେ ନିଆଁ ଲାଗି ୨ ଶିଶୁ ଗୁରୁତର
ଚାନ୍ଦବାଲି,୧୮ା୯(ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତର ଦକ୍ଷିଣ ସାହି ଗ୍ରାମରେ ବାଣ ସାମଗ୍ରୀ ପ୍ରସ୍ତୁତ ବେଳେ ସୋମବାର ସନ୍ଧ୍ୟା ସମୟରେ ମଶା ଧୂପରୁ ବାରୁଦରେ ନିଅଁା ଲାଗିଯିବାରୁ ୨ ଜଣ ପିଲା ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ…
ବାଣ ପ୍ରସ୍ତୁତ ବେଳେ ଅଘଟଣ: ନିଆଁ ଲାଗି ୨ ଗୁରୁତର, ବାଣ ପ୍ରସ୍ତୁତ ଘର ସିଲ୍ କଲା ପୋଲିସ
ଚାନ୍ଦବାଲି,୧୭।୯(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତର ଦକ୍ଷିଣ ସାହି ଗ୍ରାମରେ ବାଣ ପ୍ରସ୍ତୁତ ବେଳେ ସୋମବାର ସନ୍ଧ୍ୟାରେ ମଶା ଧୂପରୁ ନିଆଁ ଲାଗି ୨ ଶିଶୁ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସୁମନ୍ତ ବେହେରାଙ୍କ ପୁଅ ମନୋଜ(୪) ଓ…
ପୁରୁଣାବଜାରରେ ଲାଠିଚାର୍ଜ, ଉତ୍ତେଜନା:ଘଟଣାସ୍ଥଳ ଅନୁଧ୍ୟାନ କଲେ ଆଇଜି, ଏସ୍ପି
ଭଦ୍ରକ ଅଫିସ, ୧୭-୯ ଏକ ଦୋକାନରେ ଉପାସନା କାର୍ଯ୍ୟ ଲାଗି ବିକ୍ରି ସକାଶେ ରଖାଯାଇଥିବା ଚାଦରକୁ ପୋଲିସ ଫିଙ୍ଗି ଦେବା ଘଟଣା ନେଇ ଭଦ୍ରକ ସହର ପୁରୁଣାବଜାର ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କ୍ରମେ ଉତ୍ତେଜନା ବଢ଼ି…
ବିଦ୍ୟୁତ୍ ନେଲା ଜୀବନ
ଚାନ୍ଦବାଲି,୧୬।୯(ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ଏନ୍ଏସି ଅନ୍ତର୍ଗତ ବାଲିଗଁା କୁହ୍ଲୀ ୱାର୍ଡ଼ରେ ସୋମବାର ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନଁା ଅଞ୍ଜନ କୁମାର ପରିଡ଼ା। ସେ ନିଜ ଘରେ ପାଣି ମୋଟର ଚାଲୁ କରିବା ସମୟରେ ବିଦ୍ୟୁତ୍…
ବାଲୁକୁରୀ ଛକରେ ବୋମାମାଡ଼ : ଜଣେ ଗୁରୁତର, ୨ ଆହତ
ଚାନ୍ଦବାଲି,୧୬।୯(ଡି.ଏନ୍.ଏ.) : ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଓରାସାହି ପଞ୍ଚାୟତ ବାଲୁକୁରୀ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ଗୁରୁତର ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…
ମେଡିକାଲ କଲେଜ ଦାବି ତେଜିଲା: ଦସ୍ତଖତ ଅଭିଯାନ, ପଥପ୍ରାନ୍ତ ସଭା
ଭଦ୍ରକ ଅଫିସ, ୧୬ା୯- ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଛି। ରବିବାର ସ୍ଥାନୀୟ ଗୋଶାଳାଛକ ଠାରେ ଭଦ୍ରକ ଜିଲା ଯାଦବ ଓ ଯୁବଯାଦବ ମହାସଭା ତରଫରୁ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ପଥପ୍ରାନ୍ତ ସଭା ଓ…
ଭିତ୍ତିଭୂମି ଥାଇ ଉଧଉନି ଫୁଲଚାଷ; କଲିକତା ମେଣ୍ଟାଉଛି ଫୁଲର ଚାହିଦା
ଭଦ୍ରକ ଅଫିସ, ୧୬।୯- ଭଦ୍ରକ ଜିଲାରେ ଉପଯୋଗୀ ମୃତ୍ତିକା, ଜଳବାୟୁ ଏବଂ ଭିତ୍ତିଭୂମି ଥିଲେ ମଧ୍ୟ ଫୁଲଚାଷର ବିକାଶ ହୋଇପାରୁ ନାହିଁ । ଚାଷୀମାନେ ସଚେତନ ନ ଥିବା ଏବଂ ପ୍ରୋତ୍ସାହନ ଅଭାବ ଭଳି ବିଭିନ୍ନ କାରଣରୁ ଏହି ଚାଷ ଉଧଉନାହିଁ…
ମୃତକଙ୍କ ନାଁରେ ଉଠାଯାଉଛି ଭତ୍ତା
ତିହିଡ଼ି, ୧୪।୯ (ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଏପରିକି ମୃତକଙ୍କ ନଁାରେ ୨ ବର୍ଷ ହେଲା ଭତ୍ତା ଟଙ୍କା ଉଠାଯାଉଛି ବୋଲି ପଞ୍ଚାୟତର କେତେକ ଅଧିବାସୀ ବିଡିଓଙ୍କୁ ଭେଟି ଅଭିଯୋଗ…
Archives


