ଭଦ୍ରକ କାଳୀପୂଜାର ୫ମ ଦିନ: ପୂଜା ମଣ୍ଡପରେ ପ୍ରବଳ ଭିଡ଼
ଭଦ୍ରକ ଅଫିସ, ୧।୧୧ – ଭଦ୍ରକ ଐତିହାସିକ କାଳୀପୂଜା ପାଇଁ ଚରମ୍ପା ଅଞ୍ଚଳ ଝଲସୁଛି। ଗୁରୁବାର ଥିଲା ପୂଜାର ୫ମ ଦିନ। ଲକ୍ଷାଧିକ ଜନସମାଗମକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଛି। ପୂର୍ବାହ୍ନରୁ ବିଭିନ୍ନ ପୂଜା ମଣ୍ଡପରେ ଅସମ୍ଭାଳ…
ଜବତ ପଲିଥିନ ଛଡ଼ାଇ ନେଲେ
ଚାନ୍ଦବାଲି, ୧।୧୧ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଏନ୍ଏସି ପକ୍ଷରୁ ଗୁରୁବାର ଅପରାହ୍ନରେ କେତେକ ଦୋକାନରୁ ଜବତ କରାଯାଇଥିବା ପଲିଥିନକୁ ବ୍ୟବସାୟୀମାନେ ଛଡ଼ାଇ ନେଇଥିବା ଜଣାଯାଇଛି। ଅପରାହ୍ନ ପ୍ରାୟ ୪ଟା ବେଳେ ଏନ୍ଏସିର ୨ଜଣ କର୍ମଚାରୀ ପୋଲିସ ସହାୟତାରେ ଚାନ୍ଦବାଲି ସହରର କେତେକ…
ବାଲି ଚୋରା ଚାଲାଣ ନ ରୋକିଲେ ଆନ୍ଦୋଳନ
ଭଣ୍ଡାରିପୋଖରୀ, ୩୧।୧୦ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ତହସିଲ ବୈତରଣୀ ନଦୀର ବିଭିନ୍ନ ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ଏହାକୁ ବିରୋଧ କରାଯାଇଥିଲେ ମଧ୍ୟ ପ୍ରଶାସନ ବାଲି ଉତ୍ତୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ…
ଗଛ କଟାକୁ ବିରୋଧ: କାଠ ଜବତ କଲା ବନ ବିଭାଗ
ଧାମନଗର,୩୧।୧୦(ଡି.ଏନ.ଏ.):ଧାମନଗର ବ୍ଲକ ଭଗବାନପୁର ନୋଡାଲ ବିଦ୍ୟାଳୟ ପରିସରରେ ଏକ ପୁରୁଣା ଗଛକୁ ବିନା ଅନୁମତିରେ କାଟିବା ଅଭିଯୋଗ ହୋଇଛି। ଖବର ପାଇ ବନ ବିଭାଗ ତରଫରୁ ଚଢାଉ କରାଯାଇ କାଠ ଜବତ କରାଯାଇଛି।
ଜଗଦ୍ଧାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ଭଦ୍ରକାଳୀ
ଭଦ୍ରକ ଅଫିସ,୩୧।୧୦: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଗୁରୁବାର ମା’ ଜଗଦ୍ଧାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କର ଏହି ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ବାଘ ବାହନ ଥିବା ବେଳେ…
ଐତିହାସିକ ବାସୁଦେବପୁର କାଳୀପୂଜା: ଶୋଭା ବଢ଼ାଉଛି ତୋରଣ, ଚିତ୍ରକଳ୍ପ
ବାସୁଦେବପୁର, ୩୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁରରେ ଜମୁଛି ଐତିହାସିକ କାଳୀପୂଜା। ୧୯୪୪ରେ ଏକ ଝାଟିମାଟି ଘରେ ଆରମ୍ଭ ହୋଇଥିଲା ଏହି ପୂଜା। ଚଳିତବର୍ଷ ସର୍ବପୁରାତନ ଆମ କାଳୀ କମିଟି ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ପାଳନ…
ପୋଖରୀରେ ପଡ଼ି ଶିଶୁକନ୍ୟାଙ୍କ ଗଲା ଜୀବନ
ବାସୁଦେବପୁର, ୩୦।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତ ଅଧୀନ ଗଦେଇବିନ୍ଧା ଗ୍ରାମରେ ବୁଧବାର ଅପରାହ୍ନରେ ପୋଖରୀରେ ପଡ଼ି ବନ୍ଦନା କାଣ୍ଡି ନାମ୍ନୀ ୩ ବର୍ଷୀୟା ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତା ବନ୍ଦନା ହେଉଛନ୍ତି ଗ୍ରାମର ସୁଶାନ୍ତ କାଣ୍ଡିଙ୍କ କନ୍ୟା।…
ବେଆଇନ ସ’ମିଲ୍ ଉପରେ ଚଢ଼ାଉ: ଯନ୍ତ୍ରାଂଶ, କାଠଗଣ୍ଡି ଜବତ
ଭଣ୍ଡାରିପୋଖରୀ,୩୦।୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଦାଣ୍ଡକୁଳଠାରେ ବେଆଇନ ଭାବେ ଚାଲୁଥିବା ଏକ ସ’ମିଲ୍ ଉପରେ ବୁଧବାର ସକାଳେ ବନବିଭାଗ ଚଢ଼ାଉ କରିଛି। ବନବିଭାଗ କର୍ମଚାରୀମାନେ ଏକ ଜେସିବି ସାହାଯ୍ୟରେ ସ’ମିଲକୁ ଭାଙ୍ଗିବା ସହ ଯନ୍ତ୍ରାଂଶ, କାଠଗଣ୍ଡି ଜବତ…
ମା’ ଭଦ୍ରକାଳୀଙ୍କ ସିଂହବାହିନୀ ବେଶ
ଭଦ୍ରକ ଅଫିସ, ୩୦ା୧୦:ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଚତୁର୍ଥ ଦିନରେ ବୁଧବାର ମା’ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ବୁଧବାର ଦିନ ତମାମ ମା’ଙ୍କର ସିଂହବାହିନୀ ବେଶକୁ ଦର୍ଶନ ପାଇଁ ପ୍ରବଳ ଭିଡ ଲାଗି ରହିଛି। ଭକ୍ତମାନେ ଧାଡି ବାନ୍ଧି…
ବାଘ ଗୁଜବ: ନିରାଶରେ ଫେରିଲେ ବନ କର୍ମଚାରୀ
ତିହିଡ଼,୩୦ା୧୦(ଡି.ଏନ୍.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ମଥୁରାପୁର ଗ୍ରାମ ନିକଟସ୍ଥ କେନାଲ ଆଡ଼ିରେ ମଙ୍ଗଳବାର ସକାଳେ ଏକ ବାଘ ବୁଲୁଥିବା ଖବର ପ୍ରଚାରିତ ହୋଇଥିଲା। ଏଥିନେଇ ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଲୋକେ ଆତଙ୍କିିତ ହୋଇପଡ଼ିଥିଲେ। ଖବର…
ନକଲି ବିଦେଶୀ ମଦ କାରଖାନା ଠାବ
ଭଦ୍ରକ ଅଫିସ/ତିହିଡ଼ି,୩୦।୧୦(ଡି.ଏନ୍.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ସିନ୍ଦୋଳ ଗ୍ରାମରେ ସୋମବାର ଅବକାରୀ ବିଭାଗ ପକ୍ଷରୁ ଏକ ନକଲି ବିଦେଶୀ ମଦ କାରଖାନା ଠାବ କରାଯାଇଛି। ଚଢାଉ ବେଳେ କାରଖାନାରୁ ଲକ୍ଷାଧିକ ଟଙ୍କାର ନକଲି ମଦ, ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ,…
ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ
ଭଦ୍ରକ ଅଫିସ,୨୯।୧୦: ଭଦ୍ରକ ଟାଉନ ଥାନା ଅଧୀନ ମୋଟେଲ ଛକରୁ ସୋମବାର ବିଳମ୍ବିତ ରାତିରେ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ ହୋଇଛି। ସୂଚନାଯୋଗ୍ୟ, କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ କେତେକ ଯୁବକ ପିକ୍ଅପ୍ ଗାଡ଼ିକୁ ଅଟକାଇଥିଲେ। ପରେ ଏହାକୁ ନେଇ…
Archives


