୫ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରୁ ସ୍ବାବ୍ ସଂଗ୍ରହ
ଭଣ୍ଡାରିପୋଖରୀ, ୮ା୫(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକର ୫ଟି ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆଙ୍କ ସ୍ବାବ ଶୁକ୍ରବାର ରହଣିଆ ହାଇସ୍କୁଲଠାରେ ହୋଇଥିବା ସାମୂହିକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସଂଗ୍ରହ କରାଯାଇଛି। ବ୍ଲକର କୁରିଗାଁ, ଦକ୍ଷିଣବାଡ଼, ସରସଦା, ରହଣିଆ, ବୟା ବନାପୁର ପଞ୍ଚାୟତରେ ଆସିଥିବା ୯୨ଜଣ…
ବାସୁଦେବପୁର ଡାକ୍ତରଖାନାରେ ଲାଗିଲା ସାନିଟାଇଜର ମେଶିନ
ବାସୁଦେବପୁର, ୮ା୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଡାକ୍ତରଖାନାରେ ଆଉଟଡୋର ସାମ୍ନାରେ ଶୁକ୍ରବାରଠାରୁ ଲାଗିଛି ହୋଲବଡ଼ି ସାନିଟାଇଜର ମେଶିନ। ଏହି ସାନିଟାଇଜର୍କୁ ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ଗ୍ରାମର କାଳୀପଦ ସିଟ୍ ନାମକ ଜଣେ ଅଟୋପାର୍ଟସ ମେକାନିକ(ଯୁବକ) ଉଦ୍ଭାବନ କରିଛନ୍ତି। କେତେକ ଅଟୋ ପାର୍ଟସ୍ ଅଦରକାରୀ…
CORONAVIRUS UPDATE: ଭଦ୍ରକରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଲା
ଭୁବନେଶ୍ୱର, ୮।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଶୁକ୍ରବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ସେ ଭଦ୍ରକ ଜିଲାର ୩୩ ବର୍ଷୀୟ ଯୁବକ। ନିକଟରେ ସେ ସୁରଟରୁ ଫେରିଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଛି। ଶୁକ୍ରବାର…
ଭଣ୍ଡାରିପୋଖରୀ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରକୁ ଫେରିଛନ୍ତି ୨୭୨ ପ୍ରବାସୀ
ଭଣ୍ଡାରିପୋଖରୀ, ୮।୫ (ଡି.ଏନ୍.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ସୁଦ୍ଧା ଭଣ୍ଡାରିପୋଖରୀ ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ୨୭୨ ଜଣ ପ୍ରବାସୀ ପହଞ୍ଚିଛନ୍ତି। ଉକ୍ତ ପ୍ରବାସୀଙ୍କୁ ପ୍ରତ୍ୟେକ ପଞ୍ଚାୟତ ସଂଘରୋଧ କେନ୍ଦ୍ରକୁ ପଠାଯାଇଛି। ଗୁରୁବାର ସୁଦ୍ଧା କୁରିଗାଁ ପଞ୍ଚାୟତରେ୨୫,…
କୋଲକାତା ପରେ ଭଦ୍ରକରେ ଚିନ୍ତା ବଢ଼ାଇଛନ୍ତି ସୁରଟ ଫେରନ୍ତା: ୧୯ ପଞ୍ଚାୟତ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା,୩୨ ପଞ୍ଚାୟତ ସର୍ଭିଲାନ୍ସ ଜୋନ୍
ଭଦ୍ରକ ଅଫିସ,୮ା୫: ଭଦ୍ରକ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଥିବା ବେଳେ ଏହା ରେଡ୍ ଜୋନ୍ ତାଲିକାରେ ରହିଛି। ଏଥିମଧ୍ୟରୁ ପର୍ଯ୍ୟାୟକ୍ରମେ ଜିଲାର ମୋଟ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରଥମ ୩ ରୋଗୀଙ୍କୁ ବାଦ୍ ଦେଇ…
ଭଦ୍ରକରେ ପୁଣି ୨ ପଜିଟିଭ୍ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଲା, ଦୁଇଜଣ ଯାକ ସୁରଟ ଫେରନ୍ତା
ଭଦ୍ରକ ଅଫିସ,୮ା୫: ଭଦ୍ରକ ଜିଲାରେ ଶୁକ୍ରବାର ସକାଳୁ ପୁଣି ଦୁଇ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ବାସୁଦେବପୁର ମ୍ୟୁନିସିପାଲିଟିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ ଧାମନଗର ବ୍ଲକର ବୋଲି ଜଣାପଡ଼ିଛି। ଦୁଇଜଣ ଯାକ ସୁରଟ ଫେରନ୍ତା ଏବଂ…
ରାଜା ବେଶରେ ସଜ୍ଜିତ ୩ ଠାକୁର
ଆରଡି, ୭।୫, (ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଥିବା ଜଗନ୍ନାଥ ମନ୍ଦିରରେ ଗୁରୁବାର ଚନ୍ଦନ ପୂର୍ଣ୍ଣିମାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏଠାରେ ପୂଜା ପାଉଥିବା ୩ ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରାଜା ବେଶରେ ସଜ୍ଜିତ…
ଅଡୁଆ କରୁଛି ୧୨ ଘଣ୍ଟିଆ କର୍ଫ୍ୟୁ କଟକଣା
ଭଦ୍ରକ ଅଫିସ,୭।୫: ଭଦ୍ରକରେ ଏବେ ପରିବା ଚାଷୀ, ମାଛ ଚାଷୀ ତଥା ଅନ୍ୟାନ୍ୟ ବ୍ୟବସାୟୀଙ୍କୁ ସରକାରୀ କଟକଣା ଅଡୁଆ କରୁଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜାରି ହୋଇଥିବା କର୍ଫ୍ୟୁ କଟକଣା ଯୋଗୁ ଚାଷୀ ଓ…
ବାଇକ୍, କାର୍ରେ ଫେରୁଛନ୍ତି ପ୍ରବାସୀ ଓଡ଼ିଆ
ଭଦ୍ରକ ଅଫିସ,୭।୫: କରୋନା ଭାଇରସ୍ ଲକ୍ଡାଉନ ଯୋଗୁ ବହୁ ଲୋକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟସରକାର ସମସ୍ତ ପ୍ରକାରର ବ୍ୟବସ୍ଥା କରୁଛନ୍ତି। ହେଲେ ଏହା ସତ୍ତ୍ୱେ କେତେକ ପ୍ରବାସୀ ଲୁଚି ଛପି…
ଅମାନିଆଙ୍କଠାରୁ ୧ଲକ୍ଷ ୩୪ହଜାର ଜୋରିମାନା ସଂଗ୍ରହ
ଭଦ୍ରକ ଅଫିସ,୭।୫: ଭଦ୍ରକ ଜିଲାର ସମସ୍ତ ଥାନା ଅଞ୍ଚଳରୁ ଗୋଟିଏ ଦିନରେ ଅମାନିଆଙ୍କଠାରୁ ୧ଲକ୍ଷ ୩୪ ହଜାର ଟଙ୍କା ଜରିମାନା ସଂଗ୍ରହ କରାଯାଇଛି। ସେଥିମଧ୍ୟରେ ୫୧ଜଣଙ୍କଠାରୁ ମାସ୍କ ପିନ୍ଧି ନ ଥିବା ବାବଦକୁ ୧୧,୨୦୦ ଟଙ୍କା ସଂଗ୍ରହ ହୋଇଥିବା ବେଳେ ୧୪୧ଟି…
୪୩ ଦିନରେ ପହଞ୍ଚିଲା ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା
ଭଦ୍ରକ ଅଫିସ,୭।୫: ଦୀର୍ଘ ୪୩ ଦିନ ଧରି ରୋଟାରୀ କ୍ଲବ ମିଡ୍ଟାଉନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଗୁରୁବାରଠାରୁ ଏଣିକି ଜାତୀୟ ରାଜପଥରେ ଚାଲି ଚାଲି ଘରକୁ ଫେରୁଥିବା ଲୋକଙ୍କୁ ଅଟକାଇ ରନ୍ଧା…
ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା
ଭଦ୍ରକ ଅଫିସ,୭।୫: ଦେଶରେ ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଏହି ରୋଗର ନିରାକରଣ ସହାୟତା ପାଇଁ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ…
Archives


