ଭଦ୍ରକ

ଆଖଣ୍ଡଳମଣିଙ୍କ ଲଗ୍ନ ମହୋତ୍ସବ ସମ୍ପନ୍ନ

ଆରଡି, ୧୮ା୫ (ଡି.ଏନ.ଏ.)-ଲକଡାଉନ ଯୋଗୁ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରାୟ ୨ ମାସ ହେଲା ବନ୍ଦ ରହିଛି। ଚଳିତ ମାସ ୨୭ ତାରିଖରେ ଶିବ ବିବାହ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସୋମବାର ମନ୍ଦିର କାର୍ଯ୍ୟାଳୟ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ

ଭଦ୍ରକ ଅଫିସ,୧୮ା୫: ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ମଧ୍ୟାହ୍ନରେ ଭଦ୍ରକରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ପ୍ରବାସୀମାନଙ୍କୁ ଜାତୀୟ ରାଜପଥ ଧାମରା ଓଭର ବ୍ରିଜ୍‌ ନିକଟରେ ଜିଲା ପୋଲିସ ପକ୍ଷରୁ ଦିଆଯାଉଥିବା ରନ୍ଧାଖାଦ୍ୟ ବ୍ୟବସ୍ଥାର ଅନୁଧ୍ୟାନ…

ଭଦ୍ରକରେ ପହଞ୍ଚିଲା ଦୁଇ ଓଡ୍ରାଫ୍‌ ଟିମ୍‌

ଭଦ୍ରକ ଅଫିସ,୧୮ା୫: ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌ ମୁକାବିଲା ପାଇଁ ଭଦ୍ରକରେ ଦୁଇଟି ଓଡ୍ରାଫ୍‌ ଟିମ୍‌ ପହଞ୍ଚିଛନ୍ତି। ରବିବାର ମଧ୍ୟ ଦୁଇ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚିଥିଲା। ସେମାନଙ୍କୁ ପ୍ରଶାସନ ପକ୍ଷରୁ ଗୋଟିଏ ଟିମ୍‌କୁ ଭଦ୍ରକରେ ମୁତୟନ କରାଯାଇଥିବା ବେଳେ ଅନ୍ୟ ଏକ ଟିମ୍‌କୁ…

ଭଡ଼ାଘରେ ଚାଲିଥିଲା ନକଲି ଜର୍ଦ୍ଦା କାରଖାନା: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜର୍ଦ୍ଦା ଜବତ

ଭଦ୍ରକ ଅଫିସ, ୧୭ା୫-ଲକ୍‌ଡାଉନ୍‌ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ନକଲି ଜର୍ଦ୍ଦା ବ୍ୟବସାୟୀମାନେ ନିଜର କାୟାବିସ୍ତାର କରିବାରେ ଲାଗିଛନ୍ତି। ଭଡ଼ାଘରେ ସେମାନେ କାରଖାନା ଖୋଲି କାରବାର ଚଳାଇଛନ୍ତି। ରବିବାର ଭଦ୍ରକ ଟାଉନ ପୋଲିସ ଏପରି ଏକ ନକଲି…

ଭଣ୍ଡାରିପୋଖରୀରେ ୨ ପଜିଟିଭ୍‌ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫

ଭଣ୍ଡାରିପୋଖରୀ,୧୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ରବିବାର ୨ କରୋନା ପଜିଟିଭ୍‌ ଚିହ୍ନଟ ପରେ ବ୍ଲକରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ବ୍ଲକର ରହଣିଆ ଓ କୁରିଗାଁରେ ଏହି ଦୁଇ ପଜିଟିଭ୍‌ ଚିହ୍ନଟ ପରେ ବ୍ଲକ ସ୍ବାସ୍ଥ୍ୟ ବିଭାଗ ଉଭୟ…

ପ୍ରବାସୀ ଓଡ଼ିଆଙ୍କୁ ରନ୍ଧାଖାଦ୍ୟ ଯୋଗାଉଛି ପୋଲିସ

ଭଦ୍ରକ ଅଫିସ,୧୭ା୫: ମହାମାରୀ କରୋନା ଯୋଗୁ ବିପଦରେ ପଡ଼ିଛି ଜୀବନ ଜୀବିକା। ଡହଡହ ଖରାରେ ରାଜରାସ୍ତାରେ ଶହ ଶହ କିଲୋମିଟର ପାଦରେ ଚାଲିଚାଲି ଘରମୁହାଁ ହୋଇଛନ୍ତି ପ୍ରବାସୀ। ଏଭଳି ସ୍ଥିତିରେ କେହି ଯେମିତି ଭୋକିଲା ନ ରହିବେ ସେନେଇ ବେଶ୍‌ ଯତ୍ନବାନ…

ଜେଟିରେ ଲାଗିଲା ମାଛ ଧରା ଡଙ୍ଗା-ଟ୍ରଲର

ଭଦ୍ରକ ଅଫିସ,୧୭।୫ – ସମ୍ଭାବ୍ୟ ବାତ୍ୟା ଅମ୍ଫନ ପାଇଁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସମସ୍ତ ଟ୍ରଲର ଓ ଡଙ୍ଗାଗୁଡିକ କୂଳ ତଥା ବିଭିନ୍ନ ଜେଟିରେ ସୁରକ୍ଷିତ ଭାବେ ରଖିଛନ୍ତି। ମାଛ ଧରାଳିମାନେ ସମୁଦ୍ର କୁଳିଆ ଧାମରା, ଚୂଡ଼ାମଣି, କସିଆ ଭଳି…

ଚିନ୍ତା ବଢ଼ାଇଲାଣି ‘ଅମ୍ଫନ’: ମୁକାବିଲା ପାଇଁ ଧାମରାରେ ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭଦ୍ରକ ଅଫିସ,୧୭।୫ – ଗୋଟିଏ ପଟେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌କୁ ନେଇ ଜିଲାବାସୀ ଆତଙ୍କିତ ହୋଇପଡ଼ିଲେଣି। ତେବେ ବାତ୍ୟାର ମୁକାବିଲା ପାଇଁ ରବିବାର ଧାମରାରେ ଏକ ୨୧ଜଣିଆ ଏନ୍‌ଡିଆର୍‌ଏଫ୍‌ ଟିମ ପହଞ୍ଚିଛନ୍ତି।…

ଖୋର୍ଦ୍ଧାକୁ ପଛରେ ପକାଇଲା ଭଦ୍ରକ: ଗୋଟିଏ ଦିନରେ ଚିହ୍ନଟ ହେଲେ ୨୮ ପଜିଟିଭ୍‌; ଜିଲାରେ ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି

ଭଦ୍ରକ ଅଫିସ, ୧୭।୫- ରବିବାର ଭଦ୍ରକ ଜିଲାରେ ୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଛୁଇଁଥିବା ଜଣାପଡିଛି। ଫଳରେ ଖୋର୍ଦ୍ଧାକୁ ପଛରେ ପକାଇ ଭଦ୍ରକ ଚତୁର୍ଥ ସଂକ୍ରମିତ ଜିଲା ହୋଇଛି।…

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି : ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭଦ୍ରକ ଅଫିସ, ୧୬ା୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍‌’କୁ ମୁକାବିଲା କରିବା ପାଇଁ ଶନିବାର ଅପରାହ୍ନରେ ଭଦ୍ରକ ଜିଲା ପ୍ରଶାସନର ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଅରୁଣ…

କରୋନା ଯୋଦ୍ଧା ପାଲଟିଛନ୍ତି ଗଣମାଧ୍ୟମ ପ୍ରତିନିଧି, ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ ,୧୬।୫: ମହାମାରୀ କରୋନା ଆତଙ୍କରେ ବିଶ୍ୱ ଆତଙ୍କିତ। ଏହାର ମୁକାବିଲା ଲାଗି ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ ମାଧ୍ୟମରେ ସରକାର ସମସ୍ତଙ୍କ ସୁରକ୍ଷା ପାଇଁ ଘରୁ ବାହାରକୁ ନ ବାହାରିବା ପାଇଁ କଟକଣା ଜାରି କରିଛନ୍ତି। ଏଭଳି…

ଖାଇବାକୁ ଦିଆଯାଇ ନ ଥିବା ଅଭିଯୋଗ: ୧୬ନଂ ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୧୬।୫ – ଶନିବାର ପୂର୍ବାହ୍ନରେ ୧୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ପ୍ରବାସୀମାନେ ଶନିବାର ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି। ଘଟଣା ନେଇ ଖବର ପାଇବା ପରେ ଭଦ୍ରକ ଜିଲା ଗ୍ରାମାଞ୍ଚଳ ପୋଲିସ ଓ ପ୍ରଶାସନିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri