ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ, ପ୍ୟାକ୍ସ ଅଫିସରେ ତାଲା ପକାଇଲେ ଚାଷୀ
ବରଗଡ଼ ଅଫିସ,୧୮।୧୧: ବରଗଡ଼ ଜିଲାରେ ଗତ ୧୫ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ରାଜ୍ୟ ସରକାର ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ଚାଷୀମାନେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ…
ଟୋକନ ବ୍ୟବସ୍ଥାକୁ ଚାଷୀଙ୍କ ବିରୋଧ
ବରଗଡ଼ ଅଫିସ,୧୮।୧୧: ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗତ ୧୫ ତାରିଖରୁ ମଣ୍ଡିଗୁଡ଼ିକ ଖୋଲିଥିଲେ ମଧ୍ୟ ରବିବାର ସୁଦ୍ଧା ବସ୍ତାଟିଏ ଧାନ ବିକ୍ରି ହୋଇ ପାରିନାହିଁ। ଚଳିତଥର ଧାନ ସଂଗ୍ରହ ପ୍ରକ୍ରିୟାରେ ବାଧ୍ୟତାମୂଳକ କରାଯାଇଥିବା…
ସହକାରୀ ଯନ୍ତ୍ରୀଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ
ବରଗଡ଼ ଅଫିସ, ୧୬।୧୧: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ସକାଳୁ ବରଗଡ଼ ଉଠା ଜଳସେଚନ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି। ସହକାରୀ ଯନ୍ତ୍ରୀ ବୈକୁଣ୍ଠ ରାଉତଙ୍କ ବରଗଡ଼ର ଥିବା ଗଙ୍ଗାଧର ନଗର ସ୍ଥିତ…
ସିଡିପିଓଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ
ବରଗଡ଼ ଅଫିସ,୧୪।୧୧: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ସକାଳୁ ବରପାଲି ସମନ୍ବିତ ଶିଶୁ ବିକାଶ ଅଧିକାରୀ(ସିଡିପିଓ)ଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି। ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ବାସଭବନ ସମେତ କାର୍ଯ୍ୟାଳୟ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି…
ଆହାର କେନ୍ଦ୍ରରେ ଖାଦ୍ୟ ନିଅଣ୍ଟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଘେରିଲେ ଲୋକେ
ବରଗଡ଼ ଅଫିସ,୧୩।୧୧- ବରଗଡ଼ ସହରର ଆହାର କେନ୍ଦ୍ରରେ ବୁଧବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୈାହାନ ମଧ୍ୟାହ୍ନ ଭୋଜନ କରିଥିଲେ। ତେବେ ବହୁ ସଂଖ୍ୟାରେ ଲୋକେ ମଧ୍ୟାହ୍ନ ଭୋଜନ ଅପେକ୍ଷାରେ ଥିବା ବେଳେ ଖାଦ୍ୟ ନିଅଣ୍ଟ ପଡ଼ିଥିଲା। ଫଳରେ…
ଆହାର କେନ୍ଦ୍ରରେ ଖାଇ ଛାଡ଼ଖାଇ ପାଳିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ
ବରଗଡ଼ ଅଫିସ,୧୩।୧୧- ବୁଧବାର ସବୁଆଡ଼େ ଛାଡଖାଇର ମାହୋଲ। ସଭିଁଏ ଉତ୍ସାହ, ଉଦ୍ଦୀପନା ସହିତ ଏହାକୁ ପାଳନ କରୁଛନ୍ତି। ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଦିନ ପ୍ରାୟ ସାଢେ ୧୨ଟାରେ…
ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ : ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କଲେ ମନ୍ତ୍ରୀ
ବିଜେପୁର,୧୧।୧୧(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ପରିସରରେ ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଭୂମିହୀନଙ୍କୁ ଜମି ପଟ୍ଟା ସହ ଭତ୍ତା ଏବଂ…
ବରଗଡ଼ ଧନୁଯାତ୍ରା କଂସ ଚୟନକୁ ବିରୋଧ : ଏକଜୁଟ୍ ହେଲେ କଳାକାର ସଂଘ
ବରଗଡ଼ ଅଫିସ,୧୧।୧୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହେବ। ୨୦୨୦ ଜାନୁଆରୀ ୧୦ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଏହା ଅନୁଷ୍ଠିତ ହେବ । ଏଥର ଧନୁଯାତ୍ରା ପାଇଁ ମୁଖ୍ୟ ଚରିତ୍ର…
ବ୍ରାଉନ୍ସୁଗାର ଜବତ, ଅଭିଯୁକ୍ତ ଗିରଫ
ବରଗଡ଼ ଅଫିସ,୭।୧୧: ବରଗଡ଼ ଟାଉନ ଥାନା ପୋଲିସ ବୁଧବାର ରାତିରେ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସ୍ଥାନୀୟ ମହାନ୍ତିପଡ଼ାର ଶେଖ୍ ମଇନୁଦ୍ଦିନ। ତାଙ୍କ ପାଖରୁ ୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଅଭିଯୁକ୍ତଜଣଙ୍କ…
ବରଗଡ଼ ଧନୁଯାତ୍ରା ଲାଗି କଂସ ଚୟନକୁ ନେଇ ବଢ଼ୁଛି ବିରୋଧ: କଳାକାର ସଂଘ ପରେ ଜିଲାପାଳଙ୍କୁ ଭେଟିଲା ଜିଲା ସାମ୍ବାଦିକ ସଂଘ
ବରଗଡ଼ ଅଫିସ,୭।୧୧- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ ତାରିଖଠାରୁ ଆରମ୍ଭ ହୋଇ ୨୦୨୦ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଅନୁଷ୍ଠିତ ହେବ । ଏଥର ଧନୁଯାତ୍ରା ପାଇଁ ମୁଖ୍ୟ…
ମଉଲିକ୍ ସୁବିଧାରୁ ବଁଚିତ୍ ସଦାନନ୍ଦଟିକ୍ରାବାସୀ
ଗଣ୍ଡତୁରୁମ, ୬।୧୧(ଡି.ଏନ୍.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍ ଅଧୀନ ସଦାନନ୍ଦଟିକ୍ରାବାସୀ ପିଇଲା ପାଏନ୍ ଲାଗି ବଡ଼ା ଗୁଲ୍ଗୁଲା ହେଉଛନ୍। ଗଁ। ରେ ଥିବାର ଗୁଟେବଲି ନଲ୍ଚୁଅଁ। ନୁ ଅସ୍କୁରା ପାଏନ୍ ବାହାରୁଛେ। ବିଭାଗୀୟ ଅଧ୍କାରୀମାନ୍କୁ ଗୁହାରି କଲେ ବି…
ଶିଶୁକନ୍ୟାଙ୍କୁ ବଳାତ୍କାର: ନାବାଳକ କୋର୍ଟଚାଲାଣ
ବିଜେପୁର, ୫।୧୧(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଥାନା ଅଞ୍ଚଳର ୪ବର୍ଷର ଶିଶୁକନ୍ୟାଙ୍କୁ ଉକ୍ତ ଅଞ୍ଚଳର ଜନୈକ ୧୭ବର୍ଷର ନାବାଳକ ସୋମବାର ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ମଙ୍ଗଳବାର ପୋଲିସ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କ ଡାକ୍ତରୀମାଇନା କରାଇଛି। ପୀଡିତାଙ୍କ ପିତାଙ୍କ ଏତଲାକୁ…

