ବାଲେଶ୍ୱର

ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କଠାରୁ ନର୍ସଙ୍କ ଟଙ୍କା ଶୋଷଣ କରୁଥିବା ଅଭିଯୋଗ: ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱେର ଅଫିସ, ୧୭।୫: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ନର୍ସମାନେ ବିଭିନ୍ନ ସମୟରେ ପ୍ରସୂତିମାନଙ୍କଠାରୁ ବେଆଇନ ଟଙ୍କା ଶୋଷଣ କରୁଥିବା ଅନେକଥର ଅଭିଯୋଗ ହୋଇଆସୁଛି। ତେବେ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ବେଳେ ନର୍ସମାନଙ୍କୁ…

୨୦୧୭ରେ ନୂଆସାହି ବଜାରରୁ ବୋଲୋରୋ ଚୋରି ଘଟଣା: ଦୁଇ ବର୍ଷ ପରେ ଅଭିଯୁକ୍ତ ଗିରଫ

କପ୍ତିପଦା,୧୭।୫(ଡି.ଏନ୍‌.ଏ.): ୨୦୧୭ ମସିହାର ଏକ ବୋଲେରୋ ଚୋରି ଘଟଣାରେ କପ୍ତିପଦା ପୋଲିସକୁ ସଫଳତା ମିଳିଛି। ଦୀର୍ଘ ଦୁଇ ବର୍ଷ ପରେ ପୋଲିସ ଅଭିଯୁକ୍ତ ଠାକୁରମୁଣ୍ଡା ଥାନା ଅଧୀନ ଖୁଣ୍ଟାପୋଷୀ ଗ୍ରାମର ଭୀମସେନ ମାଝିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିଭଳି…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ଭିଜିଲାନ୍‌ସ ତଦନ୍ତ ଦାବି

ହାଟଡିହୀ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀଠାରୁ ପନ୍ଦାଡୋ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା ହାଟଡିହୀ ହାଇସ୍କୁଲ ଛକଠାରେ ଥିବା ନାମଫଳକରେ ଲିଖିତ ନିୟମ ଅନୁସାରେ କାମ ହେଉନାହିଁ…

ଅଟୋ-ବାଇକ ମୁହାଁମୁହିଁ ଧକ୍କା : ବାଇକ୍‌ଚାଳକ ଗୁରୁତର

ପାଟଣା,୧୭ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା – କରଞ୍ଜିଆ ରାସ୍ତାର ସରସ୍ବତୀପଡ଼ା ଛକ ନିକଟରେ ଏକ ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକ ଗୁରୁତର ହୋଇ ପାଟଣା ଗୋଷ୍ଠୀ…

ଦୁଇଦିନ ପରେ ଉଦ୍ଧାର ହେଲା ମତ୍ସ୍ୟଜୀବୀଙ୍କ ମୃତଦେହ

ଭୋଗରାଇ,୧୭ା୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ବାଉଁଶଖଣା ଗ୍ରାମର ନିଖୋଜ ଥିବା ମତ୍ସ୍ୟଜୀବୀ ରମେଶ ବରାଇ(୫୫)ଙ୍କ ମୃତଦେହ ଶୁକ୍ରବାର ସକାଳୁ ସୁବର୍ଣ୍ଣରେଖା କୁମ୍ଭୀରଗଡ଼ି ଗ୍ରାମସ୍ଥିତ ନଦୀପଠାରୁ ଉଦ୍ଧାର କରାଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

ଭୋଜି ଖାଇ ୧୫୦ ଅସୁସ୍ଥ

ଭୋଗରାଇ,୧୭।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ଅଧୀନ ରାଣୀବସାଣ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାହାଘର ଭୋଜି ଖାଇ ୧୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳକୁ ଏକ ଡାକ୍ତରୀ ଦଳ ଯାଇ…

ଶୋଇବା ଘରେ ୩୦ରୁ ଊର୍ଦ୍ଧ୍ୱ ବିରଳ ପ୍ରଜାତିର ସାପ, ୨ଟି ଉଦ୍ଧାର

କେନ୍ଦୁଝର,୧୭।୫(ସ୍ବ.ପ୍ର.): ଘଟଗାଁ ବ୍ଲକ କାଶିବେଡ଼ା ମୁଣ୍ଡା ସାହିର ଧୃବ ମୁଣ୍ଡା ଓରଫ (ପୋଟଳ)ଙ୍କ ରହିବା ଘରୁ ଶୁକ୍ରବାର ୩୦ରୁ ଊର୍ଦ୍ଧ ବିରଳ ପ୍ରଜାତିର ବିଷଧର ସାପ ରହିଥିବା ଘର ଲୋକେ ଦେଖିଥିଲେ । ସକାଳୁ ଘର ଝାଡ଼ୁ କରିବା ସମୟରେ ଘର…

୨ ବିଷାକ୍ତ ସାପ ଉଦ୍ଧାର

ଢେଙ୍କିକୋଟ, ୧୭ା୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଖଣ୍ଟ ଘର ପଞ୍ଚାୟତ କାଶିବେଡା ଗ୍ରାମରୁ ଗୁୁରୁବାର ଅପରାହ୍ନରେ ୨ଟି ବିଷଧର ସାପକୁ ବନବିଭାଗ ତରଫରୁ ଉଦ୍ଧାର କରାଯାଇଛି। କାଶିବେଡା ଗ୍ରାମ ମୁଣ୍ଡାସାହି ଚନ୍ଦ୍ରା ମୁଣ୍ଡାଙ୍କ ଘର ଭିତରେ ଗୋଟିଏ ଜାଗାରେ…

ମୃତ୍ୟୁର ୧୫ ବର୍ଷ ପରେ ବି ମିଳିଲାନି ନ୍ୟାୟ: ଟାଟା ସ୍ପଞ୍ଜ କାରଖାନା ଆଗରେ ଧାରଣା

ଯୋଡ଼ା, ୧୭।୫ (ଢି.ଏନ.ଏ.) – କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ କାରଖାନାରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ୧୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଛି। ଏଯାଏ ମୃତକଙ୍କ ପରିବାରକୁ ନ୍ୟାୟ ମିଳିନାହିଁ। ଏହି ଅଭିଯୋଗ ଆଣିଛନ୍ତି…

ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ

ଯୋଡ଼ା,୧୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ଖଣିଜ ଚୋରା କାରବାର ଥମିବାର ନାଁ ନେଉନାହିଁ। ଯୋଡ଼ା ଥାନା ତଥା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ଠାରେ ଗୁରୁବାର ୧୧ଟା ସମୟରେ ସନ୍ଦିଗ୍ଧ ଅବସ୍ଥାରେ ଯାଉଥିବା ୨ଟି ବାହାର ରାଜ୍ୟ ନଂ ୟୁପି ୫୪ଟି…

ଭୋଗ ପ୍ରସ୍ତୁତିରେ ବ୍ୟତିକ୍ରମ: ସ୍ବାଦ ହରାଇଛି ବଳଦେବଜୀଉଙ୍କ ଖେଚୁଡ଼ି; ମଇଁଷି ଘିଅ ବ୍ୟବହାର ହେଉନି

କେନ୍ଦୁଝର, ୧୭ା୫ କେନ୍ଦୁଝରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠକୁ ଘିଅ ପାଇଁ ପାହାଡ଼ର ୮ଟି ସ୍ଥାନରେ ମଇଁଷି ଗୋଠ ଥିଲା। ମଇଁଷି କ୍ଷୀରରୁ ଠାକୁରଙ୍କ ପାଇଁ ଘିଅ ପ୍ରସ୍ତୁତ କରାଯାଉଥିଲା। ବେଲ ବାହାଳି (ଆନନ୍ଦପୁର)ରୁ ଗୁଡ଼ ଓ ମୁଗ…

ଜଳିଗଲା ଲିଚୁ ବୋଝେଇ ଗାଡ଼ି

ଭଦ୍ରକ ଅଫିସ, ୧୭।୫ – ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ଲିଚୁ ବୋଝେଇ ଗାଡ଼ି ଜଳିଯାଇଛି। ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ। ଏଥିପାଇଁ କିଛି ସମୟ ରାସ୍ତାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri