ଚମ୍ପୁଆରେ ଫେଲ୍ ମାରିଛି ପରିମଳ ଯୋଜନା: ପାଇଖାନା ଟାଙ୍କି ସଫା ଲାଗି ହୋଇନି ବ୍ୟବସ୍ଥା; ଭଡ଼ାରେ ଅଣାଯାଉଛି ଗାଡ଼ି
ଚମ୍ପୁଆ,୨୫ା୬(ଡି.ଏନ୍.ଏ.)- ପଞ୍ଚାୟତରୁ ଏନ୍ଏସିର ମାନ୍ୟତା ପାଇଥିବା ଚମ୍ପୁଆ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ଏନ୍ଏସି ବିଫଳ ହୋଇଛି। ରାସ୍ତାଘାଟ, ବିଜୁଳି ଓ ପାନୀୟଜଳର ଆଂଶିକ ବ୍ୟବସ୍ଥା କରି ସହରୀ ସୁବିଧା ପ୍ରଦାନ କରାଯାଇଥିବା ଡିଣ୍ଡିମ ପିଟୁଥିବା ଏନ୍ଏସିରେ ସମସ୍ୟା କମିବା…
ଯୋଡ଼ାରେ ଲଜ୍ଜା, ନାବାଳିକାକୁ ଗଣବଳତ୍କାର
ଯୋଡ଼ା,୨୫।୬(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରରେ ଲଜ୍ଜା। ଜଣେ ନାବାଳିକାକୁ ଗଣବଳତ୍କାର କରାଯାଇଥିବା ଜଣାପଡ଼ିଛି। ଯୋଡ଼ା ଲକ୍ଷ୍ମୀ ପଡ଼ିଆଠାରେ ସୋମବାର ରାତିରେ ନାବାଳିକା ତାଙ୍କ ପ୍ରେମିକଙ୍କ ସହିତ ବସି ଗପୁଥିବାବେଳେ ସ୍ଥାନୀୟ ଅଞ୍ଚଳର ୬/୭ ଜଣ ଯୁବକ ସେମାନଙ୍କୁ କାବୁ କରିଥିଲେ।…
ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧିବାକୁ ଯାଇ ଜଣେ ଗୁରୁତର
ପାଟଣା,୨୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପୁଟୁଳିଆ ଶିବକୃପା ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ଜଣେ ବ୍ୟକ୍ତି ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧୁଥିବା ସମୟରେ କରେଣ୍ଟଲାଗି ଗୁରୁତର ହୋଇଛନ୍ତି। ସେ ହେଲେ ବଡ଼ଜାମୁପଶି ଗ୍ରାମର ଭୀମ ମହାନ୍ତଙ୍କ ପୁଅ ଘନେଶ୍ୱର (୫୫)।…
ଉଦଳା ଜଳସେଚନ ବିଭାଗ ସହକାରୀ ନିର୍ବାହ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଉଦଳା, ୨୫।୬(ଡି.ଏନ୍.ଏ.): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲା ଉଦଳା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନୀଳକଣ୍ଠ ପାଢ଼ୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଭିଜିଲାନ୍ସ ଚଢ଼ାଉ କରିଛି। ଉଦଳା ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରିରହିଛି।
୬ ଅନାଥ ଭଉଣୀଭାଇ ନିରାଶ୍ରୟ
କେନ୍ଦୁଝର,୨୫ା୬ (ସ୍ବ.ପ୍ର.)-ଅନାଥ ହୋଇପଡ଼ିଛନ୍ତି ୬ ଭାଇଭଉଣୀ। ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ଶିଶୁମାନେ ସବୁ ପ୍ରକାର ଯୋଜନାରୁ ବଞ୍ଚିତ ହୋଇପଡ଼ିଛନ୍ତି। ଭାଗ୍ୟର ବିଡ଼ମ୍ବନା ଦେଖ ବାପାଙ୍କ ମୃତ୍ୟୁ ପରେ ସେମାନଙ୍କ ମା’ମଧ୍ୟ ପ୍ରାଣ ହରାଇଛନ୍ତି। ଜୀବନ…
ଚାହିଦା ଥିଲେ ବି ଅଲୋଡ଼ା
କେନ୍ଦୁଝର, ୨୫ା୬ (ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ଅନେକ ବନବାସୀ ଆଜି ବି ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳୁଛନ୍ତି। ସେମାନେ ବିଭିନ୍ନ ଋତୁକାଳୀନ ଫଳ ସଂଗ୍ରହ କରି ହାଟବଜାରରେ ବିକି ତେଲଲୁଣ କିଣିଥାନ୍ତି। ଆମ୍ବ ଅମଳ ଋତୁରେ ସେମାନେ…
ଜମି ଅଧିକାର ସୁରକ୍ଷା କମିଟି ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର
ଯାଜପୁର ଟାଉନ,୨୪ା୬(ଡି.ଏନ.ଏ.)- ପୁରୁଷାନୁକ୍ରମେ ଚାଷବାସ କରି ଜୀବିକା ନିର୍ବାହ କରିଆସୁଥିବା ଜମିରେ ଚାରାରୋପଣ ବନ୍ଦ କରିବା, ଦୀର୍ଘଦିନ ଧରି ଦଖଲିକୃତ ଅନାବାଦୀ ଜମିକୁ ଅବିଳମ୍ବେ ପଟ୍ଟା ଯୋଗାଇଦେବା ଆଦି ଦାବିରେ ଜମି ଅଧିକାର ସୁରକ୍ଷା କମିଟି, ସୁକିନ୍ଦା ପକ୍ଷରୁ କର୍ମକର୍ତ୍ତାମାନେ ସୋମବାର…
ଜଳିଗଲା ଟମାଟୋ ବୋଝେଇ ଟ୍ରକ
ବସ୍ତା, ୨୪।୬(ସ୍ବ.ପ୍ର.)- ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଭେଲୋରା -ରାଜଘାଟ ମଝିରେ ଏକ ଟମାଟୋ ବୋଝେଇ ଟ୍ରକ ସୋମବାର ମଧ୍ୟାହ୍ନରେ ହଠାତ୍ ଜଳିଯାଇଥିବା ଜଣାପଡିଛି । ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏହି ଟ୍ରକ (ନଂ.ଡବ୍ଲ୍ୟୁବି -୪୧-୦୫୧୦)ରେ ନିଆଁ…
ମହାନାଳ ସଫେଇ କାର୍ଯ୍ୟ ତଦାରଖ
ବାଲେଶ୍ୱର ଅଫିସ, ୨୪।୬-ବାଲେଶ୍ୱର ସହରରେ ମହାନାଳ ସମେତ ବିଭିନ୍ନ ନାଳଗୁଡିକ ପୋତି ହୋଇଯାଇଥିବାରୁ ବର୍ଷା ହେବାମାତ୍ରେ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥାଏ। ଏହାକୁ ନେଇ ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏହାର ସମାଧାନ ପାଇଁ ସହରବାସୀ ବାରମ୍ବାର…
ଆବର୍ଜନାରେ ଭର୍ତ୍ତି ଝୁମ୍ପୁରା ବଜାର ରାସ୍ତା
ଝୁମ୍ପୁରା, ୨୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲାର ଝୁମ୍ପୁରା ବଜରା, ପରିବା ମାର୍କେଟ, ସାପ୍ତାହିକ ହାଟ ବସୁଥିବା ଜାଗା, ଝୁମ୍ପୁରା ବଜାରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ କୁଢ କୁଢ ଆବର୍ଜନା ଭର୍ତ୍ତି ହୋଇଛି। ବର୍ଷା ହେଲେ ଏହି ଆବର୍ଜନା ରାସ୍ତାରେ ଭାସୁଛି। ଖରାହେଲେ…
ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବଦଳୁନି ସୂଚନାବୋର୍ଡ
ଝୁମ୍ପୁରା, ୨୪।୬(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନାର ଅଧିକାର ଅଧିନିୟମ-୨୦୦୫ର ଲେଖାଥିବା ସୂଚନା ବୋର୍ଡରେ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନାମ ଲେଖା ନ ଥିବାବେଳେ, ଜନ ସୂଚନା ଅଧିକାରୀ ବିଜୟା ନନ୍ଦ ବେହେରା ଗତ ୨୦୧୮ ଡିସେମ୍ବର ମାସରୁ ଅବସର ନେଲେଣି।…
କାନପୁର କେନାଲର ମାଟି ଉଠାଣ: ତହସିଲରେ ଅଭିଯୋଗ
ଝୁମ୍ପୁରା, ୨୪।୬(ଡି.ଏନ.ଏ.)-କାନପୁର ବୃହତ୍ତ ଜଳ ସେଚନ ପ୍ରକଳ୍ପର କେନାଲ ନିର୍ମାଣରେ ମାଟି ଉଠାଣକୁ ନେଇ ବିବାଦ ଦେଖାଦେବା ପରେ ତହସିଲରେ ଅଭିଯୋଗ ହେବା ସହିତ ପଳାଶପଙ୍ଗା ବିଟହାଉସରେ ଏତଲା ହୋଇଛି। ସୂଚନା ଯୋଗ୍ୟ ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ପଞ୍ଚାୟତରେ କାନପୁର…
Archives


