ଶିକ୍ଷକଙ୍କଠାରୁ ଲୁଟ୍‌ କରି ପଳାଉଥିବା ବେଳେ ଧରା ପଡ଼ିଲେ ଲୁଟେରା

ବସ୍ତା, ୨୯।୬(ସ୍ବ.ପ୍ର) : ବାଲେଶ୍ୱର ଜିଲା ବସ୍ତା ଓ ତାହାର ଆଖପାଖ ଅଞ୍ଚଳରେ  ଲୁଟେରାଙ୍କ ଦୌରାମତ୍‌ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୁଟେରାମାନେ ବିଶେଷ କରି ବିଭିନ୍ନ ବ୍ୟାଙ୍କରୁ ବାହାରୁଥିବା ଲୋକଙ୍କ ଉପରେ ତୀକ୍ଷ୍‌ଣ ନଜର ରଖି ସେମାନଙ୍କ ଦୃଷ୍ଟି ଆଢୁଆଳରେ ଲୁଟ୍‌ କରୁଥିବା ଜଣାପଡିଛି। ଏହିଭଳି ଜଣେ ଶିକ୍ଷକ ସ୍ଥାନୀୟ ବ୍ୟାଙ୍କରୁ ଟଙ୍କା ନେଇ ବାହାରିବା ପରେ ଲୁଟେରାମାନେ ଟଙ୍କା ବ୍ୟାଗକୁ ଛଡ଼ାଇ ନେଇ ଖସି ପଳାଉଥିଲେ। ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି।
ଶନିବାର ମଧ୍ୟାହ୍ନରେ ବସ୍ତା ବ୍ଲକ ପାଟପୁର ୟୁଜିୟୁପି ସ୍କୁଲର ପ୍ରଧାନଶିକ୍ଷକ ପୁରୁଷୋତ୍ତମପୁର ପଞ୍ଚାୟତ ସରିଷା ଗ୍ରାମର ନାରାୟଣ କିସ୍କୁ ବ୍ୟାଙ୍କ ଅଫ ଇଣ୍ଡିଆ ବସ୍ତା ଶାଖାକୁ ଟଙ୍କା ଉଠାଇବାକୁ ଆସିଥିଲେ। ଟଙ୍କା ଉଠାଇ ସାରି ସେଠାରେ ଥିବା ଏକ ଦୋକାନରୁ ସେ ଦହିବରା ଖାଉଥିଲେ। ଏହି ସମୟରେ ଯୋଜନାବଦ୍ଧ ଭାବେ ଛିଡ଼ା ହୋଇଥିବା ଜଣେ ଲୁଟେରା ତାଙ୍କ ହାତରୁ ଟଙ୍କା ବ୍ୟାଗ୍‌କୁ ଛଡ଼ାଇ ନେଇ ପାଖରେ ଥିବା ଜଣେ ଯୁବକଙ୍କ ସହ ବାଇକ୍‌ରେ ବସି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ସେ ଗାଡିରୁ ଖସିପଡିବାରୁ ଶିକ୍ଷକ ନାରାୟଣ ଜୋରରେ ଚିତ୍କାର କରିଥିଲେ। ସେଠାରେ ଉପସ୍ଥିତ ଲୋକମାନେ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଗାଡିରେ ଥିବା ଅନ୍ୟ ଲୁଟେରା ସହଯୋଗୀ ବାଲେଶ୍ୱର ଅଭିମୁଖେ ଚାଲିଯାଇଥିଲେ। ଲୁଟେରା ଜଣକ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଟଙ୍କା ବ୍ୟାଗ୍‌କୁ ଶିକ୍ଷକଙ୍କୁ ସ୍ଥାନୀୟ ଲୋକେ ହସ୍ତାନ୍ତର କରିଥିବାବେଳେ ଲୁଟେରାଙ୍କୁ ପୋଲିସରେ ଜିମା ଦେଇଥିଲେ। ଏ ନେଇ ଶିକ୍ଷକ ନାରାୟଣ କିସ୍କୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୁଟେରାଙ୍କୁ ପୋଲିସ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି। ତେବେ ଲୁଟେରା ଜଣକ ତାର ନାମ କହୁ ନ ଥିବା ବେଳେ ତାଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି କହିଛନ୍ତି। ତେଣୁ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?