ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି ଜୋର

ବାରିପଦା ଅଫିସ, ୩୦।୬- ବିଶ୍ୱ ବିଖ୍ୟାତ ପୁରୀ ରଥଯାତ୍ରା ପରେ ବାରିପଦା ସ୍ବତନ୍ତ୍ର ଗୁରୁତ୍ୱ ରଖୁଥିବାରୁ ଏହାକୁ ‘ଦ୍ୱିତୀୟ ଶ୍ରୀକ୍ଷେତ୍ର’ ମାନ୍ୟତା ପ୍ରଦାନ ଦାବି ଜୋର ଧରିଛି। ବାରିପଦା ଜଗନ୍ନାଥ ମନ୍ଦିରର ସେବାୟତମାନେ ଶନିବାର ଭୁବନେଶ୍ୱର ଯାଇ ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିଛନ୍ତି। ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଦୃଷ୍ଟି ଆକର୍ଷଣ କରି ୧୧ ଦଫା ଦାବିପତ୍ର ଦେଇଛନ୍ତି। ପୂର୍ଣ୍ଣ କ୍ଷମତାପ୍ରାପ୍ତ ସ୍ଥାୟୀ ଦେବୋତ୍ତର ନିର୍ବାହୀ ନିଯୁକ୍ତି, ଦେବୋତ୍ତର ସମ୍ପତ୍ତିର ପୁନରୁଦ୍ଧାର ସହ ସୁରକ୍ଷା ଏବଂ ସେବାୟତମାନେ ପାଉଥିବା ସର୍ବନିମ୍ନ ମାସିକ ଭତ୍ତା ବୃଦ୍ଧି ଲାଗି ଏଥିରେ ଦାବି କରାଯାଇଛିି। ମୁଖ୍ୟମନ୍ତ୍ରୀ ଦାବିଗୁଡିକୁ ଶୁଣିବା ପରେ ଏହାକୁ ପୂରଣ କରିବା ଲାଗି ବିଚାର କରାଯିବ ବୋଲି କହିଛନ୍ତି।
ଚଳିତବର୍ଷ ରଥଯାତ୍ରା ପାଖେଇ ଆସିଥିବାରୁ ଏହା ସରିବା ପରେ ଆଗାମୀ ଜୁଲାଇ ୧୭ ତାରିଖରେ ଭୁନନେଶ୍ୱରରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସେବାୟତବୃନ୍ଦ, ମୟୂରଭଞ୍ଜ ଜିଲାପାଳ, ବାରିପଦା ଉପଜିଲାପାଳ ଓ ବିଭିନ୍ନ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିବ। ଏସବୁ ପ୍ରସଙ୍ଗ ନେଇ ଆଲୋଚନା କରାଯିବ। ଦାବି ପୂରଣ ହେବା ପରେ ମୁଖ୍ୟମନ୍ତ୍ରୀ ବାରିପଦା ଆସିବେ ବୋଲି ସେବାୟତମାନଙ୍କୁ କହିଥିଲେ। ଆଲୋଚନା ବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ମନ୍ଦିର ପୂଜକ କାମେଶ୍ୱର ତ୍ରୀପାଠୀ, ବିମଳ ଲୋଚନ ଦେଓଘରିଆ, ରାଧାଶ୍ୟାମ ମହାପାତ୍ର, ଜୟନ୍ତ ତ୍ରୀପାଠୀ, ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର , ଚଣ୍ଡି ପ୍ରସାଦ ଦାସ, ମାଙ୍ଗାତ ସୋରେନ, ରବି ନାରାୟଣ ଦ୍ୱିବେଦୀ, ବିଜେଡି ନେତା ସୁନିଲ ଦାଶ ଓ ବାରିପଦା ପୌର ପରିଷଦର ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତିି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ବାରିପଦା ଜଗନ୍ନାଥ ମନ୍ଦିରର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଏକ ଫଟୋଚିତ୍ର ପ୍ରଦାନ କରିଥିଲେ।
ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଗତ ଏପ୍ରିଲ ୨୫ତାରିଖରେ ବାରିପଦା ଜଗନ୍ନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ସେବାୟତମାନେ ଉପରୋକ୍ତ ଦାବି ସମ୍ପର୍କରେ ତାଙ୍କୁ ଲିଖିତ ଭବେ ଜଣାଇଥିଲେ। ନିର୍ବାଚନ ପ୍ରକିୟା ଚାଲୁ ରହିଥିବାରୁ ଏ ବିଷୟରେ ପରେ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ା ନିର୍ବାଚନ ସରିବା ପରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗତ ୧୯ତାରଖ ପୂର୍ବାହ୍ନ ୭ରେ ସେବାୟତମାନେ ମହାପ୍ରଭୁଙ୍କ ମନ୍ଦିର ବେଢ଼ାରୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସକାଶେ ସେମାନେ ଏଭଳି ପଦକ୍ଷେପ ନେଇଥିଲେ। ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସେବାୟତମାନଙ୍କୁ ବୁଝାସୁଝା କରାଇ ବାଟରୁ ଫେରାଇ ଆଣିଥିଲେ। ଏବେ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ସେବାୟତଙ୍କ ଦାବି ଉପରେ କୌଣସି ଆଲୋଚନା ନ ହେବାରୁ ସେମାନେ ରଥଯାତ୍ରାରେ ଅସହଯୋଗ କରିବା ସହ ପୁଣି ଥରେ ଭୁବନେଶ୍ୱର ପଦଯାତ୍ରାରେ ବାହାରିବେ ବୋଲି ଚେତାବନୀ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜିର ଆଲୋଚନା ଯଥେଷ୍ଟ ଗୁରୁତ୍ୱ ରଖୁଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri