Odisha Elections 2024

ବାଲେଶ୍ୱର

ଭଦ୍ରକ ଜିଲା ପର୍ଯ୍ୟଟନ ସ୍ଥଳୀର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା ହେବ: ମନ୍ତ୍ରୀ

ଭଦ୍ରକ ଅଫିସ,୪ା୬-ଭଦ୍ରକ ଜିଲାରେ ପର୍ଯ୍ୟଟନର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା କରିବା ସକାଶେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜିଲାପାଳ ଓ ଜିଲା ପର୍ଯ୍ୟଟନ ଅତ୍ଧକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସୋମବାର...

କାର୍ଯ୍ୟାଦେଶ ବଣ୍ଟନ ପରେ ବି ଆରମ୍ଭ ହୋଇନି କାମ: ଅସନ୍ତୋଷ ପ୍ରକାଶ କଲେ ବିଧାୟକ

ବାଲେଶ୍ୱର ଅଫିସ,୪।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ମଙ୍ଗଳବାର ସଦର ବ୍ଲକକୁ ସୌଜନ୍ୟମୂଳକ ଭାବରେ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଗରିବ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦେବାକୁ ବିଧାୟକ ଅଧିକାରୀମାନଙ୍କୁ ଅନୁରୋଧ...

ସ୍କୁଟର ସିଟ ତଳୁ ନାଗ ଉଦ୍ଧାର

ବାରିପଦା ଅଫିସ,୪।୬- ବାରିପଦା ସହର ତକତପୁର ୱାର୍ଡ ନଂ ୨୭ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସ୍କୁଟର ସିଟ ତଳୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ବିବେକାନନ୍ଦ ଶିକ୍ଷାକେନ୍ଦ୍ର ନିକଟରେ ରହୁଥିବା ସହକାରୀ କୃଷି ଅଧିକାରୀ ଜୟକୃଷ୍ଣ ନାୟକଙ୍କ ସ୍କୁଟର...

ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅନ୍ତର୍ଗତ ପଦ୍ମପୁର ବୈତରଣୀ ନଦୀ ବାଲି ଘାଟରୁ ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଆନନ୍ଦପୁର ତହସିଲ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସଂପୃକ୍ତ ପଦ୍ମପୁର ବାଲିଘାଟ ତହସିଲ ପକ୍ଷରୁ ନିଲାମ କରାଯାଇନଥିବା...

କେନ୍ଦ୍ରୀୟ ବିଦ୍ୟାଳୟ ଟିମ୍‌ର ସ୍ଥାନ ପରିଦର୍ଶନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦ୍ରୀୟ ବିଦ୍ୟାଳୟର ଏକ ଟିମ୍‌ କେନ୍ଦୁଝର ଜିଲା ଆନନ୍ଦପୁରରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ଏହି ଟିମ୍‌ରେ କଟକ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ମିଶ୍ର, କେନ୍ଦୁଝର କେନ୍ଦ୍ରୀୟ ବିଦ୍ୟାଳୟର ହେମନ୍ତ କୁମାର ସାହୁ...

ମୋବାଇଲ ଲୁଟ୍‌ ଉଦ୍ୟମ କରୁଥିବା ଦୁଇ ନାବାଳକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଆନନ୍ଦପୁର,୪। ୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜଛକଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ପକେଟ୍‌ରୁ ଦୁଇ ନାବାଳକ ଜଣେ ଏକ ଦାମୀ ମୋବାଇଲ୍‌ ଲୁଟ୍‌ କରି ଫେରାର ହେବାକୁ ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ...

ବୈଠକକୁ ଆସିଲେନି ବିଦ୍ୟୁତ୍‌ ବିଭାଗ ଅଧିକାରୀ: କାରଣ ଦର୍ଶାଅ ନୋଟିସ ନିର୍ଦ୍ଦେଶ ଦେଲେ ଜିଲାପାଳ

ବାରିପଦା ଅଫିସ,୪।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆସନ୍ତା ଜୁଲାଇ ୫ ଓ ୬ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ପାଇଁ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ମଙ୍ଗଳବାର ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ...

ଶ୍ରମିକଙ୍କୁ ଶୋଷଣ ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ: ଦାବିପତ୍ର ପ୍ରଦାନ

କେନ୍ଦୁଝର,୪।୬( ସ୍ବ.ପ୍ର.):ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଜଜାଙ୍ଗ ଖଣିରେ ଶ୍ରମିକଙ୍କୁ ଶୋଷଣ ପ୍ରତିବାଦରେ ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୧ ଜାନୁୟାରୀ ୨୦୧୬ ମସିହାରୁ ଶ୍ରମିକଙ୍କୁ ବର୍ଦ୍ଧିତ ଦରମା ପ୍ରଦାନ,...

ଜଙ୍ଗଲକୁ ଟୋଲ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ବୃଦ୍ଧା ମୃତ

କେନ୍ଦୁଝର,୪।୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଆକୁଳ ଅଞ୍ଚଳରେ ବଣୁଆ ହାତୀ ଆକ୍ରମଣରେ ମଙ୍ଗଳବାର ସକାଳେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଦଳୀ ରଣାସିଙ୍ଗ(୬୦)। ଅନ୍ୟ ସାଥୀଙ୍କ ସହ କଦଳୀ ଟୋଲ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା...

ଭଦ୍ରକ ଆର୍‌ଏମ୍‌ସି ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ: ଜଳିଗଲା ୩ ଗୋଦାମ

ଭଦ୍ରକ ଅଫିସ, ୪।୬: ଭଦ୍ରକ ଆର୍‌ଏମ୍‌ସି ମାର୍କେଟ କମ୍ପ୍ଲେକ୍ସରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବଜାରର ୩ ଗୋଦାମ ଗୃହ ଜଳିଯାଇଛି। ଗୋଦାମ ଗୃହରେ ଲକ୍ଷାଧିକ ଟଙ୍କାର ବ୍ଲିଚିଂ ପାଉଡର ଥିବା ଜଣାପଡିଛି। ଏଯାବତ୍‌ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ...

ସରୁନି ଯୋଡ଼ା- ଜୁରୁଡ଼ି ରାସ୍ତା ନିର୍ମାଣ କାର୍ଯ୍ୟ

ଯୋଡ଼ା, ୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ରାଜ୍ୟ ରାଜପଥ ନଂ ୨ ର ଜୁରୁଡି-ବାମେବାରୀ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଦୈନିକ ଏହି ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ମାନଙ୍କର ଖଣିଜ ବୋଝେଇ ଶହ...

ବିପଦସଙ୍କୁଳ ଭାବେ ଚାଲିଛି ଶାଳଣିଆ ଅଙ୍ଗନଓ୍ବାଡ଼ି କେନ୍ଦ୍ର

ହାଟଡିହୀ, ୪।୬(ଡି.ଏନ୍‌.ଏ.)- ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ଠାରୁ ଆରମ୍ଭ କରି ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଅଞ୍ଚଳରେ ଅଙ୍ଗନଓ୍ବାଡ଼ି ଓ ମିନି ଅଙ୍ଗନଓ୍ବାଡ଼ି କେନ୍ଦ୍ର ମାନ ଖୋଲିଛନ୍ତି। କେତେକ ସ୍ଥାନରେ ଏଥି ନିମନ୍ତେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri