ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା

ଜଳେଶ୍ୱର, ୬।୮-ମଣିଷ ବଞ୍ଚିଥିବା ବେଳେ ଯେତେ ବାଦବିବାଦ ଥାଉ ନା କାହିଁକି ମୃତ୍ୟୁ ପରେ ସମସ୍ତେ ତାହାକୁ ଭୁଲିଯାଇଥାନ୍ତି। ଏହାକୁ କୁହାଯାଏ ମଣିଷପଣିଆ। ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ନଶ୍ଚିମପୁର ପଞ୍ଚାୟତ ଆମ୍ବୁଳିଅଠା ଗ୍ରାମରେ ପୂର୍ବ ବିବାଦକୁ କେନ୍ଦ୍ର କରି ଜଣେ ବାସିନ୍ଦାଙ୍କୁ ମୃତ୍ୟୁ ପରେ ଶ୍ମଶାନରେ ଜାଗା ନ ମିଳିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଶେଷରେ ତାଙ୍କ ପରିବାର ଲୋକେ ଗ୍ରାମଠାରୁ ୧୪ କି.ମି. ଦୂର ସୁବର୍ଣ୍ଣରେଖା ନଦୀକୂଳକୁ ନେଇ ସେଠାରେ ଶବ ସଂସ୍କାର କରିଛନ୍ତି।

ଗ୍ରାମର ଭୂପତି ଜେନା (୭୨)ଙ୍କର ସୋମବାର ମୃତ୍ୟୁ ହୋଇଥିଲା। ଗ୍ରାମର ନୀତି ଓ ପ୍ରଥା ଅନୁଯାୟୀ ଶବ ସତ୍କାର ପାଇଁ ବଡ଼ପୁଅ ଭବାନୀ ଗ୍ରାମର ମୁଖିଆଙ୍କ ସମେତ ଗ୍ରାମବାସୀଙ୍କୁ ଡାକିଥିଲେ। କିନ୍ତୁ ପୂର୍ବରୁ ଗ୍ରାମବାସୀଙ୍କ ସହ ସାନ ପୁଅ ଗିରିଜାଙ୍କର କୌଣସି କାରଣରୁ ଗଣ୍ଡଗୋଳ ହୋଇ ଜଳେଶ୍ୱର ଥାନାରେ ମାମଲା ହୋଇଥିଲା। ସେହି ଗଣ୍ଡଗୋଳ ଯୋଗୁ କେହି ତାଙ୍କ ଘରକୁ ଯିବେ ନାହିଁ କି ତାଙ୍କ ପରିବାର ଲୋକଙ୍କ ମୃତ୍ୟୁ ପରେ ଗ୍ରାମ ଶ୍ମଶାନରେ ଜାଗା ଦିଆଯିବ ନାହିଁ ବୋଲି ଗ୍ରାମରେ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ କେହି ଗ୍ରାମବାସୀ ତାଙ୍କ ଘରକୁ ଆସି ନ ଥିଲେ। ସକାଳୁ ସନ୍ଧ୍ୟା ଯାଏ ପିଣ୍ଡାରେ ଶବ ପଡି ରହିଥିଲା। ମୃତ ଭୂପତୀଙ୍କର ସ୍ତ୍ରୀ ଗ୍ରାମବାସୀଙ୍କୁ ଯେତେ ନେହୁରା ହେଲେ, କ୍ଷମା ମାଗିଲେ ମଧ୍ୟ କେହି ଆସି ନ ଥିଲେ। ଶେଷରେ ମୃତକଙ୍କ ପରିବାର ଲୋକେ ଜଳେଶ୍ୱର ଥାନାର ଆଶ୍ରୟ ନେଇଥିଲେ। ଥାନା ତରଫରୁ ସହଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ହେଲେ ଶବ ଦାହ ବେଳେ ସାଙ୍ଗରେ ପୋଲିସ କର୍ମଚାରୀ ରହି ନ ଥିଲେ। ଫଳରେ ପରିବାରର ଲୋକଙ୍କ ଭରସା ପାଇ ନ ଥିଲା। ଶେଷରେ ଭୂପତିଙ୍କ ୪ ପୁଅ କାନ୍ଧରେ ଶବ ବୋହିନେଇ ୧୪ କି.ମି. ଦୂର ସୁବର୍ଣ୍ଣରେଖା ନଦୀକୂଳରେ ଶବ ସଂସ୍କାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri