ବାଲେଶ୍ୱର

ସେକ୍‌ ରାଜାଙ୍କ ସହ ସମ୍ପର୍କ ପଡ଼ିଲା ମହଙ୍ଗା: ନିଲମ୍ବନ ପରେ ହାବିଲଦାର ଗିରଫ

ବାଲେଶ୍ୱର ଅଫିସ, ୨୧।୯: ବାଲେଶ୍ୱର ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ବ୍ୟବସାୟ କରି ସାମ୍ରାଜ୍ୟ ବିସ୍ତାର କରିଥିବା ସେକ୍‌ ରାଜାଙ୍କ ସହ ବିଚାରଗଣ୍ଡ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁଙ୍କ ସମ୍ପର୍କ ଥିଲା। ଏଥିଯୋଗୁ ତାଙ୍କୁ ଗତ ୧୯ ତାରିଖରେ…

ଚାଷୀଙ୍କୁ ମିଳୁନି କୃଷି ଋଣ: ୧୪ ସେବା ସମିତିରେ ଅବ୍ୟବସ୍ଥା

ଖଇରା, ୨୧।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭଦ୍ରକ-ବାଲେଶ୍ୱର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଖଇରା ଶାଖାରେ କର୍ମଚାରୀ ଅଭାବ ଯୋଗୁ ୧୪ ସେବା ସମବାୟ ସମିତିର ୨ଶହରୁ ଊର୍ଦ୍ଧ ଚାଷୀଙ୍କର ଋଣ ଫାଇଲ ଅଟକି ରହିଛି ା ବର୍ତ୍ତମାନ ଚାଷ କାମ ଜୋରସୋରରେ ଚାଲିଥିବା ବେଳେ…

ଦୁର୍ଗାପୂଜା ଉପଲକ୍ଷେ ଶାନ୍ତି କମିଟି ବୈଠକ: ଶବ୍ଦ ପ୍ରଦୂଷଣ ଉପରେ ଲାଗିବ ଲଗାମ

ବାଲେଶ୍ୱର ଅଫିସ, ୨୧।୯-ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାରେ ପାଳନ କରିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଶୁକ୍ରବାର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି ା ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ।…

ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ଗଡିଲା ସଚେତନତା ରଥ

ବାଲେଶ୍ୱର ଅଫିସ,୨୦।୯-‘ବିଶ୍ୱ ହୃତପିଣ୍ଡ ଦିବସ’ ପାଳନ ଅବ୍ୟବହିତ ପୂର୍ବର ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍‌ପିଟାଲ ପକ୍ଷରୁ ଆରମ୍ଭ ହୋଇଥିବା ହୃଦ୍‌ରୋଗ ସଚେତନତା ରଥ ସମଗ୍ର ଓଡିଶା ପରିକ୍ରମା କରୁଛି। ଏହି ପରିପ୍ରେକ୍ଷୀରେ ରଥ ଶୁକ୍ରବାର ବାଲେଶ୍ୱରରେ ପହଞ୍ଚତ୍ଛି। ବାଲେଶ୍ୱର ସହର ଗଡଗଡିଆ ଛକ…

ନିମ୍ନମାନର ପୋଷାକ ବିତରଣକୁ ବିରୋଧ

ବଡ଼ସାହି,୨୦ା୯(ସ୍ବ.ପ୍ର)- ବଡ଼ସାହି ବ୍ଲକ ଅଧୀନ ହରିପୁର ଉନ୍ନିତ ଉପ୍ରା ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ପୋଷାକ ଓ ଜୋତା ବିତରଣକୁ ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି ା ନିମ୍ନମାନର ପୋଷାକ ଓ ଜୋତାକୁ ସ୍କୁଲ ଚେୟାରମ୍ୟାନ ବିତରଣ କରୁଥିବା ଜଣାପଡିବା ପରେ ଅଭିଭାବକ…

ସରକାରୀ ଜମି ଜବରଦଖଲ

ରୂପ୍‌ସା, ୨୦।୯(ଡି.ଏନ୍‌.ଏ.)- ବାଲେଶ୍ୱର ସଦର ବ୍ଲକ ଆଙ୍କୋ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୋଖରୀ ଆଡ଼ିରେ ଜବରଦଖଲ ନେଇ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକେ ଏହି ସରକାରୀ ଜମିରେ ଖୁଣ୍ଟ ପୋତି ନିଜ ଦଖଲରେ ଘର ନିର୍ମାଣ ପାଇଁ ମସୁଧା କରୁଥିବା ଗ୍ରାମବାସୀ…

କର୍ତ୍ତବ୍ୟରେ ଅବହେଳା: ୨ ପୋଲିସ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର ଅଫିସ, ୨୦ା୯-କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ବାଲେଶ୍ୱର ଏସ୍‌ପି ବି. ଯୁଗୋଳ କିଶୋର କୁମାର ଗୁରୁବାର ଦୁଇ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ବାଲେଶ୍ୱର ସହଦେବଖୁଣ୍ଟା ମଡେଲ ଥାନାର ହାବିଲଦାର ରଞ୍ଜନ ସାହୁ, କନଷ୍ଟେବଳ ପ୍ରଦୀପ କୁମାର…

ଆଗ ଥଇଥାନ, ପରେ ଉଚ୍ଛେଦ: ମେଳି କରି ଦାବି କଲେ ବ୍ୟବସାୟୀ

ବାଲେଶ୍ୱର ଅଫିସ, ୨୦।୯-ବାଲେଶ୍ୱର ଓଟିରୋଡ୍‌ର କୁରୁଡ଼ା ବାଇପାସ୍‌ରୁ ରେମୁଣା ଗୋଲେଇ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ପାଇଁ ଉଭୟପାର୍ଶ୍ୱରେ ଜବରଦଖଲକାରୀ ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପାଇଁ ବାଲେଶ୍ୱର ପ୍ରଶାସନ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼ ଘଟଣା: ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ବାଲେଶ୍ୱର ଅଫିସ, ୨୦।୯-ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ରେମୁଣା ଗୋଲେଇ ମେଡ଼ିକାଲ କଲେଜ ଛକରେ ଗତ ୧୪ ତାରିଖ ରାତି ପ୍ରାୟ ସାଢେ ୯ଟା ବେଳେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିଲା। ପୂର୍ବଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି। ଏହି…

ସରିଲା ‘ସାଗରକବଚ’

ରୂପ୍‌ସା, ୧୯।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ଓ ବଳରାମଗଡ଼ି ନିକଟ ସମୁଦ୍ରରେ ୨ଦିନ ବ୍ୟାପୀ ଅନୁଷ୍ଠିତ ତଟ ସୁରକ୍ଷା ସମରାଭ୍ୟାସ ‘ସାଗରକବଚ’ ଗୁରୁବାର ଶେଷ ହୋଇଯାଇଛି। ଡିଏସ୍‌ପି (ଡିଆଇବି) ରଜତ କୁମର ରାୟଙ୍କ ତତ୍ତ୍ୱାବଧାନରେ ବୋଟ୍‌ ମାଷ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର…

୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ପୌରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର, ୧୯ା୯(ବ୍ୟୁରୋ)- ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୧୪ ପୌରାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ। ଲୋକସେବା ଭବନରେ ଆୟୋଜିତ ଏକ ସମୀକ୍ଷା ବୈଠକ ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ…

ଜାମଶୁଳି କଲେଜରେ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଅଚଳାବସ୍ଥା ଜାରି

ବସ୍ତା, ୧୯।୯(ସ୍ବ.ପ୍ର.): ଦ୍ବିତୀୟ ଦିନରେ ମଧ୍ୟ ଜାମଶୁଳି କଲେଜରେ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଅଚଳାବସ୍ଥା ଜାରି ରହିଛି । କଲେଜର ମୁଖ୍ୟ ଫାଟକକୁ ତାଲା ପକାଇ ସମସ୍ତ +୩ ଛାତ୍ରୀଛାତ୍ର ପରିସର ଭିତରେ ନିଆଁ ଜାଳି ବିକ୍ଷୋଭ କରୁଥିବା ଜଣାପଡିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri