ଗୁଡୁଦାକୁ ମିଳିଲା ଲୋକକଳା ଗ୍ରାମ ମାନ୍ୟତା

ବାଲେଶ୍ୱର ଅଫିସ,୩।୧୦-ରାମଧୂନ ପରିବେଷଣ,ପ୍ରଭାତଫେରି ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା, ସଚେତନତା ଶୋଭାଯାତ୍ରା, କର୍ମଶାଳା, ପ୍ରଦର୍ଶନୀ, ସର୍ବଧର୍ମ ପ୍ରାର୍ଥନା , ସାଧାରଣ ସଭା ଓ ପୂଜ୍ୟପୂୂଜା ଆଦି କାର୍ଯ୍ୟକ୍ରମ ମଧ୍ୟରେ ବାଲେଶ୍ୱରରେ ଜିଲାସ୍ତରୀୟ ୧୫୦ତମ ଗାନ୍ଧୀ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ରେମୁଣା ବ୍ଲକର ଗୁଡୁଦା ଗ୍ରାମକୁ ‘ଲୋକକଳା ଗ୍ରାମ’ ଭାବେ ଲୋକାର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ଦୁଗ୍ଧ ଉପତ୍ାଦନ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରାଜ୍ୟ ସରକାରଙ୍କ ତରଫରୁ ଏହାକୁ ଆଜି ଠାରୁ ଲୋକକଳା ଗ୍ରାମ ରୂପେ ବିବେଚନା କରାଯିବ ବୋଲି ଘୋଷଣା କରିଥିଲେ। ଏଭଳି କାର୍ଯ୍ୟକ୍ରମ କଳା ଓ କଳାକାରଙ୍କ ବିକାଶ ଦିଗରେ ନିଶ୍ଚିତ ଭାବେ ସୁଯୋଗ ସୃଷ୍ଟି କରିପାରିବ ବୋଲି ସଭାରେ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଥିଲେ। ଆଜିଠାରୁ ପଲିଥିନ୍‌ ନିଷିଦ୍ଧ କରାଯାଇଥିବା ସେ ସୂଚନା ଦେଇ ପୃଥିବୀକୁ ବଞ୍ଚାଇ ରଖିବାକୁ ହେଲେ ପ୍ଲାଷ୍ଟିକ ବର୍ଜନ ଏକମାତ୍ର ବିକଳ୍ପ ବୋଲି କହିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା,ରେମୁଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ଜିଲା ପରିଷଦ ସଦସ୍ୟା ସରିତା ଗିରି, ସମିତିସଭ୍ୟ ପୁରୁଷୋତ୍ତମ ବେହେରା ଏବଂ ସରପଞ୍ଚ ବସନ୍ତ କୁମାର ପ୍ରଧାନ, ଜିଲା କଳାକାର ସଂଘର ଉପସଭାପତି ଚକ୍ରଧର ମହାପାତ୍ର, ବ୍ଲକ କଳାକାର ସଂଘର ଉପସଭାପତି ଦୀନବନ୍ଧୁ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।
ସନ୍ଧ୍ୟାରେ ଗାନ୍ଧୀସ୍ମୃତି ଭବନଠାରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଗାନ୍ଧିବାଦୀ ଜୟଦେବ କମିଳା ଓ ସର୍ବେଶ୍ୱର ଦାସଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଏଥିସହିତ ସଂଗ୍ରାହକ ସୁଜିତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କସ୍ତୁରବା ଆଦର୍ଶ ଗ୍ରାମ ପଞ୍ଚାୟତ, ନିର୍ମଳ ଗ୍ରାମ ଏବଂ ଶ୍ରେଷ୍ଠ ମହିଳା ଗ୍ରାମୋଦ୍ୟୋଗୀ ଭାବେ ମନୋନୀତ ମହିଳା ଏବଂ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ରଷ୍ଟା ଅନୁଷ୍ଠାନ ଆନୁକୂଲ୍ୟରେ ନାଟକ ”ସତ ମିଛର ଗାନ୍ଧୀ“ ପରିବେଷଣ କରାଯାଇଥିଲା। ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ନାଗରିକ, ଛାତ୍ରୀଛାତ୍ର, ବିଭିନ୍ନ ଅନୁଷ୍ଠାର କର୍ମକର୍ତ୍ତା ଉପସ୍ଥିତ ରହି ଗାନ୍ଧିଜୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନରେ ସେମାନଙ୍କ ଆଦର୍ଶର ସ୍ମୃତିଚାରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri