ବେଆଇନ କରତକଳରେ ଚଢ଼ାଉ: ୮ଲକ୍ଷ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ରୂପ୍‌ସା, ୩।୧୦(ଡି.ଏନ.ଏ.)-ବାଲେଶ୍ୱର ବନବିଭାଗ ଏବେ ବେଆଇନ ଭାବେ ଚାଲିଥିବା କରତକଳଗୁଡିକରେ ଲଗାମ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛି। ୫ଦିନ ମଧ୍ୟରେ ଜିଲାର ବିଭିନ୍ନ ବ୍ଲକର ୭ଟି କରତକଳରେ ଚଢ଼ାଉ କରି ୨୦ଲକ୍ଷ ଟଙ୍କାର ମିଲ୍‌ ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ କରିଛି। ଏହାସହ ୧୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି। ତେବେ କରତକଳ ମାଲିକ ଓ ଚୋରା କାଠ ମାଫିଆଙ୍କ ମଧ୍ୟରେ ଏକରକମ ଛନ୍‌କା ପଶିଯାଇଥିବା ଚର୍ଚ୍ଚା ହେଉଛି।
ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ବାଲେଶ୍ୱର ରେଞ୍ଜ ଅଫିସର ଦେବେନ୍ଦ୍ର ନାଥ ପାତ୍ର, ଭିଜିଲାନ୍ସ ରେଞ୍ଜ ଅଫିସର ଶ୍ୟାମ ସିଂ, ଫରେଷ୍ଟର ବିବେକାନନ୍ଦ ଜେନା ଓ ଜୀତେନ୍ଦ୍ର କୁମାର ରାଉତ ପ୍ରମୁଖ ସଦଳବଳେ ସଦର ଥାନା ଅନନ୍ତପୁର ଗ୍ରାମର ନୟନ କୁମାର ବିଶ୍ୱାଳ, ରୂପ୍‌ସା ଥାନା ଜାମୁନିଆ ଗ୍ରାମରେ ଥିବା ମଦନ ସିଂ ଓ ମାଧବାନନ୍ଦ ଦାସଙ୍କ ବେଆଇନ କରତକଳ ଉପରେ ଚଢ଼ାଉ କରିଥିଲେ। ୨ କରତକଳରୁ ୮ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ବହୁ ମୂଲ୍ୟବାନ କାଠ ଜବତ ହୋଇଥିଲା। ମାତ୍ର ମାଲିକମାନେ ଫେରାର ହୋଇଯାଇଥିଲେ। ସେମାନଙ୍କୁ ତୁରନ୍ତ ଗିରଫ କରାଯିବାର ବିଭାଗୀୟ ପ୍ରକ୍ରିୟା ଜାରି ରହିଛି ବୋଲି ରେଞ୍ଜ ଅଫିସର ପାତ୍ର କହିଛନ୍ତି। ଗତ ସେପ୍ଟେମ୍ବର ୨୯ ତାରିଖରେ ଭୋଗରାଇ ବ୍ଲକ ଅଞ୍ଚଳରେ ୪ଟି କରତକଳରେ ଚଢ଼ାଉ ହୋଇଥିଲା। ୧୧ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ ହେବା ସହ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେହିପରି ୩୦ ତାରିଖରେ ବାଲିଆପାଳ ବ୍ଲକ ଅଞ୍ଚଳର ଗୋଟିଏ ସ’ମିଲ୍‌ରେ ଚଢ଼ାଉ କରାଯାଇ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେଠାରୁ ୧ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ ହୋଇଥିଲା। ବନବିଭାଗର ଏଭଳି ଲଗାତର ଚଢ଼ାଉ କରାଯିବାକୁ ସାଧାରଣରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?