ପ୍ରଦୂଷିତ ସହର ତାଲିକାରେ ବାଲେଶ୍ୱର: ସଚେତନ କଲା ଜଳସମ୍ପଦ ଓ ପରିବେଶ ସୁରକ୍ଷା ସମିତି
ବାଲେଶ୍ୱର ଅଫିସ, ୮।୧୧-ନ୍ୟାଶନାଲ ଟ୍ରିବ୍ୟୁନାଲ ସର୍ଭେ ରିପୋର୍ଟକୁ ଭିତ୍ତି କରି ଭାରତର ୧୦୬ଟି ସହରକୁ ପ୍ରଦୂଷଣଯୁକ୍ତ ଏବଂ ଚାଷ ଅନୁପଯୋଗୀ ଘୋଷଣା କରାଯାଇଛି। ଏହି ସହର ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା, କଳିଙ୍ଗନଗର, ଅନୁଗୋଳ ଓ ବାଲେଶ୍ୱର ରହିଛି। ଏହାର…
ଗଡ଼ସାହିରେ ବ୍ୟାପିଲା ଝାଡ଼ାବାନ୍ତି: ୧୫ ଆକ୍ରାନ୍ତ, ୫ ଗୁରୁତର
ଔପଦା, ୮।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ଆଦିବାସୀ ଅଧ୍ୟୁଷିତ ଗଡ଼ସାହି ପଞ୍ଚାୟତ ଗଡ଼ସାହି ଗ୍ରାମରେ ଝାଡାବାନ୍ତିର ପ୍ରାଦୁର୍ଭାବ ଦେଖାଦେଇଛି। ଏଥିରେ ୧୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପାହାଡ଼ ତଳି କୁନ୍ଦବାଡ଼ି ଚୁଆର ଦୂଷିତ ପାଣି ବ୍ୟବହାର ଝାଡାବାନ୍ତିର ମୁଖ୍ୟ କାରଣ ବୋଲି…
ବାଲେଶ୍ୱରରେ ‘ବୁଲ୍ବୁଲ୍’ର ପ୍ରଭାବ : ବର୍ଷା ପବନ ଆରମ୍ଭ
ବାଲେଶ୍ୱର ଅଫିସ,୮।୧୧: ବାଲେଶ୍ୱର ଜିଲାରେ ସାମୁଦ୍ରିକ ବାତ୍ୟା ‘ବୁଲ୍ବୁଲ୍’ର ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ପୂର୍ବାହ୍ନରେ ମୃଦୁ ପବନ ବହିବା ସହିତ ମଧ୍ୟାହ୍ନରେ ବର୍ଷା ଆରମ୍ଭ ହୋଇଯାଇଛି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବିଡିଓ ଏବଂ ତହସିଲଦାରଙ୍କ ସହ ଆଲୋଚନା ଜାରି…
ଯୁବ ଇଞ୍ଜିନିୟରଙ୍କ ଗଳିତ ମୃତଦେହ ଉଦ୍ଧାର
ସିମୁଳିଆ,୮।୧୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ବରୀରୋଡ଼ ନୂଆପଲ୍ଲୀ ଅଞ୍ଚଳର ଜଣେ ଯୁବ ଇଞ୍ଜିନିୟରଙ୍କ ଗଳିତ ମୃତଦେହ ଶୁକ୍ରବାର ତାଙ୍କ ଘର ନିକଟସ୍ଥ ନୟନଜୋରି ମଧ୍ୟରୁ ପୋଲିସ ଉଦ୍ଧାର କରିଛି। ସେ ହେଲେ ସତ୍ୟବ୍ରତ ରାୟ(୪୧) । ସୂଚନାଯୋଗ୍ୟ, ସତ୍ୟବ୍ରତ ଜଣେ…
‘ବୁଲ୍ବୁଲ୍’ ମୁକାବିଲା ଲାଗି ଜିଲା ପ୍ରଶାସନ ତତ୍ପର
ବାଲେଶ୍ୱର ଅଫିସ, ୮।୧୧-ବାଲେଶ୍ୱର ସ୍ଥାନୀୟ ସଦଭାବନା ସଭାଗୃହରେ ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ର ମୁକାବିଲା ନିମନ୍ତେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ଜରୁରୀକାଳୀନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ବିଭାଗ…
ହାଟରେ ଚାଲିଛି ଜୁଆଖେଳ
ଖଇରା, ୮।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ହରିପୁର ପଞ୍ଚାୟତ ଅଧୀନ ଦୋମୁହାଁଣି ହାଟରେ ଏବେ ଜୁଆଖେଳ ବ୍ୟାପକ ଆକାର ଧାରଣ କଲାଣି। ଜୁଆଖେଳ ସାଙ୍ଗକୁ ମହୁଲି ମଦର ଆସର ମଧ୍ୟ ଜମୁଛି। ହାଟ ପାଳି ମଙ୍ଗଳବାର ଓ ଶୁକ୍ରବାର ଓଡିଶାର ବିଭିନ୍ନ…
ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ‘ମୋ ସ୍କୁଲ ଅଭିଯାନ’ ଅଧ୍ୟକ୍ଷା: ‘ପାଠପଢ଼ା ସହ ସାମାଜିକ କାର୍ଯ୍ୟରେ ବ୍ରତୀ ହୁଅ’
ବାଲେଶ୍ୱର ଅଫିସ/ସଜନାଗଡ଼, ୮।୧୧(ଡି.ଏନ.ଏ.)-‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ଗୁରୁବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଛାତ୍ରୀଛାତ୍ରମାନଙ୍କର ପାଠପଢ଼ା ସମ୍ପର୍କରେ ବୁଝିଛନ୍ତି। ଏହାସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ସହଯୋଗ କରିବା ପାଇଁ ସେ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଛନ୍ତି।…
ରାସ୍ତା ଅବରୋଧ ନେଇ ଉତ୍ତେଜନା
ଭୋଗରାଇ, ୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଳକ ଅଧୀନ ଟେଙ୍ଗରାମାରିି ଗ୍ରାମ ୫ନଂ. ୱାର୍ଡ଼ରେ ଜଣେ ବ୍ୟକ୍ତି ରାସ୍ତା ଅବରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଅବିଳମ୍ବେ ଏହି ଅବରୋଧକୁ ପ୍ରଶାସନ ପକ୍ଷରୁ ହଟା ନ ଗଲେ ସମୂହ ଗ୍ରାମବାସୀ ଭୋଗରାଇ ତହସିଲରେ…
ରାଜ୍ୟରେ ‘ବୁଲବୁଲ୍’ ପ୍ରଭାବ: ମତ୍ସ୍ୟଜୀବୀଙ୍କୁ ୪ ଦିନ ସମୁଦ୍ର ମନା
ରୂପ୍ସା, ୭।୧୧(ଡି.ଏନ.ଏ.)-ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଖୁବ୍ଶୀଘ୍ର ଏହା ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟଦେଇ ଏହି ସାମୁଦ୍ରିକ ଝଡ଼…
ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସତ୍ୟତା ନାହିଁ, ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଛି: ମନ୍ତ୍ରୀ
ବାଲିଆପାଳ/ଭୁବନେଶ୍ୱର,୭।୧୧(ସ୍ବ.ପ୍ର./ଡି.ଏନ୍.ଏ./ବ୍ୟୁରୋ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାଠିଆଠାରେ ଥିବା ଏକ ବିଦ୍ୟାଳୟର ଜନୈକା ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେବା ଅଭିଯୋଗ ମାମଲାରେ ସତ୍ୟତା ନାହିଁ। ତଦନ୍ତ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ହେଲେ ବିଦ୍ୟାଳୟରେ ସୁସ୍ଥ…
ଭିତ୍ତିଭୂମି ବଦଳିବା ସତ୍ତ୍ୱେ ଆସିନି ସୁଧାର
ବାଲେଶ୍ୱର ଅଫିସ,୭।୧୧- ବିଧାନସଭାର ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍ ଅଶ୍ୱିନୀ ପାତ୍ରଙ୍କ ତତ୍ତ୍ୱାବଧାନରେ ୧୨ ଜଣିଆ ଟିମ୍ ବୁଧବାର ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେମାନେ ଚିକିତ୍ସାଳୟର ଭିତ୍ତିଭୂମି ତଦାରଖ କରିବା ସହ ପ୍ରସୂତି ଓ ଶିଶୁ ବିଭାଗ ପରିଦର୍ଶନ…
ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା: ଏସଡିପିଓ ତଦନ୍ତ କରି ଫେରିଲେ
ବାଲିଆପାଳ,୭।୧୧(ସ୍ବ.ପ୍ର./ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାଠିଆଠାରେ ଥିବା ଏକ ହାଇସ୍କୁଲର ଜନୈକା ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେବା ଘଟଣା ପଦାକୁ ଆସିଛି। ଏ ନେଇ ବାଲିଆପାଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ. ୧୭୨/୧୯)…
Archives


